ETV Bharat / sports

IPL 2023: ଆଇପିଏଲରୁ ଅବସର ଚର୍ଚ୍ଚା, କୁଲ୍‌ ଅନ୍ଦାଜ୍‌ରେ ଧୋନୀଙ୍କ ମୁହଁତୋଡ଼ ଜବାବ

ଚେନ୍ନାଇ ସୁପର କିଙ୍ଗସ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲରୁ ଅବସର ନେବା ନେଇ ନିକଟରେ ଖବର ପ୍ରକାଶ ପାଇଥିଲା । ଏହାପରେ ତାଙ୍କ ଫ୍ୟାନ୍ସ ନିରାଶ ହୋଇଥିଲେ । ଆଇପିଏଲରୁ ଅବସର ପ୍ରଶ୍ନର ଉତ୍ତରରେ କଣ କହିଲେ ଏମଏସଡି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

author img

By

Published : May 4, 2023, 3:44 PM IST

ଆଇପିଏଲରୁ ଅବସର ନେଇ ଧୋନୀଙ୍କ ଉତ୍ତର
ms dhoni reply on ipl retirement

ଲକ୍ଷ୍ନୌ: ଭାରତୀୟ କ୍ରିକେଟ ଟିମର ସଫଳ ଅଧିନାୟକ ତଥା କ୍ୟାପ୍ଟେନ କୁଲ୍‌ର ପରିଚୟ ପାଇଥିବା ମହେନ୍ଦ୍ର ସିଂହ ଧୋନୀ 2020ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଚଳିତ ଆଇପିଏଲ ତାଙ୍କର ଶେଷ ସିଜିନ ହେବା ନେଇ ଏବେ ଅନେକ ଆଲୋଚନା ହେଉଛି । ଏହା ପରେ ତାଙ୍କର କୋଟି କୋଟି ପ୍ରଶଂସକଙ୍କ ମଧ୍ୟରେ ନିରାଶା ଛାଇ ଯାଇଥିଲା । ଆଇପିଏଲରୁ ଅବସର ନେଇ ଗତକାଲି ମ୍ୟାଚ୍‌ ପୂର୍ବରୁ ଅବସର ନେଇ ମୁହଁ ଖୋଲିଛନ୍ତି ଧୋନୀ । ଯାହାକୁ ନେଇ ପୁଣି ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହା ବି ପଢନ୍ତ....ଆଜିଠୁ ବିର୍ସା ମୁଣ୍ଡାରେ ଉପ କନିଷ୍ଠ ଜାତୀୟ ହକି ଚମ୍ପିଆନସିପ

ଗତକାଲି (ବୁଧବାର ) ଲକ୍ଷ୍ନୌରେ ଲେଜେଣ୍ଡ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଲକ୍ଷ୍ନୌରେ ପ୍ରଥମ ଥର ପାଇଁ ମ୍ୟାଚ ଖେଳିଥିଲେ ଏମଏସଡି । ଏନେଇ ବିସିସିଆଇ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ବିସିସିଆଇ ସାଧାରଣ ସମ୍ପାଦକ ରାଜୀବ ଶୁକ୍ଳା ଲକ୍ଷ୍ନୌ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ସମ୍ମାନିତ କରିଥିଲେ । ଲକ୍ଷ୍ନୌ ବିପକ୍ଷ ମ୍ୟାଚ ଟସ୍‌ ପଡିବା ପରେ ନ୍ୟୁଜିଲାଣ୍ଡ ଭାଷ୍ୟକାର ଡାନି ମୋରିସନ ତାଙ୍କୁ "ଏହା ତୁମର ଅନ୍ତିମ ଆଇପିଏଲ ସଜିନ ଏହାକୁ ତୁମେ କିପରି ଦେଖୁଛ" ବୋଲି ପଚାରିଥିଲେ ।

ଉତ୍ତରରେ ଧୋନୀ ହସି ହସି କରିଥିଲେ, '' ତୁମେ ନିଷ୍ପତ୍ତି ନେଇ ସାରିଛ ଏହା ମୋର ଶେଷ ଆଇପିଏଲ । କିନ୍ତୁ ମୁଁ ନେଇ ନାହିଁ । ଏହା ମୋର ଶେଷ ସିଜନ ବୋଲି କହିନାହିଁ ।'' ଧୋନୀଙ୍କ ଏହି ଉତ୍ତରରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ପୁଣି ଉତ୍ସାହ ଭରିଯାଇଛି । ଆସନ୍ତା 2024 ଆଇପିଏଲରେ ଏମଏସଡି ନଜର ଆସିପାରନ୍ତି ଚର୍ଚ୍ଚା ହେବା ସହ ଆଇପିଏଲରୁ ଅବସର ରହସ୍ୟ ଘେରରେ ରହିଛି ।

ଏହା ବି ପଢନ୍ତୁ...IPL 2023: ଏଲୋ ଜର୍ସିରେ ନଜର ଆସିବେନି MSD, ଅବସର ନେଇ ଦେଲେ ସଙ୍କେତ

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ 4ଥର ଆଇପିଏଲ ଚମ୍ପିଆନ ହୋଇଛି । 2010, 2011, 2018 ଓ 2021ରେ 4ଥର ଆଇପିଏଲ ମୁକୁଟ ପିନ୍ଧିଥିବା ବେଳେ 5 ଥର ଫାଇନାଲ ଯାଇଛି । ଆଇପିଏଲ ପ୍ରଥମ ସିଜନ 2008ରୁ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ନେତୃତ୍ବ ନେଇ ଆସୁଛନ୍ତି । ଇତି ମଧ୍ୟରେ ସେ 243ଟି ଆଇପିଏଲ ମ୍ୟାଚ୍‌ ଖେଳି 39.47 ଆଭରେଜରେ 5,052 ରନ କରିଛନ୍ତି । ଏଥିରେ 24ଟି ଅର୍ଦ୍ଧଶତକ ରହିଛି । ଆଇପିଏଲ ମ୍ୟାଚରେ ସେ 348 ଚୌକା ଓ 237ଟି ଛକା ମାରିଛନ୍ତି ।

ପ୍ରକାଶଥାଉ କି, ଗତକାଲି(ବୁଧବାର) ଆଇପିଏଲ 16ତମ ସଂସ୍କରଣର 45ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଚେନ୍ନାଇ ସୁପର କିଙ୍ଗସ ଏକ ମଧ୍ୟରେ ମୁକାବିଲା ଥିଲା । ବର୍ଷା କାରଣକୁ ମ୍ୟାଚ ହୋଇପାରିଲା ନାହିଁ । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି 19.4 ବଲରେ 7 ୱିକେଟ ହରାଇ 125 ରନ କରିଥିଲା । ବର୍ଷା ମ୍ୟାଚ୍‌ ଧୋଇ ନେବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.