ETV Bharat / sports

IPL 2023 :KKR ବୋଲରଙ୍କ ଲୟ ବିଗାଡ଼ିଲେ ଜୟଶ୍ବାଲ୍, 9 ୱିକେଟରେ ଜିତିଲା ରାଜସ୍ଥାନ

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ମାତ୍ର ଗୋଟାଏ ୱିକେଟ ହରାଇ 13.1 ଓଭରରେ ଟାର୍ଗେଟ ହାସଲ କରିଛି ରାଜସ୍ଥାନ । କେକେଆର ବର୍ତ୍ତମାନ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ତୃତୀୟ ସ୍ଥାନରେ ଅବସ୍ଥାନ କରିଛି । ଅଧିକ ପଢ଼ନ୍ତୁ

author img

By

Published : May 12, 2023, 12:14 AM IST

Updated : May 12, 2023, 6:14 AM IST

IPL 2023
IPL 2023

କୋଲକାତା: ଆଇପିଏଲର 56ତମ ମ୍ୟାଚ୍ ଆଜି କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସ 9 ୱିକେଟରେ ଏକ ତରଫା ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନକୁ 150 ରନ୍ ଟାର୍ଗେଟ ଦେଇଥିଲା କେକେଆର୍ । ତେବେ ମାତ୍ର ଗୋଟାଏ ୱିକେଟ ହରାଇ 13.1 ଓଭରରେ ଟାର୍ଗେଟ ହାସଲ କରିଛି ରାଜସ୍ଥାନ। ଆଜିର ମ୍ୟାଚରେ ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଛନ୍ତି ଯଶସ୍ବୀ ଜୟସ୍ବାଲ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଜେଶନ ରୟ ଟ୍ରେଣ୍ଟ୍ ବୋଲ୍ଟଙ୍କ ଶିକାର ପାଲଟିଥିଲେ । ଖୁବଶୀଘ୍ର ଦ୍ବିତୀୟ ୱିକେଟ ମଧ୍ୟ ହରାଇଥିଲା କେକେଆର୍ । ଏହାପରେ ଭେଙ୍କେଟେସ ଆୟର ଦଳୀୟ ପାଳିକୁ ସମ୍ଭାଳିଥିଲେ। ସେ 42ଟି ବଲରେ 4ଟି ଛକା ଓ ଦୁଇଟି ଚୌକା ବଳରେ 57 ରନ୍ କରିଥିଲେ। ଏହାପରେ ଚହଲଙ୍କ ବଲରେ ଆଉଟ ହୋଇଥିଲେ । ଅଧିନାୟକ ନୀତିଶ ରାଣା ମାତ୍ର 22 ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟର 20ରୁ ଊର୍ଦ୍ଧ୍ବ ରନ୍ ସ୍କୋର କରି ପାରନଥିଲେ । ନିର୍ଦ୍ଧାରିତ 20 ଓଭରରେ ଦଳ 8 ୱିକେଟ ବିନିମୟରେ 149 ରନ୍ ହିଁ କରି ପାରିଥିଲା।

ରାଜସ୍ଥାନ ପକ୍ଷରୁ ଚହଲ ସର୍ବାଧିକ 4 ଓଭରରେ 25 ରନ୍ ଦେଇ 4ଟି ହାସଲ କରିଥିଲେ । ଟ୍ରେଣ୍ଟ ବୋଲ୍ଟ 3 ଓଭରରେ 15 ରନ ବ୍ୟୟ କରି 2ଟି ୱିକେଟ ହାସଲ କରିଥିଲେ। ସନ୍ଦୀପ ଶର୍ମା ଓ କେଏମ୍ ଆସିଫଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ସେପଟେ 150 ଟାର୍ଗଟେ ନେଇ ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନ ଆକ୍ରାମକ ଖେଳ ଦେଖାଇଥିଲା । ପ୍ରଥମରୁ ବଡ଼ ସଟ୍ ଖେଳି ଜଶସ୍ବୀ ଜୟଶ୍ବାଲ ପ୍ରଥମ ଓଭରରେ 26 ରନ୍ ସଂଗ୍ରହ କରିଥିଲେ। ସେପଟେ ଖାତା ଖୋଲିବା ପୂର୍ବରୁ ଜୋଶ ବଟଲର ନିଜ ୱିକେଟ ହରାଇଥିଲେ। ଏହାପରେ ଜୟଶ୍ୱାଲଙ୍କ ସହ ଅଧିନାୟକ ସଞ୍ଜୁ ସାମସନ ମଧ୍ୟ କୋଲକାତା ବୋଲରଙ୍କ ଲାଇନ୍ ଲେନ୍ଥ ବିଗାଡ଼ି ଦେଇଥିଲେ। ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଜୟଶ୍ୱାଲ 47 ବଲରୁ 5 ଛକା 13 ଚୌକା ବଳରେ 98 ରନ୍ କରିଥିଲେ। ଶତକରୁ ମାତ୍ର ଦୁଇ ରନ୍ରୁ ବଞ୍ଚିତ ହୋଇଛନ୍ତି । ସାମସନ୍ ବି 29 ବଲରୁ 5 ଛକା ଦୁଇଟି ଚୌକା ବଳରେ 48 ରନ କରି ଦଳକୁ ବିଜୟୀ କରାଇଛନ୍ତି।

ସେପଟେ କେକେଆର ପକ୍ଷରୁ କୌଣସି ବୋଲର ୱିକେଟ ନେବାରେ ସକ୍ଷମ ନଥିଲେ। ଜୋଶ ବଟଲର ରନ ଆଉଟ ହୋଇ ପାଭିଲିୟନ ଫେରିଥିଲେ। ଅଧିନାୟକ ନୀତିଶ ରାଣା ଗୋଟିଏ ଓଭରରେ 26 ରନ୍ ଦେଇ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। କେକେଆର ବର୍ତ୍ତମାନ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ତୃତୀୟ ସ୍ଥାନରେ ଅବସ୍ଥାନ କରିଛି।

Last Updated : May 12, 2023, 6:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.