ETV Bharat / sports

IPL 2023 MI vs PBKS: ସଂଘର୍ଷ କରି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳା ଯାଇଛି । 13 ରନରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ । ଅଧିକ ପଢ଼ନ୍ତୁ

author img

By

Published : Apr 22, 2023, 11:37 PM IST

IPL 2023 MI vs PBKS
IPL 2023 MI vs PBKS

ମୁମ୍ବାଇ: ଆଜି ୱାଙ୍ଖାଡ଼େ ଷ୍ଟାଡିୟମରେ ଚଳିତ ଆଇପିଏଲ ସିଜିନର 31 ତମ ମ୍ୟାଚ ଖେଳା ଯାଇଛି । ଆଜିର ମ୍ୟାଚରେ ମୁମ୍ବାଇ ବିପକ୍ଷରେ ପଞ୍ଜାବ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ବିନିମୟରେ 214 ରନର ବିଶାଳ ସ୍କୋର୍ କରିଥିଲା । ଜବାବରେ ମୁମ୍ବାଇ 6 ୱିକେଟ ହରାଇ 201 ରନ ହିଁ କରି ପାରିଥିଲା ।

ଟସ ଜିତି ପ୍ରଥମେ ପଞ୍ଜାବ କିଙ୍ଗସକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ରୋହିତ ଶର୍ମା । ମୁମ୍ବାଇ ବୋଲର ଆଜି ଅତି ସାଧାରଣ ବୋଲିଂ ପ୍ରଦର୍ଶନ କରିଥିଲେ । ତୃତୀୟ ଓଭରରେ ମାଥ୍ୟୁ ସର୍ଟ 11 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ପ୍ରଭସିମରନ ଓ ଅର୍ଥବ ତାଇଦେ ଯଥାକ୍ରମେ 26 ଓ 29 ରନ କରି ଆଉଟ ହୋଇଥିଲେ। ନିୟମିତ ଅନ୍ତରାଳରେ ୱିକେଟ ହରାଉଥିଲେ ସୁଦ୍ଧା ସ୍କୋର ବୋର୍ଡ ରନ ଯୋଡ଼ି ହେବାରେ ଲାଗିଥିଲା । ଏହାପରେ ହରପ୍ରୀତ ସିଂହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି । ସେ 28ଟି ବଲରେ 44 ରନ କରିଥିଲେ। ଏହାପରେ ଅଧିନାୟକ ପାଳି ଖେଳିଥିଲେ ସାମ କରନ । ସେ 28ଟି ବଲରେ 55 ରନ କରି ବେରେନଡର୍ଫଙ୍କ ବଲରେ ଆଉଟ ହୋଇଥିଲେ। ଶେଷରେ ଜିତେଶ ଶର୍ମାଙ୍କ ଦୃତ 25 ରନ ଦଳୀୟ ସ୍କୋରକୁ 200 ପାର ପହଞ୍ଚାଇ ଥିଲା ।

ମୁ୍ମ୍ବାଇ ପକ୍ଷରୁ କ୍ୟାମେରନ ଗ୍ରୀନ ଓ ପିୟୁଷ ଚାୱଲା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଅର୍ଜୁନ ତେନ୍ଦୁଲକର, ବେରେନଡର୍ଫ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ମୁମ୍ବାଇ ପକ୍ଷରୁ ଆଜି ଅର୍ଜୁନ 16 ହାରରେ ସର୍ବାଧିକ 48 ରନ ଖର୍ଚ୍ଚ କରିଥିଲେ ।

ବିଶାଳ ଟାର୍ଗେଟ ପିଛା କରିବାକୁ ଆସି ପ୍ରଥମରୁ ୱିକେଟ ହରାଇଥିଲା ମୁମ୍ବାଇ । ଦ୍ବିତୀୟ ଓଭରରେ ମାତ୍ର ଏକ ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ ରୋହିତ ଶର୍ମା ଦୃତ 44 ରନ କରି ଦଶମ ଓଭରରେ ଲିଭିଂଷ୍ଟୋନଙ୍କ ଶିକାର ପାଲଟିଥିଲେ। ଏହାପରେ କ୍ୟାମେରନ ଗ୍ରୀନ ଧୂଆଁଧାର ପାଳି ଖେଳି 67 ରନ କରିଥିଲେ । ସେପଟେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ବଡ଼ ସଟ ଖେଳିବା ଜାରି ରଖିଥିଲେ । ନିଜ କ୍ୟାରିଅରର ଦୃତତମ ଅର୍ଦ୍ଧ ଶତକ ହାସଲ କରିଥିଲେ ସୂର୍ଯ୍ୟ । ସେ 26ଟି ବଲରେ 57 ରନ କରିଥିଲେ । ଏହାପରେ ଟିମ ଡେଭିଡ ଦଳକୁ ବିଜୟୀ କରାଇବାକୁ ଭରପୁର ପ୍ରୟାସକରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରିନଥିଲେ ତିଲକ ବର୍ମା ମାତ୍ର 3 ରନ କରି ପାଭିଲିୟନ ଫେରିଥିଲେ ।

ପଞ୍ଜାବ କିଙ୍ଗସ ପକ୍ଷରୁ ଅର୍ଶଦୀବ ସିଂହ ଲଗାତାର ଦୁଇଟି ୱିକେଟ ନେଇ ମୁମ୍ବାଇଠାରୁ ମ୍ୟାଚ ଛଡ଼ାଇ ନେଇଥିଲେ । ସେ 4ଟି ନେଇଥିବା ବେଳେ ନାଥାନ ଏଲିସ ଓ ଲିଭିଂଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.