ETV Bharat / sports

IPL 2023: ଆଜି ଏଲିମିନେଟର ମ୍ୟାଚ୍, ମୁମ୍ବାଇ-ଲକ୍ଷ୍ନୌ ମୁକାବିଲା - ମୁମ୍ବାଇ ବନାମ ଲକ୍ଷ୍ନୌ ଏଲିମିନେଟର ମ୍ୟାଚ

ଚଳିତ ଆଇପିଏଲରେ ଆଜି ଏଲିମିନେଟର ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ପରସ୍ପରକୁ ଭେଟିବେ । ବିଜୟୀ ଟିମ ପ୍ରଥମ କ୍ବାଲିଫାୟାର ପରାଜିତ ଦଳ ସହ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ ଓ ପରାଜିତ ଦଳର ଅଭିଯାନ ଶେଷ ହୋଇଯିବ । ଅଧିକ ପଢନ୍ତୁ

ମୁମ୍ବାଇ-ଲକ୍ଷ୍ନୌ ମୁକାବିଲା
IPL 2023
author img

By

Published : May 24, 2023, 12:38 PM IST

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଫାଇନାଲ ଫାଇଟ ନେଇ ଟିକେଟ ହାତେଇବା ପାଇଁ ଦଳ ମଧ୍ୟରେ ଜୋରଦାର ଟକ୍କର ଆରମ୍ଭ ହୋଇଛି । ଚେନ୍ନାଇ ସୁପର କିଙ୍ଗସ ଫାଇନାଲରେ ପ୍ରବେଶ କରି ସାରିଛି । ଏହାପରେ କେଉଁ ଦଳ ଫାଇନାଲରେ ପ୍ରବେଶ କରିବ ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା । ଆଜି ଆଇପିଏଲର ଏଲିମିନେଟ ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ । ବିଜୟୀ ଦଳ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ ଓ ପରାଜିତ ଦଳର ଆଇପିଏଲ ଅଭିଯାନ ଶେଷ ହେବ । ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯିବ ଏଲିମିନେଟର ମ୍ୟାଚ ।

MI VS LSG: ରେକର୍ଡ ଅନୁସାରେ ଲକ୍ଷ୍ନୌ ପଲ୍ଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ 3ଟି ମ୍ୟାଚ ଖେଳାଯାଇଛି । ସୁପର ଜାଏଣ୍ଟସ ସମସ୍ତ ମୁକାବିଲା ଜିତିଛି । ଆଜିର ଏହି ମୁକାବିଲା କିଏ ଜିତି ଦ୍ବିତୀୟ କ୍ବାଲିଫାୟର ପାଇଁ ଯୋଗ୍ୟତା ହାସଲ କରୁଛି ତାହା ଦେଖିବାକୁ ଅପେକ୍ଷା । ମ୍ୟାଚର ପୂର୍ବାନୁମାନ କରିବା କଷ୍ଟକର । ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ପ୍ରୟାସ କରିବ । ସେହିପରି ପୂର୍ବ ରାଜୁତି ଜାରି ରଖି ମୁମ୍ବାଇ ମାତ ଦେବାକୁ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ । ଉଭୟ ଦଳର ସ୍ପିନରଙ୍କ ଉପରେ ନଜର ରହିବ ।

ରୋହିତ ଓ ସୂର୍ଯ୍ୟଙ୍କ ପାଇଁ ଲକ୍ଷ୍ନୌର ରବି ଓ ଅମିତ ମିଶ୍ରା ଚିନ୍ତାର କାରଣ ହୋଇପାରନ୍ତି । ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ଫୁଲ ଫର୍ମରେ ରହିଛନ୍ତି ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ । ଲିଗ ମ୍ୟାଚରେ ଦୁଇ ଦଳ 8ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । 17 ପଏଣ୍ଟ ସହ ଲକ୍ଷ୍ନୌ ତୃତୀୟ ଓ 16 ପଏଣ୍ଟ ସହ ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ଆଜିର ଏଲିମିନେଟର ମ୍ୟାଚ ବିଜୟୀ ଟିମ ଟାଇଟାନ୍ସ ସହ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ଖେଳିବ ଓ ପରାଜିତ ଦଳର ଆଇପିଏଲ ଅଭିଯାନ ଶେଷ ହୋଇଯିବ ।

ଏହା ବି ପଢନ୍ତୁ...IPL 2023 First Qualifier: ଚେପକରେ ଚେନ୍ନାଇ ଚମକ, ଗୁଜୁରାଟକୁ ହରାଇ ଫାଇନାଲରେ ସୁପର କିଙ୍ଗସ

MI ସମ୍ଭାବ୍ୟ ଏକାଦଶ: ଇଶାନ କିଷନ, ରୋହିତ ଶର୍ମା (ଅଧିନାୟକ), କାମେରିନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, ନେହାଲ ୱାଧେରା, ତିଲକ ବର୍ମା, କ୍ରିସ ଜୋର୍ଡାନ, ହ୍ରିତିକ ସୋକିନ, ପିୟୂଷ ଚାୱାଲା, ଜାସନ ବେହରନଡର୍ଫ ।

LSG ସମ୍ଭାବ୍ୟ ଏକାଦଶ: କୃଣାଳ ପାଣ୍ଡ୍ୟା (ଅଧିନାୟକ), ଆଯୁଷ ବଦୋନୀ, କ୍ବିଣ୍ଟନ ଡିକକ୍, ମାର୍କସ ଷ୍ଟୋଇନିସ, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଡା, କାଏଲ ମାୟର୍ସ, ରବି ବିଷ୍ଣୋଇ, ନବୀନ ଉଲ-ହକ, ନିକୋଲାସ ପୂରନ, ମହସିନ ଖାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.