ETV Bharat / sports

IPL 2023 LSG vs GT: ରୋମାଞ୍ଚକର ମୁକାବିଲା ଜିତିଲା ଗୁଜରାଟ, ୭ରନରେ ହାରିଲା ଲକ୍ଷ୍ନୌ

ଆଇପିଏଲ ୨୦୨୩ରେ ପ୍ରତିଦିନ ଦେଖିବାକୁ ମିଳୁଛି ରୋମାଞ୍ଚକର ମୁକାବିଲା । ଆଜି ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ରୋମାଞ୍ଚ ଭରୁ ରହିଥିଲା । ପ୍ରଥମେ ବ୍ୟାଟିଂ କରି ୧୩୫ ରନ କରିଥିଲା ଗୁଜରାଟ । ତେବେ କେବଳ ୧୨୮ ରନରେ ଅଟକି ଯାଇଛି ଲକ୍ଷ୍ନୌ । ଅଧିକ ପଢ଼ନ୍ତୁ

ରୋମାଞ୍ଚକର ମୁକାବିଲା ଜିତିଲା ଗୁଜରାଟ
ରୋମାଞ୍ଚକର ମୁକାବିଲା ଜିତିଲା ଗୁଜରାଟ
author img

By

Published : Apr 22, 2023, 8:50 PM IST

ଲକ୍ଷ୍ନୌ: ଆଇପିଏଲ ୨୦୨୩ର ୩୦ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଖେଳାଯାଇଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୩୫ ରନ କରିଥିଲା ଗୁଜରାଟ । ତେବେ ୧୩୬ ରନର ବିଜୟ ଲକ୍ଷ୍ୟ ମଧ୍ୟ ହାସଲ କରି ପାରିନାହିଁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଶେଷ ଓଭରରେ ୪ଟି ୱିକେଟ ହରାଇ ଗୁଜରାଟ ଠାରୁ ମାତ୍ର ୭ ରନ ଦୂରରେ ରହିଯାଇଥିଲା ଲକ୍ଷ୍ନୌ ।

ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଦ୍ବିତୀୟ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ଶୁଭମନ ଗିଲ । ଏହାପରେ କିନ୍ତୁ ରିଦ୍ଧିମାନ ଶାହା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ଦ୍ବିତୀୟ ୱିକେଟ ପାଇଁ ଉଭୟ ଦଳୀୟ ଖାତାରେ ୬୮ ରନ ଯୋଡ଼ିଥିଲେ । ଏହାପରେ କୃଣାଲ ପାଣ୍ଡ୍ୟାଙ୍କ ବଲରେ ଧରା ପଡ଼ିଥିଲେ ଶାହା । ତୁରନ୍ତ ଅଭିନବ ମନୋହର ମଧ୍ୟ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ । ବିଜୟ ଶଙ୍କର ୧୦ ଓ ଡେଭିଡ ମିଲର ୬ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ପାଣ୍ଡ୍ୟାଙ୍କ ୬୬ ରନର ପାଳି ବଳରେ ଦଳ ୧୩୫ରେ ପହଞ୍ଚି ପାରିଥିଲା ।

ସେପଟେ ଲକ୍ଷ୍ନୌ ପକ୍ଷରୁ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ରବି ବିଷ୍ଣୋଇଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ବିପକ୍ଷ ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଉନଥିଲେ । କୃଣାଲ ପାଣ୍ଡ୍ଯା ୪ ଓଭରରେ ୧୬ ରନ ବ୍ୟୟ କରି ୨ଟି ୱିକେଟ ପାଇଥିବା ବେଳେ ୩ ଓଭରରୁ ୨୦ ରନ ଦେଇ ୨ଟି ୱିକେଟ ହାତେଇଥିଲେ ଷ୍ଟୋଇନିସ । ସେହିଭଳି ଅମିତ ମିଶ୍ରା ଓ ନବୀନ ଉଲ ହକ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ ।

ତେବେ କେବଳ ୧୩୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଲକ୍ଷ୍ନୌ । ପ୍ରାରମ୍ଭିକ ବ୍ୟାଟର କାୟଲ ମାୟର୍ସ ଓ ଅଧିନାୟକ ଲୋକେଶ ରାହୁଲଙ୍କ ଭାଗିଦାରୀକୁ ଦଳୀୟ ସ୍କୋର ୫୫ରେ ଭାଙ୍ଗିଥିଲେ ରସିଦ ଖାନ । ୧୯ ବଲରୁ ୨୪ ରନ କରି କ୍ଲିନ ବୋଲ୍ଡ ହୋଇଥିଲେ ମାୟର୍ସ । ଏହାପରେ କୃଣାଲ ପାଣ୍ଡ୍ୟା ଧିମା ଗତିରେ ଖେଳି ୨୩ ବଲରୁ ୨୩ ରନ କରି ଆଉଟ ହୋଇଥିଲେ । ଏହାପରେ କ୍ରମାଗତ ଭାବେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଧିନାୟକ ରାହୁଲ ପରିସ୍ଥିତିକୁ ସମ୍ଭାଳି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟ ଦେବା ପୂର୍ବରୁ ଆଉଟ ହୋଇଥିଲେ । ସେ ୬୧ ବଲରୁ ୬୮ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ଓଭରରେ ଦଳକୁ ବିଜୟ ପାଇଁ ମାତ୍ର ୧୨ ରନ ଆବଶ୍ୟକ ଥିବାବେଳେ ଏହି ଓଭରରେ କମାଲ କରିଥିଲେ ଗୁଜରାଟ ବୋଲର ମୋହିତ ଶର୍ମା । ସେ ଏହି ଓଭରରେ କେବଳ ୪ ରନ ଖର୍ଚ୍ଚ କରି ୨ଟି ୱିକେଟ ନେଇଥିଲେ । ଅନ୍ୟ ଦୁଇ ବ୍ୟାଟର ଏହି ଓଭରରେ ରନ ଆଉଟ ହୋଇ ପାଭିଲିୟନ ଚାଲିଯାଇଥିଲେ । ଫଳରେ ଗୁଜରାଟ ଏହି ମ୍ୟାଚକୁ ୭ ରନରେ ଜିତି ନେଇଥିଲା ।

ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୩ ଓଭରରୁ ୧୭ ଓ ନୂର ଅହମ୍ମଦ ୪ ଓଭରରୁ ୧୮ ରନ ବ୍ୟୟ କରିଥିଲେ । ଉଭୟ ଦଳ ପାଇଁ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୪ ଓଭରରୁ ୩୩ ରନ ଖର୍ଚ୍ଚ କରି ଗୋଟିଏ ସଫଳତା ପାଇଥିଲେ ରସିଦ ଖାନ । ତେବେ ଅନ୍ୟ କୌଣସି ବୋଲରଙ୍କୁ ଆଜି ସଫଳତା ମିଳିନଥିବା ବେଳେ ସମସ୍ତଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୋହିତ ଶର୍ମା ଆଜିର ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.