ETV Bharat / sports

IPL 2023: ଆଜି ଗୁଜୁରାଟ-ଦିଲ୍ଲୀ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ GT - ଇଣ୍ଡିଆନ ପ୍ରିମିୟର ଲିଗ

ଆଇପିଏଲ ଚଳିତ ସଂସ୍କରଣରେ ଆଜି (ମଙ୍ଗଳବାର) ସପ୍ତମ ମ୍ୟାଚ ଖେଳାଯିବ । ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

dc vs gt
ipl 2023
author img

By

Published : Apr 4, 2023, 11:42 AM IST

Updated : Apr 4, 2023, 11:52 AM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲ 16ତମ ସଂସ୍କରଣରେ ଆଜି ସପ୍ତମ ମ୍ୟାଚ ଖେଳାଯିବ । ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଟାଇଟନ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ବିଜୟରୁ ଅଭିଯାନ ଆରମ୍ଭ କରି ସାରିଛି । ଆଜି ଦିଲ୍ଲୀକୁ ହରାଇ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ସେହିପରି ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଗୁଜୁରାଟ ବିପକ୍ଷ ମୁକାବିଲା ଜିତି ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ଡିସିର ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିମୟରେ ମ୍ୟାଚ ଖେଳାଯିବ ।

ଉଦଘାଟନୀ ମ୍ୟାଚରେ 4 ଥରର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ 5 ୱିକେଟରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା ଗୁଜୁରାଟ । ଆଜି ଦ୍ବିତୀୟ ମୁକାବିଲାରେ ଦିଲ୍ଲୀକୁ ଭେଟିବ ଡିଫେଣ୍ଡିଂ ଚାମ୍ପିଅନ । ଗୁଜୁରାଟ ଭଲ ଫର୍ମରେ ରହିଛି । ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ କରି ଫର୍ମ ବଜାୟ ଲକ୍ଷ୍ୟରେ ରହିଛି ଦଳ । ଟାଇଟନ୍ସ କେବଳ ତାର ଦଳଗତ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଛି । ସୁପର କିଙ୍ଗସ ବିପକ୍ଷ ପ୍ରଥମ ମ୍ୟାଚରେ ଗୁଜୁରାଟର ଦଳଗତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ରାସିଦ ଖାନ ଓ ରାହୁଲ ଅନ୍ତିମ ଭାଗରେ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ ।

ଅନ୍ୟପଟେ ବିଜୟ ସ୍ବାଦ ଚାଖିବାକୁ ବ୍ୟାକୁଳ ରହିଛି ଦିଲ୍ଲୀ । ପ୍ରଥମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଠୁ 50 ରନରେ ପରାସ୍ତ ହୋଇଥିଲା । ଆଜି ଗୁଜୁରାଟକୁ ହରାଇ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି ଦିଲ୍ଲୀ । ପ୍ରଥମ ମ୍ୟାଚରେ ଦିଲ୍ଲୀର ବୋଲିଂ ବିଭାଗ ଦୁର୍ବଳ ଥିଲା । ଖଲିଲ ଅହମ୍ମଦ, ମୁକେଶ କୁମାର ଓ ଚେତନ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ଆଜି ଦଳକୁ ବିଜୟୀ ହେବାକୁ ହେଲେ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ହେବ । ପୂର୍ବ ସିଜନରେ ଗୁଜୁରାଟ ଓ ଦିଲ୍ଲୀ ମଧ୍ୟରେ ଗୋଟିଏ ମ୍ୟାଚ ଖେଳାଯାଇଥିଲା ସେଥିରେ ଗୁଜୁରାଟ ବାଜି ମାରି ନେଇଥିଲା ।

ଏହା ବି ପଢନ୍ତୁ...IPL 2023: 5 ହଜାର ଆଇପିଏଲ ରନ କ୍ଲବରେ MSD

ଏହା ବି ପଢନ୍ତୁ...ଘରୋଇ ମାଟିରେ ଲକ୍ଷ୍ନୌକୁ ମାତ ଦେଲା CSK, ଦେଖନ୍ତୁ ଦଳର ସେଲିବ୍ରେସନ

ମ୍ୟାଚ ଦେଖିବାକୁ ଆସିବ ଋଷବ ପନ୍ତ: ସଡକ ଦୁର୍ଘଟଣାର ଶିକାର ହୋଇ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି ଯୁବ ଖେଳାଳି ଋଷବ ପନ୍ତ । ତାଙ୍କ ସ୍ଥାନରେ ଡେଭିଡ ୱାର୍ଣ୍ଣର ଦିଲ୍ଲୀର କମାଣ ସମ୍ଭାଳିଛନ୍ତି । ବର୍ତ୍ତମାନ ଋଷବ ବିଶ୍ରାମ କରୁଛନ୍ତି । ଧିରେ ଧିରେ ସୁସ୍ଥ ହେଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଋଷବ ପନ୍ତ ଆଜି ଗୁଜରାଟ ବିପକ୍ଷ ମ୍ୟାଚ ଦେଖିବାକୁ ଆସିବେ । ଏନେଇ ଡିଡିସିଏ ଯୁଗ୍ମ ସମ୍ପାଦକ ରାଜନ ମନଚନ୍ଦା ସୂଚନା ଦେଇଛନ୍ତି । ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯିବ ତେଣୁ ଋଷବ ମ୍ୟାଚ ଦେଖିବାକୁ ଆସିବା ଖବର ଶୁଣି ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଋଷବଙ୍କୁ ଡଗ ଆଉଟରେ ବସି ଦଳୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦର୍ଶକମାନେ ଦେଖିବାକୁ ପାଇବେ । ପ୍ରଥମ ମ୍ୟାଚରେ ଋଷବଙ୍କୁ ସମ୍ମାନ ଜଣାଇ ଦିଲ୍ଲୀ ଡଗ ଆଉଟରେ ଋଷବଙ୍କ ଜର୍ସି ଝୁଲାଇ ରଖିଥିଲା ।

GT ସାମ୍ଭାବ୍ୟ ଏକାଦଶ: ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ, ସାଇ ସୁଦର୍ଶନ, ଋଧିମାନ ସାହା, ଡେବିଡ ମିଲର, ବିଜୟ ଶଙ୍କର, ରାହୁଲ ତେବତିୟା, ରାସିଦ ଖାନ, ଜୋଶୁଆ ଲିଟିଲ, ମହମ୍ମଦ ସାମି, ଉଜାରୀ ଜୋସେ ।

DC ସାମ୍ଭାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, ପୃଥୀ ଶ, ମିଚେଲ ମାର୍ଶ, ଲଳିତ ଯାଦବ, ସରଫରାଜ ଖାନ, ରୋବମେନ ପାବଲ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଚେତନ ସକରିୟା, ଖଲିଲ ଅହମଦ, ମୁକେଶ କୁମାର ।

Last Updated : Apr 4, 2023, 11:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.