ETV Bharat / sports

IPL 2023 GT vs KKR: ଗୁଜରାଟଠାରୁ ମ୍ୟାଚ୍‌ ଛଡ଼ାଇନେଲା କୋଲକାତା, ହିରୋ ସାଜିଲେ ରିଙ୍କୁ ସିଂହ

author img

By

Published : Apr 9, 2023, 7:58 PM IST

ଆଇପିଏଲ ୨୦୨୩ରେ ଆଜି ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଗୁଜରାଟଠାରୁ ମ୍ୟାଚ ଛଡ଼ାଇ ନଲା କୋଲକାତା । IPLର 13ତମ ମ୍ୟାଚ୍‌ରେ ରିଙ୍କୁ ସିଂହଙ୍କ ଛକା ବର୍ଷା ଦେଖିବାକୁ ମିଳିଥିଲା । ଯାହାଫଳେ ଗୁଜରାଟକୁ ୩ ୱିକେଟରେ ହରାଇଛି କୋଲକାତା । ଅଧିକ ପଢ଼ନ୍ତୁ

IPL 2023 GT vs KKR
IPL 2023 GT vs KKR

ଅହମ୍ମଦାବାଦ: ଆଇପିଏଲ ୨୦୨୩ ମହାସମରରେ ଆଜି ଡବଲ ହେଡର ମୁକାବିଲାର ମଜା ନେଉଛନ୍ତି ଦର୍ଶକ । ତେବେ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌କୁ ୩ ୱିକେଟରେ ଜିତି ନେଇଛି କୋଲକାତା ନାଇଟ ରାଇଡର୍ସ । ଦଳର ଷ୍ଟାର ବ୍ୟାଟର ରିଙ୍କୁ ସିଂହଙ୍କ ଅବିଶ୍ବସନୀୟ ପାଳି ବଳରେ କୋଲକାତା ଏହି ମ୍ୟାଚକୁ ଜିତି ନେଇଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଆଜିର ମ୍ୟାଚ୍‌ରେ ଗୁଜରାଟର କମାଣ ସମ୍ଭାଳିଥିଲେ ରସିଦ ଖାନ । ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରସିଦ । ତେବେ ଦଳର ଆରମ୍ଭ ସେତେ ଆକର୍ଷଣୀୟ ନଥିଲା । ଦଳୀୟ ସ୍କୋର ୩୩ ରନରେ ପ୍ରଥମ ୱିକେଟ ହରାଇଥିଲା ଗୁଜରାଟ । ୧୭ ବଲରୁ ୧୭ ରନ କରି ପାଭିଲିୟନ ଫେରିଥିଲେ ରିଦ୍ଧିମାନ ଶାହା । ଏହାପରେ ଶୁଭମନ ଗିଲ ଓ ସାଇ ସୁଦର୍ଶନଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଗଢ଼ି ଉଠିଥିଲା । ଏହାପୂର୍ବରୁ ଶୁଭମନ ଗିଲ ୩୧ ବଲରୁ ୩୯ ରନ ସଂଗ୍ରହ କରି ସୁନୀଲ ନାରାୟଣଙ୍କ ଶିକାର ହୋଇଥିଲେ । ଏହାପରେ କେବଳ ୧୪ ରନ କରି ପାଭିଲିୟନ ଫେରିଥିଲେ ଅଭିନବ ମନୋହର । ତେବେ ଆଜିର ମ୍ୟାଚ୍‌ରେ ବିଜୟ ଶଙ୍କରଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ୨୪ ବଲରୁ ଦୃତ ୬୩ ରନ ସ୍କୋର କରି ଅପରାଜିତ ଥିଲେ । ସେପଟେ ସୁଦର୍ଶନ ୩୮ ବଲରୁ ୫୩ ରନର ପାଳି ଖେଳି ପାଭିଲିୟନ ଫେରିଥିଲେ ।

ଅନ୍ୟପଟେ କୋଲକାତାର ପ୍ରାୟ ସମସ୍ତ ବୋଲର ଦଳ ପାଇଁ ଆଜି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କେବଳ ସୁନୀଲ ନାରାୟଣ ୪ ଓଭରରୁ ୩୩ ରନ ବ୍ୟୟରେ ୩ ୱିକେଟ ହାତେଇଥିଲେ । ସୁୟସ ଶର୍ମା ୪ ଓଭରରୁ ୩୫ ରନ ବ୍ୟୟରେ ଗୋଟିଏ ସଫଳତା ପାଇଥିଲେ । ଏହି ଦୁଇ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ଦଳ ପାଇଁ ସଫଳ ସାବ୍ୟସ୍ତ ହୋଇପାରି ନଥିଲେ । ଫଳରେ ଗୁଜରାଟ ନିର୍ଦ୍ଧାରିତ ଓଭରରେ ୨୦୪ ରନରେ ପହଞ୍ଚି ପାରିଥିଲା ।

ଏହାପରେ ୨୦୫ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକାତାର ଆରମ୍ଭ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ପ୍ରାରମ୍ଭିକ ବ୍ୟାଟର ଏନ ଜଗଦୀଶନ ୬ ରନ ଓ ରାମାନୁଲ୍ଲା ଗୁରବାଜ ୧୫ ରନ କରି ପାଭିଲିୟନ ଫେରିଥିଲେ । ତେବେ ଏହାପରେ ଇମ୍ପାକ୍ଟ ପ୍ଲେୟାର ଭାବେ ପ୍ରବେଶ କରିଥିବା ଭେଙ୍କଟଶ ଆୟର ଦଳ ପାଇଁ ସଫଳ ସାବ୍ୟସ୍ତ ହୋଇଥିଲେ । ସେ କେବଳ ୪୦ ବଲ ଖେଳି ୮୩ ରନ ସଂଗ୍ରହ କରିଥିଲେ । ଅଧିନାୟକ ନୀତିଶ ରାଣା ୨୯ ବଲରୁ ୪୫ ରନ ସଂଗ୍ରହ କରି ପାଭିଲିୟନ ଫେରିବା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । କିନ୍ତୁ ଅବିଶ୍ବସନୀୟ ପାଳି ଖେଳି ଗୁଜରାଟ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ରିଙ୍କୁ ସିଂହ । ସେ ସାମ୍ନା କରିଥିବା ଶେଷ ୭ ବଲରୁ ଧୂଆଁଧାର ୪୦ ରନ ସଂଗ୍ରହ କରିଥିଲେ । ସେ ସମୁଦାୟ ୨୧ ବଲରୁ ୪୮ ରନ ସଂଗ୍ରହ କରିଥିଲେ ।

ସେପଟେ ଗୁଜରାଟ ପକ୍ଷରୁ ଅଧିନାୟକ ରସିଦ ଖାନ ୪ ଓଭରରୁ ୩୭ ରନ ବ୍ୟୟରେ ୩ ୱିକେଟ ସଫଳତା ପାଇଥିଲେ । ଅଲଜାରୀ ଜୋଶେଫ ୪ ଓଭରରୁ ୨୭ ରନ ବ୍ୟୟ କରି ୨ଟି ୱିକେଟ ପାଇଥିଲେ । ତେବେ ମହମ୍ମଦ ସାମି ଓ ଜୋଶୁଆ ଲିଟିଲ ଗୋଟିଏ ଲେଖାଏଁ ସଫଳତା ପାଇଥିବା ବେଳେ ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ୟଶ ଦୟାଲ । ସେ ୪ ଓଭରରୁ ବିନା କୌଣସି ସଫଳତାରେ ୬୯ ରନ ଖର୍ଚ୍ଚ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.