ETV Bharat / sports

IPL 2023 LSG vs RCB: ଲକ୍ଷ୍ନୌରେ ରୋମାଞ୍ଚକର ମୁକାବିଲା, 18 ରନରେ ଜିତିଲା ବାଙ୍ଗାଲୋର - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ 2023ରେ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମୁକାବିଲା ବେଶ ରୋମାଞ୍ଚକର ଥିଲା । ଉଭୟ ଟିମର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ଏହି ମ୍ୟାଚକୁ 18 ରନରେ ଜିତି ନେଇଛି ବାଙ୍ଗାଲୋର । ଅଧିକ ପଢ଼ନ୍ତୁ

IPL 2023 LSG vs RCB
IPL 2023 LSG vs RCB
author img

By

Published : May 2, 2023, 1:02 AM IST

ଲକ୍ଷ୍ନୌ: ଆଜି ଆଇପିଏଲ 2023ର 43 ତମ ମୁକାବିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ତେବେ ଏହି ମ୍ୟାଚରେ ଉଭୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ବାଙ୍ଗାଲୋର କେବଳ 126 ରନ କରିଥିବା ବେଳେ ଏହାର ପିଛା କରି 108 ରନରେ ସମସ୍ତ ୱିକେଟ ହରାଇଛି ଲକ୍ଷ୍ନୌ । ତେବେ ଆଜି ମ୍ୟାଚରେ ଉଭୟ ଦଳ ମଧ୍ୟରେ ସର୍ବାଧିକ ରନ କରିଥିବା ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଅଧିନାୟକ ଭାବେ ଫେରିବା ପରେ ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଫାଫ ଡୁପ୍ଲେସିସ । ତେବେ ଆରମ୍ଭରୁ ଦଳକୁ ଭଲ ଆରମ୍ଭ ମିଳିଥିଲା । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ 62 ରନ ଯୋଡ଼ିଥିଲେ ବିରାଟ କୋହଲି ଓ ଡୁପ୍ଲେସିସ । ନବମ ଓଭରରେ ରବି ବିଷ୍ଣୋଇଙ୍କ ପ୍ରଥମ ଶିକାର ପାଲଟିଥିଲେ କୋହଲି । ସେ 30 ବଲରୁ 3ଟି ଚୌକା ସହିତ 31 ରନ କରିଥିଲେ । ଏହାପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଅଧିନାୟକ ଫାଫ ଡୁପ୍ଲେସିସ ଦଳ ପାଇଁ ସର୍ବାଧିକ 40 ବଲରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ବଳରେ 44 ରନ କରି ଆଉଟ ହୋଇଥିଲେ । ତେବେ ଦିନେଶ କାର୍ତ୍ତିକ (16)ଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାକୁ ସମର୍ଥ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 126 ରନ କରିଥିଲା ବାଙ୍ଗାଲୋର ।

ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ 4 ଓଭରରୁ 30 ରନ ବ୍ୟୟରେ ସର୍ବାଧିକ 3ଟି ୱିକେଟ ପାଇଥିଲେ । ରବି ବିଷ୍ଣୋଇ ଓ ଅମିତ ମିଶ୍ରା 21 ରନ ଲେଖାଏଁ ଖର୍ଚ୍ଚ କରି 2ଟି ଲେଖାଏଁ ୱିକେଟ ନେଇଥିଲେ । କ୍ରିଷ୍ଣାପା ଗୌତମଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହାପରେ ବହୁମୂଲ୍ୟ 2 ପଏଣ୍ଟ ପାଇଁ ଲକ୍ଷ୍ନୌକୁ କେବଳ 127 ରନର ଆବଶ୍ୟକତା ଥିଲା । ତେବେ ଆହତ କାରଣରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିପାରିନଥିଲେ ଅଧିନାୟକ ରାହୁଲ । ଏପଟେ ପାଳିର ପ୍ରଥମ ବଲରେ ହିଁ କାୟଲ ମାୟର୍ସଙ୍କୁ ଆଉଟ କରି ଦେଇଥିଲେ ମହମ୍ମଦ ସିରାଜ । ଏହାପରେ କୃଣାଲ ପାଣ୍ଡ୍ୟା ପାଳି ସମ୍ଭାଳିଥିଲେ ମଧ୍ୟ ସେ କେବଳ 14 ରନ ହିଁ କରିପାରିଥିଲେ । ମାର୍କସ ଷ୍ଟୋଇନିସ ସଂଘର୍ଷ କରି 13 ରନ କରି ଆଉଟ ହୋଇଥିଲେ । କ୍ରିଷ୍ଣାପା ଗୌତମ 13 ବଲରୁ 23 ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ରନ ଆଉଟ ହୋଇଥିଲେ । ଅମିତ ମିଶ୍ରା ଶେଷ ପର୍ଯ୍ୟନ୍ତ ପିଚରେ ସଂଘର୍ଷ କରି କେବଳ 19 ରନ କରି ଆଉଟ ହୋଇଥିଲେ । 13 ରନ କରି ଆଉଟ ହୋଇଥିଲେ ନବୀନ ଉଲ ହକ । ଅନ୍ୟପଟେ ଆହତ ରାହୁଲ ଶେଷ ୱିକେଟ ପାଇଁ ଆସି କୌଣସି ରନ କରିପାରିନଥିଲେ ।

ଆରସିବି ପକ୍ଷରୁ ଜୋଶ ହେଜେଲଉଡ ଓ କର୍ଣ୍ଣ ଶର୍ମା 2ଟି ଲେଖାଏଁ ୱିକେଟ ପାଇଥିଲେ । ମହମ୍ମଦ ସିରାଜ, ଗ୍ଲେନ ମାକ୍ସୱେଲ, ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଫଳରେ ବାଙ୍ଗାଲୋର ଅବିଶ୍ବସନୀୟ ଭାବେ ଏହି ମୁକାବିଲାକୁ ଜିତି ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.