ETV Bharat / sports

IPL 2023: ଆଜି ଡବଲ ହେଡର ମ୍ୟାଚ, RCB-DC, PBKS-LSG - ଆରସିବିକୁ ଭେଟିବ ଡିସି

ଆଇପିଏଲରେ ଆଜି ରହିଛି ଡବଲ ମ୍ୟାଚ । ପ୍ରଥମ ମ୍ୟାଚରେ ଆରସିବିକୁ ଭେଟିବ ଡିସି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 15, 2023, 12:43 PM IST

ହାଇଦ୍ରାବାଦ: ଆଇପିଏଲର 16 ତମ ସଂସ୍କରଣରେ ଆଜି ରହିଛି ଡବଲ ହେଡର ମ୍ୟାଚ । 20 ଓ 21 ତମ ମ୍ୟାଚରେ ଆରସିବିକୁ ଭେଟିବ ଡିସି ଓ ଏଲଏସଜି ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ଅପରାହ୍ନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିଛି । କାହିଁକିନା ଦିଲ୍ଲୀ ଚଳିତ ସିଜିନରେ ବିଜୟର ଖାତା ଖୋଲି ନଥିବା ବେଳେ ବାଙ୍ଗାଲୋର ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ।

କର୍ଣ୍ଣାଟକର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟ ମୁକାବିଲା ହେବ । ହୋମ ଗ୍ରାଉଣ୍ଡରେ ମୈଦାନକୁ ଓହ୍ଲାଇ ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବେଳେ କ୍ରମାଗତ ଭାବେ 2ଟି ମ୍ୟାଚରେ ପରାଜିତ ହୋଇଛି ଆରସିବି । ତେଣୁ ଆଜିର ମ୍ୟାଚରେ ପୁଣି ଥରେ ବଜୟ ଅଭିଯାନ ଆରମ୍ଭ କରିବାକୁ ଦଳ ନିଜକୁ ପୁରା ପ୍ରସ୍ତୁତ କରିଛି । ସେହିପରି କ୍ରମାଗତ ଭାବେ 4ଟି ମ୍ୟାଚ ଖେଳିଥିଲେ ସୁଦ୍ଧା ଗୋଟିଏରେ ବି ବିଜୟର ସ୍ବାଦ ଚାଖିପାରିନି ଦିଲ୍ଲୀ । ତେଣୁ ଆଜି ଆରସିବିକୁ ହରାଇ ବିଜୟର ଖାତା ଖୋଲିବା ଲକ୍ଷ୍ୟରେ ରହିଛି ଦଳ ।

ଆରସିବି ପକ୍ଷରୁ ବିରାଟ କୋହଲି, ଫାଫ ଡୁପ୍ଲେସି ଓ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଖେଳାଯାଇଥିବା ସମସ୍ତ ମ୍ୟାଚରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଥିଲା । ଅନ୍ୟପେଟ ଦିନେଶ କାର୍ତ୍ତିକଙ୍କ ବ୍ୟାଟରୁ ଭଲ ସ୍କୋର ହେବା ନେଇ ଦଳ ଆଶା ରଖିଛି । ଅନ୍ୟପେଟ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ବିଭାଗରେ ସମସ୍ୟା ଥିବା ପରି ମନେ ହେଉଛି । ଦଳ ଡେଭିଡ ଓ୍ବାର୍ଣ୍ଣରଙ୍କ ଉପରେ ଭରସା କରୁଥିଲେ ମଧ୍ୟ ଧିମା ବ୍ୟାଟିଂ ପାଇଁ ତାଙ୍କୁ ସମାଲୋଚିତ ହେବାକୁ ପଡୁଛି । ତେଣୁ ଆଜିର ମ୍ୟାଚରେ ଦିଲ୍ଲୀ ନିଜର ସମସ୍ତ ଭୁଲରେ ସୁଧାର ଆଣିବ ବୋଲି ଆଶା କରାଯାଉଛି ।

ସେହିପରି ସନ୍ଧ୍ୟା ସମୟରେ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ମଧ୍ୟରେ ମୁକାବିଲା ହେବ । ବର୍ତ୍ତମାନ ସୁଦ୍ଧା 4ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇଛି ଲକ୍ଷ୍ନୌ । ଏହି ଟିମର ବ୍ୟାଟିଂ ଓ ବୋଲିଂ ବିଭାଗ ସୁଦୃଢ ରହିଛି । ତେଣୁ ଆଜିର ମ୍ୟାଚରେ ବିଜୟ ଅଭିଯାନ ଜାରି ରଖିବାକୁ ଦଳ ଚେଷ୍ଟା କରିବ । ଅନ୍ୟପଟେ ଶେଖର ଧାଓ୍ବନଙ୍କ ଟିମ ଚଳିତ ଆଇପିଏଲ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ 4ଟି ମ୍ୟାଚ ଖେଲି 2ଟି ବିଜୟୀ ହୋଇଛି । କିନ୍ତୁ ପୂର୍ବ ମ୍ୟାଚ ହାରିଥିବାରୁ ଆଜିର ମ୍ୟାଚରେ ବିଜୟୀ ହେବା ପାଇଁ କସରତ କରିବ ପଞ୍ଜାବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.