ETV Bharat / sports

IPL 2023: ଆଜି ପାଣ୍ଡ୍ୟା ବଦର୍ସ ଫାଇଟ, ରାଜସ୍ଥାନ-ହାଇଦ୍ରାବାଦ ମୁକାବିଲା

ଆଇପିଏଲ 16ତମ ସଂସ୍କରଣରେ ଆଜି ଡବଲହେଡର ମ୍ୟାଚ ରହିଛି । ପ୍ରଥମ ମ୍ୟାଚ ଅପରାହ୍ନ 3ଟା 30ରେ ଗୁଜୁରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

author img

By

Published : May 7, 2023, 1:52 PM IST

ଆଜି ପାଣ୍ଡ୍ୟା ବଦର୍ସ ଫାଇଟ, ରାଜସ୍ଥାନ- ହାଇଦ୍ରାବାଦ ମୁକାବିଲା
ipl 2023

ନୂଆଦିଲ୍ଲୀ: ସୁପର ସନଣ୍ଡେରେ ଆଜି ସୁପର ମୁକାବିଲା । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି 50 ଓ 51 ତମ ମ୍ୟାଚ ଖେଳାଯିବ । 50ତମ ମ୍ୟାଚରେ ମୁ୍ହାଁମୁହିଁ ହେବେ ଫାଣ୍ଡ୍ୟା ବଦର୍ସ । ଅପରାହ୍ନ 3ଟା 30ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟାନ୍ସ ଓ କୃନାଳ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ମ୍ୟାଚ ଖେଳାଯିବ । ଦ୍ବିତୀୟ ମ୍ୟାଚଟି ରାତି 7ଟା 30ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଗୁଜୁରାଟ ଓ ରାଜସ୍ଥାନ ଘରୋଇ ଗ୍ରାଉଣ୍ଡରେ ଖେଳିବେ ।

GTvsLSG: ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ତାର ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ଭେଟିବ । ଦୁଇ ଭାଇଙ୍କ ନେତୃତ୍ବାଧୀନ ଦଳ ମଧ୍ୟରେ କଡା ମୁକାବିଲା ହେବ । ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଫାଇଦା ଉଠାଇ ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ଓହ୍ଲାଇବ ଗୁଜୁରାଟ ଟାଇଟନ୍ସ । ଦୁଇ ପାଣ୍ଡ୍ୟା ଭ୍ରାତାଙ୍କ ରଣନୀତିରେ ଦୁଇ ଦଳ ମୁହାମୁହିଁ ହେବେ । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସର ନିୟମିତ ଅଧିନାୟକ । ଲକ୍ଷ୍ନୌର ଅଧିନାୟକ କେଏଲ ରାହୁଲ ଆହତ ଥିବାକୁ ଆଇପିଏଲରୁ ବାଦ ପଡିଛନ୍ତି ତେଣୁ ତାଙ୍କ ସ୍ଥାନରେ କୃନାଳ ଦଳର ନେତୃତ୍ବ ନେଇଛନ୍ତି ।

ପୂର୍ବ ରେକର୍ଡ ଆଧାରରେ ଟାଇଟନ୍ସ ପଲ୍ଲା ଭାରି ରହିଛି । ଦୁଇ ଦଳ ଇତି ମଧ୍ୟରେ ପରସ୍ପରକୁ 3ଥର ଭେଟିଛନ୍ତି । ଗୁଜୁରାଟ ସମସ୍ତ ମ୍ୟାଚ ଜିତିଛି । ଆଜି ଗୁଜୁରାଟ ଏହି ଧାରା ବଜାୟ ରଖୁଛି ନା ଲକ୍ଷ୍ନୌ ନୂଆ ଧାରା ସୃଷ୍ଟି କରୁଛି ତାହା ଦେଖିବା ବାକି ରହିଲା । ଲକ୍ଷ୍ନୌ ଏଯାବତ 10ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କିରଛି । 11 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଆଜି ଗୁଜୁରାଟ ବିପକ୍ଷରେ ଏକ ବଡ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଗୁଜୁରାଟ 10ଟି ମ୍ୟାଚରୁ 7ଟି ଜିତି ପ୍ଲେ ଅଫ ନିକଟତର ହେଉଛି । ଆଜି ଲକ୍ଷ୍ନୌ ବିପକ୍ଷରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛି ।

RRVSSRH: ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ରାଜସ୍ଥାନ ସାମାନ୍ୟ ଧିମା ପଡିଯାଇଛି । ଆଜି ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରି ରୟାଲ୍ସ ତାର ରାଜୁତି ଫେରାଇବାକୁ ଲକ୍ଷ୍ୟ ରଖିଛି । ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ହାଇଦ୍ରାବାଦକୁ ହରାଇ ପୂର୍ବ ଫର୍ମକୁ ଫେରିବାକୁ ଲକ୍ଷ୍ୟ ରଖିଛି ଦଳ । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଦଳର ସବୁ ବିଭାଗ ଦୁର୍ବଳ ରହିଛି । ରାଜସ୍ଥାନକୁ ତାର ଘରୋଇ ମାଟିରେ ହରାଇବାକୁ ହେଲେ ହାଇଦ୍ରାବାଦକୁ ଏକ ଦୃଢ ରଣନୀତି ନେଇ ମଇଦାନକୁ ଓହ୍ଲଇବାକୁ ହେବ । ପ୍ଲେ- ଆଶା ଉଜ୍ଜିବୀତ ରଖିବାକୁ ହେଲେ ସନରାଇଜର୍ସକୁ ଏହି ମ୍ୟାଚ ଜିତିବାକୁ ହେବ ।

ଏହା ବି ପଢନ୍ତୁ...Wrestlers Protest: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ କିଷାନ ସଂଘର ମହାପଞ୍ଚାୟତ ଡାକରା, ସଜାଗ ପୋଲିସ

ଏହା ବି ପଢନ୍ତୁ...IPL 2023: 7 ହଜାର ରନ କ୍ଲବରେ ପ୍ରଥମ ଖେଳାଳି କିଙ୍ଗ କୋହଲି

GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ନୁର ଅହମ୍ମଦ, ଅଲଜାରୀ ଜୋଶେଫ, ମହମ୍ମଦ ସାମି ।

LSG ସମ୍ଭାବ୍ୟ ଏକାଦଶ: କେଲି ମେୟର୍ସ, କ୍ବିଣ୍ଟନ ଡି କକ୍, କରୁଣ ନାଏର, କୃନାଳ ପାଣ୍ଡ୍ୟା (ଅଧିନାୟକ), ମାର୍କସ ଷ୍ଟଇନିସ, ନିକୋଲାସ ପୂରନ, ଆୟୁଷ ବଦୋନି, କେ ଗୋଥାମ, ମହସିନ ଖାନ, ରବି ବିଷ୍ଣୋଇ, ଆଭେଶ ଖାନ ।

RR ସମ୍ଭାବ୍ୟ ଏକାଦଶ: ଜୋସ ବଟଲର/ଡୋ ରୁଟ, ଯଶସ୍ବୀ ଜୈସ୍ବାଲ, ସଞ୍ଜୁ ସାମସନ (ଅଧିନାୟକ), ଦେବଦତ୍ତ ପାଡିକଲ, ସିମରନ ହେତମାୟର, ଧ୍ରୁବ ଜୁରେଲ, ରବି ଚନ୍ଦ୍ରନ ଅଶ୍ବିନ, ଜାସନ ହୋଲ୍ଡର/ଆଡାମ ଜାମ୍ପାସ, ଟ୍ରେଣ୍ଟ ବୋଲ୍ଡ, ସନ୍ଦିପ ଶର୍ମା, ୟୁଝବେନ୍ଦ୍ର ଚହଲ ।

SRH ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ (ଅଧିନାୟକ), ହ୍ୟାରୀ ବ୍ରୁକ/ଗ୍ଲେନ ଫିଲିପ୍ସ, ହେନରିକ କ୍ଲାସେନ, ଅବଦୁଲ ସମଦ, ମାର୍କୋ ଜାନସେନ, ଭୁବନେଶ୍ବର କୁମାର, ମୟଙ୍କ ମାର୍କେଣ୍ଡେ, ଉମ୍ରାନ ମଲିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.