ETV Bharat / sports

IPL Ticket Advisory: ମ୍ୟାଚ ସମୟରେ ବିକ୍ଷୋଭ ବ୍ୟାନର ଉପରେ ରୋକ - ଇଣ୍ଡିଆନ ପ୍ରିମିୟର ଲିଗ

ଆଇପିଏଲ 2023ରେ ଆଜି ଷଷ୍ଠ ମୁକାବିଲା ଖେଳାଯିବ । ଏହି ମୁକାବିଲାରେ ଚେନ୍ନାଇ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯିବ । ଆଇପିଏଲ ଟିକେଟ ଆଡଭାଇଜରି ଜାରି ହୋଇଛି । ମ୍ୟାଚ ସମୟରେ କୌଣସି ବିକ୍ଷୋଭ ବ୍ୟାନରକୁ ଅନୁମତି ମିଳିବ ନାହିଁ । ଅଧିକ ପଢନ୍ତୁ

IPL Ticket Advisory
ଇଣ୍ଡିଆନ ପ୍ରିମିୟର ଲିଗ
author img

By

Published : Apr 3, 2023, 1:29 PM IST

ନୂଆଦିଲ୍ଲୀ: ହାଇପ୍ରୋଫାଇଲ ଆଇପିଏଲ 16 ତମ ସଂସ୍କରଣ ଜାରି ରହିଛି । ଏ ପର୍ଯ୍ୟନ୍ତ ଚଳିତ ସିଜନର 5ଟି ମୁକାବିଲା ଶେଷ ହୋଇଛି । ଆଜି ଚେନ୍ନାଇ ଓ ଲକ୍ଷ୍ନୌ ମଧ୍ୟରେ ସିଜନର ଷଷ୍ଠ ମ୍ୟାଚ ଖେଳାଯିବ । ଏହାରି ଭିତରେ ଆଇପିଏଲ ଟିକେଟ ଆଡଭାଇଜରି ଜାରି ହୋଇଛି । ମ୍ୟାଚ ସମୟରେ କୌଣସି ବିକ୍ଷୋଭର ବ୍ୟାନର ଉପରେ ରୋକ ଲଗାଯାଇଛି ।

ଆଇପିଏଲ ମ୍ୟାଚ ସମୟରେ କ୍ରିକେଟ ଫ୍ୟାନ୍ସ ତାର ଫାଇଦା ଉଠାଉଛନ୍ତି । ଅଧିକ ସଂଖ୍ୟକ କ୍ରିକେଟ ପ୍ରେମୀ ତାଙ୍କ ପସନ୍ଦର ଦଳକୁ ଚିୟର ଅଫ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚୁଛନ୍ତି । ମ୍ୟାଚ ସମୟରେ ଦର୍ଶକ ଯେପରି କିଛି ଅଭାବନୀୟ କାର୍ଯ୍ୟ ନ କରନ୍ତୁ ସେ ନେଇ ଆଡଭାଇଜରି ଜାରି ହୋଇଛି । ଯଦି ଷ୍ଟାଡିୟମରେ କୌଣସି ବିବାଦୀୟ ପୋଷ୍ଟର ଦେଖିବାକୁ ମିଳେ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଡଭାଇଜରିରେ ସ୍ପଷ୍ଟ ଲେଖା ରହିଛି । ବିସିସିଆଇ ପରାମର୍ଶରେ ଏହି ଆଡଭାଇଜରି ଜାରି ହୋଇଛି ।

ଗୁଜୁରାଟ ଟାଇଟନ, ଲକ୍ଷ୍ନୌ ସୁପର ଜାଏଣ୍ଟସ, ଚେନ୍ନାଇ ସୁପର କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବଦ, ପଞ୍ଜାବ କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସର ଟିକେଟ ପାର୍ଟନର 'ପେଟିଏମ ଇନସାଇଡର' ଚେତାବନୀ ଦେଇଛି । ପଞ୍ଜାବ ମୋହାଲି ସ୍ଥିତ ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ, ହାଇଦ୍ରାବାଦ କ୍ରିକେଟ ଷ୍ଟାଡିୟମ ଓ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ ପାଇଁ ଏହି ଚେତାବନୀ ଲାଗୁ ହୋଇଛି । ବିଶେଷ କରି ସିଏଏ ଓ ଏନଆସି ବିକ୍ଷୋଭ ବ୍ୟାନର ଉପରେ ତୀକ୍ଷ୍ମ ନଜର ରଖାଯାଇଛି ।

ଏହା ବି ପଢନ୍ତୁ...IPL 2023: ବିଜୟରୁ ବାଙ୍ଗାଲୋରର ଅଭିଯାନ ଆରମ୍ଭ, ନଜର ପକାନ୍ତୁ ସେଲିବ୍ରେସନ ଉପରେ

ଏହା ବି ପଢନ୍ତୁ...Spain Masters 2023: ପିଭି ସିନ୍ଧୁ ରନର୍ସଅପ

ମିଳିଥିବା ସୂଚନା ଅନୁସାରେ ଯିଏ ଟିକେଟ ବିକ୍ରି କରୁଛନ୍ତି ସେ ଏ ଦିଗରେ ଅଧିକ ଗୁରୁତ୍ବ ଦେବେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିଆଇ) ପରାମର୍ଶ ପରେ ଏହି ନିୟମ ଲାଗୁ ହୋଇଛି । ଡିଡିସିଏ ଅଧିକାରୀ ଏହି ମାମଲାରେ କହିଛନ୍ତି, ''ମ୍ୟାଚରେ ଟିକେଟ ଦେବା ଫ୍ରାଞ୍ଚାଇଜ ଅଧିକାର । ଆମେ କେବଳ ସୁତ୍ରଧର । ଟିକେଟ ମାମଲାରେ ଆମର କୌଣସି ଭୂମିକା ନାହିଁ ।'' ଫିଫା ବିଶ୍ବକର 2022ରେ କିଛି ଦେଶର ଖେଳାଳି କତାର ଏକ ନିୟମକୁ ବିରୋଧ କରିଥିଲେ । ମ୍ୟାଚ ସମୟରେ ଏକ ବ୍ୟାନର ଧରି ଷ୍ଟାଡିୟମରେ ପ୍ରବେଶ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.