ETV Bharat / sports

Rinku Singh: ପଙ୍କରୁ ପଦ୍ମ, ପୋଛା ଲଗାଉଥିବା ରିଙ୍କୁ ବନିଲେ ହିରୋ - ରିଙ୍କୁ ସିଂହ

କୋଲକାତା ନାଇଟ ରାଇଡର୍ସର ଯୁବ ଖେଳାଳି ରିଙ୍କୁ ସିଂହ ଏବେ ଚର୍ଚ୍ଚାରେ । ଡିଫେଡିଂ ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ କୋଲକାତାକୁ ଅବିଶ୍ବସନୀୟ ବିଜୟ ଦେଇଥିବା ରିଙ୍କୁ ସିଂହ ଏବେ ଭାରତୀୟ କ୍ରିକେଟ ଜଗତରେ ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ।

କୋଲକାତା ନାଇଟ ରାଇଡର୍ସର ଖେଳାଳି ରିଙ୍କୁ ସିଂହ
kolkata knight riders star player Rinku Singh
author img

By

Published : Apr 10, 2023, 10:31 AM IST

ନୂଆଦିଲ୍ଲୀ: ରିଙ୍କୁ ସିଂହ...ରିଙ୍କୁ ସିଂହ ଏବେ କେବଳ ଏହି ଗୋଟିଏ ନାମ । ରିଙ୍କୁଙ୍କ ପ୍ରଦର୍ଶନକୁ ନେଇ ରିଲ୍ସ, ପ୍ରଶଂସା ଆଉ ଖାଲି ପ୍ରଶଂସା । କେକେଆରର ଏହି ଷ୍ଟାର ଖେଳାଳି ଏବେ ଚର୍ଚ୍ଚାରେ । ଏବେ ଆକର୍ଷଣରେ କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି କୋଲକାତା ନାଇଟ ରାଇଡର୍ସର ଏହି ଯୁବ ଖେଳାଳି ରିଙ୍କୁ ସିଂହ । ଶେଷ 5 ବଲରେ 5ଟି ବିଶାଳ ଛକା ଆଉ କୋଲକାତା କବଜାରେ ମ୍ୟାଚ । ଆଇପିଏଲ 16ତମ ସଂସ୍କରଣର 13ତମ ମ୍ୟାଚରେ ଏକ ହାଇଭୋଲ୍ଟେଜ ମୁକାବିଲା ଦେଖିବାକୁ ମିଳିଥିଲା । ଡିଫେଡିଂ ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ହାତରୁ ମ୍ୟାଚ ଛଡାଇ ଆଣିଥିଲେ କେକେଆରର ରିଙ୍କୁ ସିଂହ । ଆଉ ତା ପରେ ଭାରତୀୟ କ୍ରିକେଟରଙ୍କଠୁ ନେଇ ଫ୍ୟାନ୍ସ ଏବେ ରିଙ୍କୁଙ୍କ ପ୍ରଶଂସାରେ ଶତମୁଖ । ତେବେ ଜାଣନ୍ତି କି କିଏ ଏହି ରିଙ୍କୁ ସିଂହ । କେମିତି ଥିଲା ତାଙ୍କ କ୍ରିକେଟର ହେବା ଯାତ୍ରା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ପଙ୍କରୁ ପଦ୍ମ: ରିଙ୍କୁଙ୍କ ଜୀବନ ଏତେ ସହଜ ନଥିଲା । ପଙ୍କରୁ ପଦ୍ମ ହୋଇଛନ୍ତି 25 ବର୍ଷୀୟ ରିଙ୍କୁ ସିଂହ । ସଂଘର୍ଷରୁ ସ୍କିପର ବ୍ୟାଟ୍ସମ୍ୟାନ ହୋଇଛନ୍ତି ରିଙ୍କୁ । 1997 ଅକ୍ଟୋବର 12 ତାରିଖରେ ଉତ୍ତରପ୍ରଦେଶ ଆଲିଗଡରେ ଏକ ଗରିବ ପରିବାରରେ ରିଙ୍କୁ ସିଂହଙ୍କ ଜନ୍ମ । ପରିବାରର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା । ରିଙ୍କୁ ସିଂହ 5 ଭାଇ ଭାଉଣୀ । ତାଙ୍କ ବାପା ଖାନଚନ୍ଦ୍ର ସିଂହ ଗ୍ୟାସ ବିତରଣ କରି ପରିବାର ପ୍ରତିପୋଷଣ କରନ୍ତି ।

ପାଠରେ ଦୁର୍ବଳ ଖେଳରେ ସବଳ: ପିଲାଟି ବେଳୁ ରିଙ୍କୁଙ୍କର କ୍ରିକେଟର ପ୍ରତି ଦୁର୍ବଳତା ଥିଲା । ପାଠପଢାରେ ରିଙ୍କୁ ଦୁର୍ବଳ ଥିଲେ ମାତ୍ର କ୍ରିକେଟରେ ଏକଦମ ମାହିର ଥିଲେ । ରିଙ୍କୁ ନବମ ଶ୍ରେଣୀରେ ଫେଲ ହୋଇଥିଲେ । ପାଠପଢାରେ ଦୁର୍ବଳ ଥିବାରୁ ବାପାଙ୍କଠୁ ଅନେକ ଗାଳି ଖାଇଛନ୍ତି ରିଙ୍କୁ । ପରବର୍ତ୍ତୀ ସମୟରେ ରିଙ୍କୁ କ୍ରିକେଟରେ ଖେଳି ଏକ ବାଇକ ପୁରସ୍କାର ଆକାରରେ ଜିତିଥିଲେ । ସେହି ବାଇକରେ ତାଙ୍କ ବାପା ଗ୍ୟାସ ବିକ୍ରି କରୁଥିଲେ । ଏହା ପରେ ଧୀରେ ଧୀରେ ରିଙ୍କୁଙ୍କୁ କ୍ରିକେଟ ଖେଳିବାକୁ ଆଉ ଅଟକାଇ ନଥିଲେ ତାଙ୍କ ବାପା ଖାନଚନ୍ଦ୍ର ସିଂହ ।

ଦିନେ ଝାଡୁପୋଛା କରୁଥିଲେ ରିଙ୍କୁ: ମଣିଷ ପରିସ୍ଥିତିର ଦାସ । ଆର୍ଥିକ ଅବସ୍ଥା କେଉଁ ସ୍ଥିତିକୁ ଟାଣିନିଏ ତାହା କହିବା ମୁସ୍କିଲ । ଏମିତି ଦିନେ ସମୟ ଆସିଥିଲା କୋଚିଂ ସେଣ୍ଟରରେ ଝାଡୁପୋଛା ଲଗାଇବା କାମ କରିବାକୁ ପଡିଥିଲା ରିଙ୍କୁଙ୍କୁ । କୋଚିଂ ସେଣ୍ଟରରେ ସକାଳୁ ସକାଳୁ ଆସି ଝାଡୁ ପୋଛା ଲଗାଇ କାମ ବୁଝି ଦେଇଥିଲେ ରିଙ୍କୁଙ୍କ ଭାଇ । କିନ୍ତୁ ଏହି କାମ ନକରିପାରି ଛାଡି ଦେଇଥିବା କହିଛନ୍ତି ରିଙ୍କୁ ।

16 ବର୍ଷ ବୟସରେ ରିଙ୍କୁ ଉତ୍ତର ପ୍ରଦେଶ ପାଇଁ ଲିଷ୍ଟ-ଏ କ୍ରିକେଟରେ ପଦାର୍ପଣ କରିଥିଲେ । ଏହି ମ୍ୟାଚରେ ସେ 87 ବଲରେ 83 ରନ କରିଥିଲେ । ସେହି ପଦର୍ଶନରୁ ହିଁ ଚମକିଥିଲେ ରିଙ୍କୁ । ଏହାପରେ ସେ ବିସିସିଆଇ ଟି-20ରେ ସୟଦ ମୁସ୍ତାକ ଅଲି ଟ୍ରଫି ଲାଗି ଉତ୍ତର ପ୍ରଦେଶ ଦଳରେ ସ୍ଥାନ ପାଇଥିଲେ । 2016ରେ ରିଙ୍କୁ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ । ଆଉ ପଛକୁ ଫେରି ନଥିଲେ । ସଂଘର୍ଷକୁ ସାଥୀ କରି ଏତେ ବାଟରେ ପହଞ୍ଚିଥିବା ରିଙ୍କୁ ଆଗକୁ ମାଡି ଚାଲିଥିଲେ । 2018 ରଣଜୀ ଟ୍ରଫିରେ ସେ 9ଟି ମ୍ୟାଚ 803 ରନ କରିଥିଲେ । ମୋଟ 10ଟି ମ୍ୟାଚ ଖେଳି 953 ରନ ସଂଗ୍ରହ କରିଥିଲେ । ଏହା ସହ ତୃତୀୟ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଥିଲେ ।

ପୂର୍ବରୁ ପଞ୍ଜାବ କିଙ୍ଗସ୍‌ ପାଇଁ ମଧ୍ୟ ଖେଳିଛନ୍ତି ରିଙ୍କୁ: 2017 ଆଇପିଏଲରେ ସେ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିଲେ । 2018ରେ 80 ଲକ୍ଷରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ କ୍ରୟ କରିଥିଲା । ଆହତ ସମସ୍ୟା ପାଇଁ 2021 ଆଇପିଏଲ ଖେଳି ନଥିଲେ ରିଙ୍କୁ । 2022 ଆଇପିଏଲରେ ରାଜସ୍ଥାନ ବିପକ୍ଷରେ ଏକ ଦମଦାର ଇନିଂସ ଖେଳିଥିଲେ । 23 ବଲରେ 42 ରନ କରିଥିଲେ ।

ହାରୁଥିବା ମ୍ୟାଚକୁ ଜିତାଇ ଦେଲେ ରିଙ୍କୁ: ଚଳିତ ସଂସ୍କରଣରେ ରିଙ୍କୁ ସିଂହଙ୍କୁ 55 ଲକ୍ଷରେ କିଣିଥିଲା କେକେଆର । 2023 ଏପ୍ରିଲ 9 ତାରିଖରେ ନିଜକୁ ପ୍ରମାଣିତ କରିଥିଲେ ରିଙ୍କୁ । ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ହାତରୁ ମ୍ୟାଚ ଛଡାଇ ଆଣି କୋଲକାତାକୁ ଅବିଶ୍ବସନୀୟ ବିଜୟ ଦେଇଥିଲେ । ଗୁଜୁରାଟ ବୋଲର ୟଶ ଦୟାଲଙ୍କ ଶେଷ 5ଟି ବଲକୁ 5 ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ରିଙ୍କୁ ସିଂହ । ଆଉ ଏବେ ସମସ୍ତ କ୍ରିକେଟପ୍ରେମୀଙ୍କ ମୁହଁରେ କେବେଳ ଗୋଟିଏ ନାମ ରିଙ୍କୁ ସିଂହ...ରିଙ୍କୁ ସିଂହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.