ETV Bharat / sports

IPL 2023 MI vs RR: ଫିକା ପଡ଼ିଲା ଜୟସ୍ବାଲଙ୍କ ଧୂଆଁଧାର ଶତକ, ଡେଭିଡଙ୍କ ମାଡ଼ରେ ରାଜସ୍ଥାନ ବେହାଲ

author img

By

Published : May 1, 2023, 1:00 AM IST

ଆଇପିଏଲ 2023ରେ ମୁମ୍ବାଇ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ରୋମାଞ୍ଚକର ଭାବେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଯଶସ୍ବୀ ଜୟସ୍ବାଲଙ୍କ ଶତକୀୟ ପାଳି ବଳରେ 212 ରନ ସ୍କୋର କରିଥିବା ରାଜସ୍ଥାନକୁ 6 ୱିକେଟରେ ମାତ ଦେଇଛି ମୁମ୍ବାଇ । ଅଧିକ ପଢ଼ନ୍ତୁ

IPL 2023 MI vs RR
IPL 2023 MI vs RR

ମୁମ୍ବାଇ: ଆଇପିଏଲ ଇତିହାସର 1000ତମ ମ୍ୟାଚ ଆଜି ଖେଳାଯାଇଥିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ । ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲେ ମଧ୍ୟ 21 ବର୍ଷୀୟ ଯଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର 124 ରନର ପାଳି ବଳରେ ଦଳ 212 ରନ ସ୍କୋର କରିପାରିଥିଲା । ତେବେ ଟିମ ଡେଭିଡଙ୍କ ଅବିଶ୍ବସନୀୟ 14 ବଲରୁ 45 ରନର ପାଳି ବଳରେ ମୁମ୍ବାଇ ଏହି ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ।

ଏହି ମ୍ୟାଚ୍‌ରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ତେବେ ପ୍ରଥମରୁ ହିଁ ମୁମ୍ବାଇ ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ । ଅନ୍ୟପଟେ ଦଳୀୟ ସ୍କୋର 72 ରନ ହୋଇଥିବା ବେଳେ କେବଳ 18 ରନ କରି ଆଉଟ ହୋଇଥିଲେ ଜୋଶ ବଟଲର । ସେହିଭଳି ଅଧିନାୟକ ସଞ୍ଜୁ ସାମସନ ମଧ୍ୟ କେବଳ 14 ରନ କରିବାକୁ ସମର୍ଥ ହୋଇଥିଲେ । ଜାଶନ ହୋଲ୍ଡର 11 ରନ କରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟର ଆଜି ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ଅସମର୍ଥ ରହିଥିଲେ । ଗୋଟିଏ ପଟେ ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଥିବା ବେଳେ ଅନ୍ୟପଟେ କିନ୍ତୁ ଆକ୍ରାମକ ପାଳି ଜାରି ରଖିଥିଲେ ଯଶସ୍ବୀ ଜୟସ୍ବାଲ । ସେ 62 ବଲରୁ ଦୃତ 124 ରନ ସଂଗ୍ରହ କରିଥିଲେ । ଜୟସ୍ବାଲଙ୍କ ଏହି ଶତକୀୟ ପାଳି ବଳରେ ରାଜସ୍ଥାନ 212 ରନର ବିଶାଳ ସ୍କୋରରେ ପହଞ୍ଚିଥିଲା ।

ମୁମ୍ବାଇ ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ 21 ବର୍ଷୀୟ ଜୟସ୍ବାଲ । ତେବେ ଅର୍ଶଦ ଖାନ ଦଳ ପାଇଁ ସର୍ବାଧିକ 3ଟି ୱିକେଟ ହାତେଇଥିଲେ । ସେ 3 ଓଭର ବୋଲିଂ କରି 39 ରନ ବ୍ୟୟ କରିଥିଲେ । ପୀୟୁଷ ଚାୱଲା 4 ଓଭରରୁ 34 ରନ କରି 2ଟି ସଫଳତା ପାଇଥିଲେ । ସେହିଭଳି ଜୋଫ୍ରା ଆର୍ଚର ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ତେବେ ମେରେଡିଥ 4 ଓଭରରୁ 51 ରନ ଖର୍ଚ୍ଚ କରି ଦଳ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହାପରେ ଘରୋଇ ଗ୍ରାଉଣ୍ଡରେ 213 ରନର ବିଶାଳ ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ । କିନ୍ତୁ ଦଳର ଅଧିନାୟକ ରୋହିତ ଶର୍ମା ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ସେ କେବଳ 3 ରନ କରି ଆଉଟ ହୋଇଥିଲେ । ଏହାପରେ ଈଶାନ କିଶାନ 28 ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ କାମେରନ ଗ୍ରୀନ 26 ବଲରୁ ଦୃତ 44 ରନ ଓ ସୂର୍ଯ୍ୟକୁମାର ଯାଦବ 29 ବଲରୁ 55 ରନ କରି ଦଳର ବିଜୟ ରାସ୍ତା ଖୋଲି ଦେଇଥିଲେ । ତେବେ ଏହି ଦୁଇ ବ୍ୟାଟର ଆଉଟ ହେବାପରେ ଦଳର ସଙ୍କଟ ବଢ଼ିଥିଲା । ଏହାପରେ ଦଳର ସଙ୍କଟ ମୋଚକ ସାଜିଥିଲେ ଟିମ ଡେଭିଡ । ଗୋଟିଏ ପଟେ ତିଲକ ବର୍ମା 21 ବଲରୁ 29 ରନ କରି ପାଳି ସମ୍ଭାଳୁଥିବା ବେଳେ ଅନ୍ୟପଟେ ଧୂଆଁଧାର ପ୍ରଦର୍ଶନ କରି 14 ବଲରୁ 2 ଚୌକା ଓ 5 ଛକା ବଳରେ 45 ରନ କରିଥିଲେ ଟିମ ଡେଭିଡ । ଶେଷ ଓଭରରେ ବିଜୟ ପାଇଁ 17 ରନ ଆବଶ୍ୟକ ହେଉଥିବା ବେଳେ ପ୍ରଥମ 3ଟି ବଲକୁ ଛକା ମାରି ଦଳକୁ ବିଜୟ କରାଇଥିଲେ ଡେଭିଡ ।

ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ 4 ଓଭରରୁ 27 ରନ ଖର୍ଚ୍ଚ କରି 2ଟି ୱିକେଟ ପାଇଥିଲେ । ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଦଳର ଅନ୍ୟ କୌଣସି ବୋଲରଙ୍କୁ ସଫଳତା ମିଳିନଥିଲା । 3.3 ଓଭର ବୋଲିଂ କରି 55 ରନ ଖର୍ଚ୍ଚ କରି ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଜାଶନ ହୋଲ୍ଡର । ତେବେ ଶତକୀୟ ପାଳି ପାଇଁ ଜୟସ୍ବାଲ ପ୍ଲେୟାର ଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.