ETV Bharat / sports

IPL 2023: ୭୭ରନରେ DCକୁ ହରାଇ ପ୍ଲେ ଅଫ୍‌ରେ CSK

author img

By

Published : May 20, 2023, 8:04 PM IST

ଆଇପିଏଲ ୨୦୨୩ରେ ଆଜି ସମ୍ମାନ ରକ୍ଷା କରିବାକୁ ଶେଷ ମ୍ୟାଚ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନରେ ମାତ ଦେଇଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୨୩ ରନ କରିଥିବା ବେଳେ କେବଳ ୧୪୬ ରନରେ ଅଟକି ଯାଇଛି ଦିଲ୍ଲୀ । ଅଧିକ ପଢ଼ନ୍ତୁ

IPL 2023 DC vs CSK
IPL 2023 DC vs CSK

ନୂଆଦିଲ୍ଲୀ: ଦିଲ୍ଲୀରେ ଚେନ୍ନାଇର ଦମଦାର ବିଜୟ । ୭୭ ରନର ବଡ଼ ବିଜୟ ସହିତ ଚଳିତ ସଂସ୍କରଣର ଲିଗ୍‌ ଯାତ୍ରା ଶେଷ କରିଛି ଚେନ୍ନାଇ । ଏହା ସହିତ ଗୁଜରାଟ ପରେ ଦ୍ବିତୀୟ ଟିମ ଭାବେ ପ୍ଲେ ଅଫରେ ପହଞ୍ଚିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଧୋନୀ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲା । ତେବେ ଏତେବଡ଼ ବିଜୟଲକ୍ଷ୍ୟକୁ ହାସଲ କରିବା ପାଇଁ ଏକାକୀ ଲଢ଼ି ହାରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ ୱାର୍ନର ।

ପ୍ରଥମେ ବ୍ୟାଟିଂ କରି ଧୂଆଁଧାର ଆରମ୍ଭ କରିଥିଲା ଚେନ୍ନାଇ । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୧୪୧ ରନ ଯୋଡ଼ିଥିଲେ ଦୁଇ ପ୍ରାରମ୍ଭିକ ବ୍ୟାଟର । ଏହାପରେ ୫୦ ବଲରୁ ୭ ଛକା ଓ ୩ ଚୌକା ବଳରେ ୭୯ ରନ କରି ଚେତନ ସାକରିୟାଙ୍କ ବଲରେ ପାଭିଲିୟନ ଫେରିଥିଲେ ଋତୁରାଜ ଗାଏକୱାଡ । ଏହାପରେ ଶିବମ ଦୁବେ ୯ ବଲରୁ ୩ ଛକା ବଳରେ ଦୃତ ୨୨ ରନ କରି ଆଉଟ ହୋଇଥିଲେ । ସେପଟେ ଆରମ୍ଭରୁ ଧୂଆଁଧାର ପ୍ରଦର୍ଶନ ଜାରି ରଖିଥିବା ଡେଭନ କନୱେ ୫୨ ବଲରୁ ୩ ଛକୌ ଓ ୧୧ ଚୌକା ବଳରେ ୮୭ ରନ କରି ନୋର୍କିଆଙ୍କ ଶିକାର ପାଲଟିଥିଲେ । ଶେଷକୁ ୭ ବଲରୁ ୨୦ ରନର ପାଳି ଖେଳି ଦଳୀୟ ସ୍କୋରକୁ ୨୨୩ ରନରେ ପହଞ୍ଚାଇଥିଲେ ରବିନ୍ଦ୍ର ଜାଡେଜା । ଅନ୍ୟପଟେ ଏମଏସ ଧୋନୀ ୫ ରନ କରି ଅପରାଜିତ ରହିଥିଲେ ।

ଦିଲ୍ଲୀ ପକ୍ଷରୁ ଆଜି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୪ ଓଭରରୁ ୪୫ ରନ ବ୍ୟୟରେ ଖଲିଲ ଅହମ୍ମଦ ଗୋଟିଏ ୱିକେଟ ହାସଲ କରିଥିବା ବେଳେ ୪୩ ରନ ବ୍ୟୟ କରି ଗୋଟିଏ ୱିକେଟ ନେଇଥିଲେ ଅନରିଚ ନୋର୍କିଆ । ସେହିଭଳି ୪ ଓଭରରେ ୩୬ ରନ ଖର୍ଚ୍ଚ କରି ଗୋଟିଏ ସଫଳତା ହାତେଇଥିଲେ ଚେତନ ସାକରିୟା ।

ଏହାପରେ ସମ୍ମାନ ରକ୍ଷା ପାଇଁ ଖେଳୁଥିବା ଦିଲ୍ଲୀ ପ୍ରଥମେ ପୃଥ୍ବୀ ଶୋ'ଙ୍କୁ ହରାଇଥିଲା । ସେ କେବଳ ୫ ରନ କରି ଆଉଟ ହୋଇଥିଲେ । ଏହାପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ୟଶ ଧୁଲ ଓ ଅକ୍ଷର ପଟେଲ କିଛି ସମୟ ପିଚ୍‌ରେ ଅଧିନାୟକଙ୍କ ସାଥ ଦେଇଥିଲେ ମଧ୍ୟ ବେଶି ସମୟ ସଙ୍ଘର୍ଷ କରିପାରିନଥିଲେ । ୟଶ ଧୁଲ ୧୩ ଓ ଅକ୍ଷର ୧୫ ରନ କରି ଆଉଟ ହୋଇଥିଲେ । ଗୋଟିଏ ପଟେ ଅଧିନାୟକ ଡେଭିଡ ୱାର୍ନର ଏକାକୀ ଦଳ ପାଇଁ ସଙ୍ଘର୍ଷ କରୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟି ଚାଲିଥିଲା । ତେବେ ଦଳ ପକ୍ଷରୁ ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରି ୮୬ ରନ କରି ଆଉଟ ହୋଇଥିଲେ ୱାର୍ନର । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍ପର୍ଶ କରିପାରିନଥିଲେ । ଫଳରେ ନିର୍ଦ୍ଧାରିତ ଓଭରରେ ୧୪୬ ରନରେ ଅଟକି ଯାଇଥିଲା ଦିଲ୍ଲୀ ।

ଚେନ୍ନାଇ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୪ ଓଭରରେ ୨୨ ରନ ଖର୍ଚ୍ଚ କରି ସର୍ବାଧିକ ୩ଟି ସଫଳତା ପାଇଥିଲେ ଦୀପକ ଚହର । ସେହିଭଳି ୪ ଓଭର ଲେଖାଏଁ ବୋଲିଂ କରି ଯଥାକ୍ରମେ ୨୩ ଓ ୨୨ ରନ ବ୍ୟୟରେ ୨ଟି ଲେଖାଏଁ ୱିକେଟ ନେଇଥିଲେ ମହୀଶ ତୀକ୍ଷାଣା ଓ ମାଥିଶା ପାଥିରାନା । ତୁଷାର ଦେଶପାଣ୍ଡେ ଓ ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ତେବେ ଜାଡେଜା ସର୍ବାଧିକ ୫୦ ରନ ଖର୍ଚ୍ଚ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.