ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଚଳିତ ସଂସ୍କରଣରେ ଆଜି 47ତମ ମ୍ୟାଚ ଖେଳାଯିବ । ଏଥିରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡରେ ଖେଳିବ ହାଇଦ୍ରାବାଦ । ପଏଣ୍ଟ ତାଲିକା ପଛରେ ରହିଯାଇଥିବା ଦୁଇ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହେବ । ଏହା ସହ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି କୋଲକାତା ।
SRH vs KKR: ଏଯାବତ ହାଇଦ୍ରାବାଦ ମୋଟ 8ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇଛି । 5ଟିରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ଦଳ । ଆଜି ଘରୋଇ ମାଟିରେ କୋଲକାତା ବିପକ୍ଷରେ ବିଜୟ ହାସଲ କରି ଟେବୁଲ ଉପରକୁ ଉଠିବାକୁ ପ୍ରୟାସ କରିବ ସନରାଇଜର୍ସ । ସେହିପରି କୋଲକାତା 9ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରି 6ଟିରେ ପରାସ୍ତ ହୋଇଛି । ପଏଣ୍ଟ ଟେବୁଲ ଅଷ୍ଟମ ସ୍ଥାନରେ ରହିଛି କେକେଆର ।
ଆଜି ହାଇଦ୍ରାବାଦରୁ ତାର ଘରୋଇ ମାଟିରେ ହରାଇ ପୂର୍ବ ପରାଜୟ ପ୍ରତିଶୋଧ ନେବା ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ନୀତିଶ ରଣାଙ୍କ ନେତୃତ୍ବାଧୀନ କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସର ୱାଶିଂଟନ ସୁନ୍ଦର ଆହତ ସମସ୍ୟା ପାଇଁ ଦଳରୁ ବାଦ ପଡିଛନ୍ତି । ଆଜି ହାଇଦ୍ରାବାଦର ଭୁବନେଶ୍ବର କୁମାର, ଅଭିଷେକ ଶର୍ମା ଓ ହେନରିକ କ୍ଲାସେନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହପରି କୋଲକାତାର ରିଙ୍କୁ ସିଂହ ଓ ଓପନର ଜାସନ ରଏ ଓ ରହମନୁଲ୍ଲା ଗୁରବାଜ ଫର୍ମରେ ରହିଛନ୍ତି । ସ୍ପିନ ବରୁଣ ଚକ୍ରବର୍ତ୍ତୀ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ ।
ଗତ ଏପ୍ରିଲ 14 ତାରିଖରେ ଦୁଇ ଦଳ ଚଳିତ ସିଜନରେ ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ । ଉକ୍ତ ମ୍ୟାଚକୁ ହାଇଦ୍ରାବାଦ 23 ରନରେ ଜିତି ନେଇଥିଲା । ଆଜି ହାଇଦ୍ରାବାଦକୁ ତାର ଘରୋଇ ମାଟିରେ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ କୋଲକାତା ନାଇଟ ରାଇଡର୍ସ । ଦୁଇ ଦଳ ମଧ୍ୟରେ ମୋଟ 24ଟି ମ୍ୟାଚ ଖେଳାଯାଇଛି । ସେଥିରୁ କୋଲକାତା 15ଟି ଓ ହାଇଦ୍ରାବାଦ 9ଟି ମ୍ୟାଚ ଜିତିଛି । ରେକର୍ଡ ଦେଖିଲେ କୋଲକାତା ପଲ୍ଲା ଭାରି ରହିଛି ।
ଏହା ବି ପଢନ୍ତୁ...IPL 2023 PBKS vs MI: ବିଶାଳ ସ୍କୋର ସତ୍ତ୍ବେ ହାରିଲା ପଞ୍ଜାବ, 6 ୱିକେଟରେ ଜିତିଲା ମୁମ୍ବାଇ
SRH ସମ୍ଭାବ୍ୟ ଏକାଦଶ: ମୟଙ୍କ ଅଗ୍ରୱାଲ, ଅଭିଷେକ ଶର୍ମା, ହ୍ୟାରୀ ବ୍ରୁକ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ, ଅକିଲ ହୋସେନ, ମୟଙ୍କ ମାର୍କଣ୍ଡେ, ଭୁବନେଶ୍ବର କୁମାର, ଉମ୍ରାନ ମଲିକ/ ଟି ନଟରାଜନ ।
KKR ସମ୍ଭାବ୍ୟ ଏକାଦଶ: ଜାସନ ରଏ, ରହମନୁଲ୍ଲା ଗୁରବାଜ, ନାରାୟଣ ଜଗଦୀଶନ/ମନଦୀପ ସିଂ, ଭେଙ୍କଟେଶ ଆୟର, ନିତିଶ ରଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ସାର୍ଦୁଳ ଠାକୁର, ସୁନିଲ ନାରାଏନ/ହିର୍ତିଷ ରାଣା, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା ।