ETV Bharat / sports

IPL 2023: ଆଜି ଡବଲହେଡରରେ CSK-LSG ଓ PBKS-MI ଲଢେଇ

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଡବଲ ମୁକାବିଲା ରହିଛି । ଅପରାହ୍ନ 3ଟା 30ରେ ଚେନ୍ନାଇ ସୁପର କିଙ୍ଗସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାତି 7ଟା 30ରେ ପଞ୍ଜାବ କିଙ୍ଗସ ବନାମ ମମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ ।

author img

By

Published : May 3, 2023, 1:00 PM IST

ଆଜି ଡବଲେଡରରେ CSK-LSG ଓ PBKS-MI ଲଢେଇ
IPL 2023

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସଂସ୍କରଣରେ ଆଜି ଡବଲହେଡର ମ୍ୟାଚ ରହିଛି । ଆଇପିଏଲ ସିଜନ 16ର 45 ଓ 46ତମ ମ୍ୟାଚ ଖେଳାଯିବ । ଏଥିରେ ଚେନ୍ନାଇ ସୁପର କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ 45ତମ ମ୍ୟାଚ ଖେଳାଯିବାକୁ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ 46ତମ ମ୍ୟାଚ ଖେଳାଯିବ । ପଞ୍ଜାବ ଓ ଲକ୍ଷ୍ନୌ ତାର ଘରୋଇ ଗ୍ରାଉଣ୍ଡରେ ଖେଳିବେ ।

CSK vs LSG: ଚେନ୍ନାଇ ତାର ଶେଷ ମୁକାବିଲାରେ ପଞ୍ଜାବଠୁ ପରାସ୍ତ ହୋଇଥିଲା । ଦଳ ବର୍ତ୍ତମାନ ସୁଦ୍ଧା 9ଟି ମ୍ୟାଚ ଖେଳି ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଲକ୍ଷ୍ନୌ ତାର ଶେଷ ମୁକାବିଲାରେ ବାଙ୍ଗାଲୋରଠୁ ପରାସ୍ତ ହୋଇଥିଲା । ଦଳ ମଧ୍ୟ 9ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ତୃତୀୟ ସ୍ଥାନରେ ଆଜି ରହିଛି । ଆଜି ଦୁଇ ଦଳ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ । ଲକ୍ଷ୍ନୌ ବିପକ୍ଷରେ ଚେନ୍ନାଇ ଏକ ସନ୍ତୁଳିତ ଦଳ ଗଠନ କରିଛି । ଦଳର ବୋଲିଂ ବିଭାଗ ଦୁର୍ବଳ ଥିଲେ ବ୍ୟାଟିଂ ବିଭାଗ ସନ୍ତୁଳିତ ରହିଛି । ବିଶେଷ କରି ଡେଭିଡ କନୱେଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଲକ୍ଷ୍ନୌ ତାର ଘରୋଇ ମାଟିରେ ଚେନ୍ନାଇକୁ ପରାସ୍ତ କରିବା ଲକ୍ଷ୍ୟରେ ରହିଛି । ଦୁଇ ଦଳ ମଧ୍ୟରେ ଗତ ମାସ 3ତାରିଖରେ ଏକ ମ୍ୟାଚ ହୋଇଥିଲା ଏଥିରେ ଚେନ୍ନାଇ 12ରନରେ ବିଜୟ ହାସଲ କରିଥିଲା । ଆଜି ବିଜୟ ଟ୍ରାକକୁ ଫେରିବା ସହ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଲକ୍ଷ୍ନୌ । ଦଳରେ ଆହତ ସମସ୍ୟା ରହିଛି । ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଅଧିନାୟକ କେଏଲ ରାହୁଲ ଆହତ ହୋଇଥିଲେ । ତାଙ୍କ ସ୍ଥାନରେ କୃନାଲ ପାଣ୍ଡ୍ୟା ଦଳର ନେତୃତ୍ବ ନେବେ ।

PBKS vs MI: ଚେନ୍ନାଇ ବିପକ୍ଷରେ ଶେଷ ମ୍ୟାଚ ଜିତିଥିଲା ପଞ୍ଜାବ କିଙ୍ଗସ । ମୁମ୍ବାଇ ରାଜସ୍ଥାନ ବିପକ୍ଷରେ ବିଜୟ ହାସଲ କରିଥିଲା । ଏହି ଦୁଇ ଦଳ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରହିଛନ୍ତି । ପଞ୍ଜାବ ଏବେ ସୁଦ୍ଧା 9ଟି ମ୍ୟାଚରୁ 5ଟି ଜିତିଥିବାବେଳେ ମୁମ୍ବାଇ 8ଟିରୁ 4ଟିରେ ବିଜୟ ହାସଲ କରିଛି । ଚଳିତ ସିଜନରେ ପ୍ରଥମରୁ ମୁମ୍ବାଇର ପ୍ରଦର୍ଶନ ଭଲ ନଥିଲା ମାତ୍ର ଯେଉଁଭଳି ଭାବେ ସେ ରାଜସ୍ଥାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ତେଣୁ ଫଳାଫଳକୁ ନେଇ ପୂର୍ବାନୁମାନ କରିବା ଅସମ୍ଭବ । ସେପଟେ ଘରୋଇ ଗ୍ରାଉଣ୍ଡରେ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟ ରଖିଛି ପଞ୍ଜାବ । ମୋହାଲିରେ 2019ରେ ଶେଷ ଥର ପାଇଁ ଭେଟିଥିଲେ ଦୁଇଦଳ । ଏହି ମ୍ୟାଚକୁ ପଞ୍ଜାବ କିଙ୍ଗସ୍‌ ଜିତି ନେଇଥିଲା । ଆଜି ମୁମ୍ବାଇ ପାଇଁ ପ୍ରତିଶୋଧ ନେବାର ସମୟ ଆସିଛି ।

ଏହା ବି ପଢନ୍ତୁ....IPL 2023 GT vs DC: ଆଉ ଏକ ରୋମାଞ୍ଚକର ମୁକାବିଲା, ଟେବୁଲ ଟପ୍ପର ଗୁଜରାଟକୁ 5 ରନରେ ହରାଇଲା ଦିଲ୍ଲୀ

CSK ସମ୍ଭାବ୍ୟ ଏକାଦଶ: ମହେନ୍ଦ୍ର ସିଂହ ଧୋନୀ, ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଆଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ମଥିଶା ପତିରଣା/ମିଚେଲ ସାଣ୍ଟନର, ତୁଷାର ଦେଶପାଣ୍ଡେ, ମହୀଶ ତୀକ୍ଷଣା, ଆକାଶ ସିଂହ ।

LSG ସମ୍ଭାବ୍ୟ ଏକାଦଶ: କେଲି ମେୟର୍ସ, ଆୟୁଷ ବାଦୋନି, ଦୀପକ ହୁଡା, କୃନାଲ ପାଣ୍ଡ୍ୟା (ଅଧିନାୟକ), ମାର୍କସ ଷ୍ଟଇନିସ,ନିକୋଲାସ ପୁରନ, କେ ଗୋଥାମ, ଅଭେଶ ଖାନ, ବରି ବିଷ୍ଣୋଇ, ଅମିତ ମିଶ୍ରା, ନବୀନ ଉଳଲ-ହକ/ମାର୍କ ଉଡ ।

PBKS ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ, ପ୍ରଭସିମରନ ସିଂହ, ମାଥ୍ୟୁ ସର୍ଟ/ଲାଏମ ଲିଭିଙ୍ଗଷ୍ଟୋନ, ହରପ୍ରୀତ ସିଂହ, ସିକନ୍ଦର ରାଜା, ଭିତେଶ ଶର୍ମା, ସାମ କୁରାନ, ଶାହରୁଖ ଖାନ, ହରପ୍ରୀତ ବ୍ରାର, କାଗିସୋ ରାବାଡା, ରାହୁଲ ଚହର ।

MI ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କ୍ୟାମେରନ ଗ୍ରୀନ, ଅର୍ଜୁନ ତେନ୍ଦୁଲକର, ଟିମ ଡେଭିଡ, ହ୍ରିତିକ ସୋକିନ, ପିୟୁଷ ଚାୱାଲା, ରିଲି ମେରେଡିଥ, ଡୁଆନ ଜାନସେନ/ଜାସନ ବେନଡ୍ରର୍ଫ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.