ETV Bharat / sports

IPL 2023 PBKS vs GT: ପଞ୍ଜାବର ପୁଣି ବ୍ୟାଟିଂ ବିପର୍ଯ୍ୟୟ, ଶେଷ ଓଭରରେ ଜିତିଲା ଗୁଜରାଟ - ପଞ୍ଜାବର ପୁଣି ବ୍ୟାଟିଂ ବିପର୍ଯ୍ୟୟ

ଆଇପିଏଲ 2023ରେ ଆଜି ପୁଣି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । କ୍ରମାଗତ ଭାବେ ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ତେବେ 154 ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ଗୁଜରାଟ 6 ୱିକେଟରେ ଶେଷ ଓଭରରେ ଏହି ମୁକାବିଲାକୁ ଜିତିନେଇଛି । ଅଧିକ ପଢ଼ନ୍ତୁ

IPL 2023 PBKS vs GT
IPL 2023 PBKS vs GT
author img

By

Published : Apr 14, 2023, 12:10 AM IST

ମୋହାଲି: ଆଇପିଏଲ 2023ରେ ଏବେ ପ୍ରତିଦିନ ଦେଖିବାକୁ ମିଳୁଛି ରୋମାଞ୍ଚକର ମୁକାବିଲା । ଆଜି ପଞ୍ଜାବ ଓ ଗୁଜରାଟ ମଧ୍ୟରେ ମୋହାଲିରେ ଖେଳାଯାଇଥିବା ମୁକାବିଲା ମଧ୍ୟ ବେଶ ରୋମାଞ୍ଚକର ଥିଲା । ତେବେ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିବା ସତ୍ତ୍ବେ ପଞ୍ଜାବ ନିର୍ଦ୍ଧାରିତ 20 ଓଭରରେ 153 ରନରେ ପହଞ୍ଚିଥିଲା । 154 ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଗୁଜରାଟ ମାତ୍ର ଗୋଟିଏ ବଲ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିନେଇଛି ।

ଆଜି ପ୍ରଥମେ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ହିଁ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ଶିଖର ଧାୱନଙ୍କ ପଞ୍ଜାବ କିଙ୍ଗସ । ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ହିଁ ପାଭିଲିୟନ ଫେରିଥିଲେ ଦଳର ପ୍ରାରମ୍ଭିକ ବ୍ୟାଟର ପ୍ରଭସିମ୍ରନ ସିଂହ । ଏହାପରେ ତୁରନ୍ତ ଅଧିନାୟକ ଧାୱନ ମଧ୍ୟ ଆଉଟ ହୋଇଥିଲେ । ସେ କେବଳ 8 ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଆଜି ମାଥ୍ୟୁ ସର୍ଟ ସର୍ବାଧିକ 36 ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାନୁକା ରାଜପକ୍ଷ 20, ଜିତେଶ ଶର୍ମା 25, ସାମ କରନ 22 ଓ ଶାହରୁଖ ଖାନ 9 ବଲରୁ ଦୃତ 22 ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 153 ରନ ହିଁ କରିପାରିଥିଲା ।

ଅନ୍ୟପଟେ ଗୁଜରାଟ ପାଇଁ ଦଳର ଅନୁଭବୀ ବୋଲର ମହମ୍ମଦ ସାମି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ 4 ଓଭରରୁ 44 ରନ ବ୍ୟୟ କରିଥିଲେ । ତେବେ ସେ ଗୋଟିଏ ୱିକେଟ ମଧ୍ୟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋହିତ ଶର୍ମା ଦଳ ପାଇଁ ସର୍ବାଧିକ 2ଟି ୱିକେଟ ହାସଲ କରିଥିବା ବେଳେ ଜୋଶୁଆ ଲିଟିଲ, ଅଲଜାରୀ ଜୋଶେଫ ଓ ରସିଦ ଖାନ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ ।

ଏହାପରେ 154 ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ପାଣ୍ଡ୍ୟା ବାହିନୀ । ପାଳି ଆରମ୍ଭରୁ ଆକ୍ରାମକ ପନ୍ଥା ଆପଣାଇଥିଲେ ଗୁଜରାଟର ଉଭୟ ପ୍ରାରମ୍ଭିକ ବ୍ୟାଟର ରିଦ୍ଧିମାନ ଶାହା ଓ ଶୁଭମନ ଗିଲ । ପ୍ରଥମ ୱିକେଟ ପାଇଁ ଉଭୟ ଦଳୀୟ ଖାତାରେ 48 ରନ ଯୋଡ଼ିଥିଲେ । ତେବେ 19 ବଲରୁ 5 ଚୌକା ବଳରେ 30 ରନ କରି ରାବାଡାଙ୍କ ଶିକାର ପାଲଟିଥିଲେ ରିଦ୍ଧିମାନ । ଏହାପରେ ଗିଲଙ୍କ ସହ ପାଳି ତୁଲାଇଥିଲେ ସାଇ ସୁଦର୍ଶନ । ସେ 20 ବଲରୁ 19 ରନ କରି ଆଉଟ ହେବାପରେ ଅଧିନାୟକ ପାଣ୍ଡ୍ୟା ମଧ୍ୟ 8 ରନ କରି ତୁରନ୍ତ ଫେରିଯାଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଡେଭିଡ ମିଲର । ଶେଷ ଓଭରରେ ଦଳକୁ ଜିତିବା ପାଇଁ 7 ରନର ଆବଶ୍ୟକତା ରହିଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଆଦାମ ଜାମ୍ପା । ସେ ପ୍ରଥମ ବଲରେ ହିଁ ଶୁଭମନ ଗିଲଙ୍କୁ ପାଭିଲିୟନ ଫେରାଇଥିଲେ । ଗିଲ 49 ବଲରୁ ଗୋଟିଏ ଛକା ଓ 7ଟି ଚୌକା ବଳରେ 67 ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବା ପୂର୍ବରୁ ପାଭିଲିୟନ ଫେରିଥିଲେ । ତେବେ ଶେଷ 2ଟି ବଲରେ 4 ରନ ଆବଶ୍ୟକ ହେଉଥିବା ବେଳେ ରାହୁଲ ତେୱତିଆ କଳାର ଉପଯୋଗ କରି ଚୌକା ମାରି ନାଟକୀୟ ଢଙ୍ଗରେ ଗୁଜରାଟକୁ ମ୍ୟାଚ ଜିତାଇଥିଲେ ।

ସେପଟେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ 4 ଓଭରରେ 33 ରନ ଖର୍ଚ୍ଚ କରି ଗୋଟିଏ ସଫଳତା ପାଇଥିଲେ । ସେହିଭଳି କାଗିସୋ ରାବାଡା ଓ ହରପ୍ରୀତ ବ୍ରାର 4 ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ 36 ଓ 20 ରନ ବ୍ୟୟରେ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ସାମ କରନ 3.5 ଓଭର ବୋଲିଂ କରିଥିବା ବେଳେ 25 ରନ ବ୍ୟୟ କରିଛନ୍ତି । ଶେଷ ଓଭରରେ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ସେ ଗୋଟିଏ ସଫଳତା ପାଇଥିଲେ । ଦଳର ଅନ୍ୟ ବୋଲର ରାହୁଲ ଚହର ଓ ମାଥ୍ୟୁ ସର୍ଟଙ୍କୁ କୌଣସି ସଫଳତା ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.