ETV Bharat / sports

IPL 2023: ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, ୭୨ ରନରେ ଜିତିଲା ରାଜସ୍ଥାନ

author img

By

Published : Apr 2, 2023, 8:28 PM IST

ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୭୨ ରନରେ ପରାସ୍ତ କଲା ରାଜସ୍ଥାନ । ପ୍ରଥମ ପାଳିରେ ୨୦୩ ରନର ବିଶାଳ ପାଳି ଖେଳିଥିବା ରାଜସ୍ଥାନ ଦ୍ବିତୀୟ ପାଳିରେ ହାଇଦ୍ରାବାଦକୁ କେବଳ ୧୩୧ ରନରେ ଅଟକାଇ ଦେଇଥିଲା । ଅଧିକ ପଢ଼ନ୍ତୁ

୭୨ ରନରେ ଜିତିଲା ରାଜସ୍ଥାନ
୭୨ ରନରେ ଜିତିଲା ରାଜସ୍ଥାନ

ହାଇଦ୍ରାବାଦ: ଜାରି ରହିଛି ଆଇପିଏଲ ୨୦୨୩ ମହାସମର । ଆଇପିଏଲ ୧୬ତମ ସଂସ୍କରଣରେ ଆଜି ଡବଲ ହେଡର ମ୍ୟାଚ୍‌ ରହିଥିଲା । ତେବେ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ଏଥିରେ ଚଳିତ ସଂସ୍କରଣର ସର୍ବାଧିକ ରନ ସ୍କୋର କରିଥିଲା ରାଜସ୍ଥାନ ରୟାଲ୍ସ । ଦଳର ତିନି ଜଣ ବ୍ୟାଟରଙ୍କ ଅର୍ଦ୍ଧଶତକ ବଳରେ ୨୦୩ ରନ ସ୍କୋର କରିଥିଲା ରାଜସ୍ଥାନ । ତେବେ ୨୦୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ କେବଳ ୧୩୧ ରନ ସଂଗ୍ରହ କରିପାରିଥିଲା ।

ଟସ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ହାଇଦ୍ରାବଦର ଅଧିନାୟକ ଭୁବନେଶ୍ବର କୁମାର । ତେବେ ପ୍ରଥମେ ବ୍ୟାଟିଂ କରିବା ମୌକାକୁ ସଠିକ ଉପଯୋଗ କରିଥିଲେ ରାଜସ୍ଥାନ ବ୍ୟାଟର । ପାଳି ଆରମ୍ଭରୁ ୟଶସ୍ବୀ ଜୟସ୍ବାଲ ଓ ଜୋଶ ବଟଲର ଦମଦାର ଇନିଂସ ଖେଳିଥିଲେ । କେବଳ ୨୨ ବଲ ଖେଳି ୭ ଚୌକା ଓ ୩ ଛକା ବଳରେ ୫୪ ରନର ଧୂଆଁଧାର ପାଳି ଖେଳିଥିଲେ ଇଂଲିଶ ବ୍ୟାଟର ବଟଲର । ତେବେ ଏହି ସମୟରେ ଫଜଲହକ୍‌ ଫାରୁକିଙ୍କ ବଲରେ ସେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ମୁହାଁ ହୋଇଥିଲେ । ଏହାପରେ ଜୟସ୍ବାଲଙ୍କ ସହ ଅଧିନାୟକ ସଞ୍ଜୁ ସାମ୍‌ସନ ପାଳି ସମ୍ଭାଳିଥିଲେ । ଜୟସ୍ବାଲ ୩୭ ବଲରୁ ୯ ଚୌକା ସହ ୫୪ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ ସଞ୍ଜୁ ସାମ୍‌ସନ ୩୨ ବଲରୁ ୪ ଛକା ଓ ୩ ଚୌକା ସହ ୫୫ ରନ ସ୍କୋର କରିଥିଲେ । ହେଟମେୟର ୧୬ ବଲରୁ ଅପରାଜିତ ୨୨ ରନ ସଂଗ୍ରହ କରିଥିଲେ ।

ସେପଟେ ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ବର କୁମାର ଅଧିନାୟକ ପାଳି ଖେଳିବାରେ ସକ୍ଷମ ହୋଇ ପାରିନଥିଲେ । ସେ ୩ ଓଭର ବୋଲିଂ କରି ୩୬ ରନ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ସଫଳତା ପାଇନଥିଲେ । ହାଇଦ୍ରାବାଦ ପକ୍ଷରୁ ଫଜଲହକ୍‌ ଫାରୁକି ୪ ଓଭର ବୋଲିଂ କରି ୪୧ ରନ ବ୍ୟୟରେ ୨ ଟି ୱିକେଟ ସଂଗ୍ରହ କରିଥିବା ବେଳେ ଟି ନଟରାଜନ ୩ ଓଭରରୁ ୨୩ ରନ ଖର୍ଚ୍ଚ କରି ୨ଟି ୱିକେଟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମ୍ରାନ ମଲିକ ୩ ଓଭରରୁ ୩୨ ରନ ଦେଇ ଗୋଟିଏ ୱିକେଟ ପାଇଥିଲେ । ତେବେ ୨୦ ଓଭରରେ ୫ ୱିକେଟ ହରାଇ ୨୦୩ ରନର ବଡ଼ ସ୍କୋରରେ ପହଞ୍ଚିଥିଲା ରାଜସ୍ଥାନ ରୟାଲ୍ସ ।

ଦ୍ବିତୀୟ ପାଳିରେ ୨୦୪ ରନର ଏକ ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ହାଇଦ୍ରାବାଦ । ପ୍ରଥମ ବଲରେ ହିଁ ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ଦଳ ଉପରେ ଚାପ ପକାଇଥିଲେ ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା । ଏହାପରେ ଦ୍ବିତୀୟ ବଲରେ ପାଭିଲିୟନ ମୁହାଁ ହୋଇଥିଲେ ରାହୁଲ ତ୍ରିପାଠୀ । ଉଭୟ ଖାତା ଖୋଲିବାରେ ମଧ୍ୟ ଅସମର୍ଥ ରହିଥିଲେ । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ୨୭ (୨୩) ଓ ଅବଦୁଲ ସମଦ ୩୨ (୩୨)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ସ୍କୋର ଛୁଇଁବାକୁ ସଫଳ ହୋଇନଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୩୧ ରନରେ ପହଞ୍ଚିଥିଲା ହାଇଦ୍ରାବାଦ ।

ସେପଟେ ରାଜସ୍ଥାନ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ୟୁଜବେନ୍ଦ୍ର ଚହଲ ୪ ଓଭରରେ କେବଳ ୧୭ ରନ ବ୍ୟୟ କରି ସର୍ବାଧିକ ୪ ୱିକେଟ ସଫଳତା ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟଙ୍କୁ ୨ଟି ୱିକେଟ ମିଳିଥିବା ବେଳେ ଜାଶନ ହୋଲ୍ଡର ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଫଳରେ ସନରାଇଜର୍ସ ହାଇଦ୍ରାବାଦକୁ ୧୩୧ ରନରେ ଅଟକାଇ ୭୨ ରନରେ ବଡ଼ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.