ETV Bharat / sports

IPL 2023 GT vs RR: 3 ୱିକେଟରେ ଜିତିଲା ରାଜସ୍ଥାନ

author img

By

Published : Apr 17, 2023, 12:19 AM IST

ଆଇପିଏଲ 2023ର 23ତମ ମ୍ୟାଚକୁ 3 ୱିକେଟରେ ଜିତି ନେଇଛି ରାଜସ୍ଥାନ ରୟାଲ୍ସ । ଗୁଜରାଟ ବିପକ୍ଷରେ ଏହି ମୁକାବିଲାରେ 178 ରନର ବିଜୟ ଲକ୍ଷ୍ୟକୁ 19.2 ଓଭରରେ ହାସଲ କରିନେଇଛି ଦଳ । ଅଧିକ ପଢ଼ନ୍ତୁ

IPL 2023 GT vs RR
IPL 2023 GT vs RR

ଅହମ୍ମଦାବାଦ: ଆଇପିଏଲ 2023ରେ ଆଜି ଡବଲ ହେଡର ମ୍ୟାଚ ରହିଥିଲା । ପ୍ରଥମ ମ୍ୟାଚରେ କୋଲକାତାକୁ ମୁମ୍ବାଇ ମାତ ଦେଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଗୁଜରାଟକୁ 3 ୱିକେଟରେ ହରାଇଛି ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି 177 ରନ କରିଥିଲା ଗୁଜରାଟ । ଜବାବରେ ରାଜସ୍ଥାନ 19.3 ବଲରେ ବିଜୟ ହାସଲ କରିଛି ।

ପ୍ରଥମେ ଟସ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ । ତେବେ ପ୍ରଥମ ଓଭରରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା ଗୁଜରାଟ । ରିଦ୍ଧିମାନ ଶାହା 4 ରନ କରି ଆଉଟ ହୋଇଥିଲେ । ଏହାପରେ ସାଇ ସୁଦର୍ଶନ 20 ରନ କରି ପାଭିଲିୟନ ଫେରିଥିବା ବେଳେ 28 ରନ କରି ଆଉଟ ହୋଇଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ସେପଟେ ଯୁବ ବ୍ୟାଟର ଶୁଭମନ ଗିଲ ପାଳିକୁ ସମ୍ଭାଳିଥିଲେ । ଏଥିରେ ତାଙ୍କର ଭରପୁର ସାଥ ଦେଇଥିଲେ ଡେଭିଡ ମିଲର । ଗିଲ 34 ବଲରୁ 45 ରନ କରିଥିବା ବେଳେ ମିଲର 30ଟି ବଲରୁ ଦୃତ 46 ରନ କରିଥିଲେ । ଶେଷ ବେଳକୁ ଅଭିନବ ମନୋହର 13 ବଲରୁ 27 ରନ କରି ଦଳୀୟ ସ୍କୋରକୁ 177 ରନରେ ପହଞ୍ଚାଇଥିଲେ ।

ରାଜସ୍ଥାନ ପକ୍ଷରୁ ସନ୍ଦିପ ଶର୍ମା 2ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଆଦାମ ଜାମ୍ପା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ । ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ 4 ଓଭରରେ 46 ରନ ଖର୍ଚ୍ଚ କରି ଦଳ ପାଇଁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

178 ରନର ପିଛା କରିବାକୁ ଆସି ରାଜସ୍ଥାନର ଟପ ଅର୍ଡର ଫେଲ ମାରିଥିଲା । ଏହାରି ମଧ୍ୟରେ ଦେବଦତ୍ତ ପାଡିକଲ ରକ୍ଷଣାତ୍ମକ ପାଳି ଖେଳି ସ୍କୋର ବୋର୍ଡକୁ ଗତି ଦେଇଥିଲେ । 26 ରନ କରି ପାଡିକଲ ଆଉଟ ହେବାପରେ ମୈଦାନକୁ ଓହ୍ଲାଇଥିଲେ ଅଧିନାୟକ ସଞ୍ଜୁ ସାମସନ । ସେ 6ଟି ଛକା ଓ 3ଟି ଚୌକା ବଳରେ ଦୃତ 60 ରନ କରିଥିଲେ । ଏହାରି ମଧ୍ୟରେ ରିୟାନ ପରାଗ ମାତ୍ର 5 ରନ କରି ପାଭିଲିୟନ ଫେରିଥିଲେ । ସିମ୍ରନ ହେଟମେୟାରଙ୍କ ପାଳି ଦଳ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଥିଲା । 26ଟି ବଲରେ ସେ 56 ରନ କରି ଦଳକୁ ବିଜୟ ଦେଇଛନ୍ତି । ଏଥିପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ମଧ୍ୟ ବିବେଚିତ ହୋଇଛନ୍ତି ।

ଅନ୍ୟପଟେ ମହମ୍ମଦ ସାମି ଆଜି ଗୁଜରାଟ ପକ୍ଷରୁ ସର୍ବାଧିକ 3ଟି ୱିକେଟ ନେଇଛନ୍ତି । ରସିଦ ଖାନ 2ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନୁର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ରସିଦ ଖାନ ସର୍ବାଧିକ 46 ରନ ଖର୍ଚ୍ଚ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.