ETV Bharat / sports

IPL 2023 GT vs DC: ଆଉ ଏକ ରୋମାଞ୍ଚକର ମୁକାବିଲା, ଟେବୁଲ ଟପ୍ପର ଗୁଜରାଟକୁ 5 ରନରେ ହରାଇଲା ଦିଲ୍ଲୀ

ଆଇପିଏଲ 2023ରେ ଆଜି ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଏହି ରୋମାଞ୍ଚକର ମୁକାବିଲାରେ ଗୁଜରାଟକୁ ମାତ୍ର 5 ରନରେ ମାତ ଦେଇଛି ଦିଲ୍ଲୀ । ଅଧିକ ପଢ଼ନ୍ତୁ

author img

By

Published : May 3, 2023, 12:53 AM IST

IPL 2023 GT vs DC
IPL 2023 GT vs DC

ଅହମ୍ମଦାବାଦ: ପ୍ରତିଦିନ ଭଳି ଆଜି ମଧ୍ୟ ଆଇପିଏଲ 2023ରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ଏକ ଲୋ-ସ୍କୋରିଂ ମ୍ୟାଚରେ ରୋମାଞ୍ଚକର ଭାବେ 5 ରନରେ ବିଜୟ ହାସଲ କରିଛି ପଏଣ୍ଟ ଟେବୁଲର ସବୁଠାରୁ ପଛରେ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍ସ । ଏହି ଦୁଇ ପଏଣ୍ଟ ପାଇଁ ସେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ଗୁଜରାଟ ଟାଇଟନ୍ସକୁ ହରାଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କେବଳ 130 ରନ କରିଥିବା ବେଳେ 125 ରନରେ ଅଟକି ଯାଇଛି ଗୁଜରାଟ । ଦମଦାର ବୋଲିଂ ପ୍ରଦର୍ଶନ ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ମହମ୍ମଦ ସାମି ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ପାଳିର ପ୍ରଥମ ବଲରେ ହିଁ ମହମ୍ମଦ ସାମିଙ୍କ ବଲରେ ଫିଲିପ ସଟଙ୍କୁ ହରାଇଥିଲା । ଏହାପରେ ଅଧିନାୟକ ଡେଭିଡ ୱାର୍ଣ୍ଣର ମଧ୍ୟ କେବଳ 2 ରନ କରି ରନ ଆଉଟ ହୋଇଥିଲେ । ସେହିଭଳି ପ୍ରିୟମ ଗାର୍ଗ କେବଳ 10 ରନ କରିବାରେ ସମର୍ଥ ହୋଇଥିଲେ । ଏଭଳି ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ ପରିସ୍ଥିତିକୁ ସମ୍ଭାଳିଥିଲେ ଅକ୍ଷର ପଟେଲ ଓ ଅମନ ହାକିମ ଖାନ । ଅକ୍ଷର 30 ବଲରୁ ସଂଘର୍ଷପୂର୍ଣ୍ଣ 27 ରନର ପାଳି ଖେଳି ମୋହିତ ଶର୍ମାଙ୍କ ବଲରେ ପାଭିଲିୟନ ଫେରିଥିଲେ । ଅନ୍ୟପଟେ ଅମନ 44 ବଲରୁ ଅର୍ଦ୍ଧଶତକୀୟ (51) ପାଳି ଖେଳି ଆଉଟ ହୋଇଥିଲେ । ତେବେ ରିପଲ ପଟେଲଙ୍କ 23 ରନର ପାଳି ବଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 130 ରନରେ ପହଞ୍ଚିଥିଲା ।

ଗୁଜରାଟ ପକ୍ଷରୁ ମହମ୍ମଦ ସାମିଙ୍କର ଦମଦାର ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ 4 ଓଭରରୁ ମାତ୍ର 11 ରନ ଖର୍ଚ୍ଚ କରି ଏକାକି 4ଟି ୱିକେଟ ହାସଲ କରିଥିଲେ । ମୋହିତ ଶର୍ମା 4 ଓଭରରୁ 33 ରନ ବ୍ୟୟରେ 2ଟି ସଫଳତା ପାଇଥିଲେ । ସେହିଭଳି ରସିଦ ଖାନଙ୍କୁ ଗୋଟିଏ ୱିକେଟ ମିଳିଥିଲା ।

ଏହାପରେ ଟେବୁଲ ଟପ୍ପର ଗୁଜରାଟକୁ ଜିତିବା ପାଇଁ ମାତ୍ର 131 ରନର ଆବଶ୍ୟକତା ଥିଲା । ହେଲେ ପ୍ରଥମ ଓଭରରେ ହିଁ ଦଳ ରିଦ୍ଧିମାନ ଶାହାଙ୍କୁ ହରାଇଥିଲା । ଗୋଟିଏ ପଟେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପାଳି ସମ୍ଭାଳି ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଲା । ଦଳ ପକ୍ଷରୁ ପାଣ୍ଡ୍ୟା ସର୍ବାଧିକ 53 ବଲରୁ ଅପରାଜିତ 59 ରନର ପାଳି ଖେଳିଥିଲେ । ଅଭିନବ ମନୋହର କିଛି ସମୟ ଅଧିନାୟକଙ୍କ ସାଥ ଦେଇଥିଲେ ମଧ୍ୟ ସେ 26 ରନ କରି ଆଉଟ ହୋଇଥିଲେ । ଶେଷକୁ ରାହୁଲ ତେୱତିଆ କେବଳ 7 ବଲରୁ ଦୃତ 20 ରନର ପାଳି ଖେଳି ଦଳକୁ ବିଜୟର ନିକଟବର୍ତ୍ତୀ କରାଇଥିଲେ ମଧ୍ୟ ଈଶାନ୍ତ ଶର୍ମାଙ୍କ ବଲରେ ଆଉଟ ହୋଇ ଚାଲିଯାଇଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଫଳରେ ଦଳ 20 ଓଭରରେ 6 ୱିକେଟ ହରାଇ 125 ରନରେ ଅଟକି ଯାଇଥିଲା ।

ସେପଟେ ଦିଲ୍ଲୀ ପକ୍ଷରୁ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଖଲିଲ ଅହମ୍ମଦ ଓ ଈଶାନ୍ତ ଶର୍ମା 4 ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ 24 ଓ 23 ରନ ବ୍ୟୟରେ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଅନରିଚ ନୋର୍କିଆ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.