ETV Bharat / sports

IPL 2023 CSK vs DC: 140ରେ ଅଟକିଲା ଦିଲ୍ଲୀ, 27 ରନରେ ଜିତିଲା ଚେନ୍ନାଇ

ଆଇପିଏଲ 2023ର ଆଜିର ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ । ତେବେ ଏହି ମ୍ୟାଚକୁ 27 ରନରେ ଚେନ୍ନାଇ ଜିତି ନେଇଛି । ଅଧିକ ପଢ଼ନ୍ତୁ

author img

By

Published : May 11, 2023, 1:17 AM IST

IPL 2023 CSK vs DC
IPL 2023 CSK vs DC

ଚେନ୍ନାଇ: ଚେନ୍ନାଇରେ ଆଜି ଖେଳାଯାଇଥିବା ମ୍ୟାଚକୁ 27 ରନରେ ଜିତି ନେଇଛି ଚେନ୍ନାଇ ସୁପରକିଙ୍ଗସ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 167 ରନ କରିଥିଲା ଚେନ୍ନାଇ । ତେବେ 168 ରନ ଟାର୍ଗେଟକୁ ପିଛା କରି 140 ରନରେ ଅଟକି ଯାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ରବିନ୍ଦ୍ର ଜାଡେଜା ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ପ୍ରଥମେ ବ୍ୟାଟିଂ କରିବାକୁ ଆସି ଦଳୀୟ ସ୍କୋର 32 ରନ ହୋଇଥିବା ବେଳେ ପ୍ରଥମେ 10 ରନ କରି ନିଜର ୱିକେଟ ହରାଇଥିଲେ ଡେଭନ କନୱେ । ଏହାପରେ 49 ରନ କରି ଋତୁରାଜ ଗାଏକୱାଡ ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ଆଜିଙ୍କ୍ୟ ରାହାଣେ 21 ରନ କରିଥିବା ବେଳେ 12 ବଲରୁ ଦୃତ 25 ରନର ପାଳି ଖେଳି ଶିବମ ଦୁବେ ମଧ୍ୟ ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ 23 ଓ ଜାଡେଜା 21 ରନର ପାଳି ଖେଳି ଆଉଟ ହୋଇଥିଲେ । 9 ବଲରୁ ଧୂଆଁଧାର ବ୍ୟାଟିଂ କରି ବ୍ୟକ୍ତିଗତ 20 ରନ ସହ ଦଳୀୟ ସ୍କୋରକୁ 167ରେ ପହଞ୍ଚାଇଥିଲେ ଅଧିନାୟକ ଏମଏସ ଧୋନୀ ।

ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ଶ 3 ଓଭରରେ କେବଳ 18 ରନ ଖର୍ଚ୍ଚ କରି ସର୍ବାଧିକ 3ଟି ୱିକେଟ ହାସଲ କରିଥିଲେ । ଅକ୍ଷର ପଟେଲଙ୍କୁ 4 ଓଭରରେ 27 ରନ ବ୍ୟୟରେ 2ଟି ୱିକେଟ ମିଳିଥିଲା । ଖଲିଲ ଅହମ୍ମଦ, ଲଳିତ ଯାଦବ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଏହାପରେ ବହୁମୂଲ୍ୟ 2 ପଏଣ୍ଟ ପାଇଁ ଦିଲ୍ଲୀକୁ 168 ରନର ଆବଶ୍ୟକତା ରହିଥିଲା । ହେଲେ ପ୍ରଥମ ଓଭରରୁ ହିଁ ଖାତା ଖୋଲିବା ପୂର୍ବରୁ ଅଧିନାୟକ ଡେଭିଡ ୱାର୍ନର ଆଉଟ ହୋଇଯାଇଥିଲେ । ଏହାପରେ ତୁରନ୍ତ ମିଚେଲ ମାର୍ଶ ରନ ଆଉଟ ହୋଇ ଦଳୀୟ ସଙ୍କଟ ବଢ଼ାଇଥିଲେ । ପୂର୍ବ ମ୍ୟାଚର ଷ୍ଟାର ଫିଲିପ ସଲ୍ଟ ଆଜି କେବଳ 17 ରନ ହିଁ କରିପାରିଥିଲେ । ମନୀଷ ପାଣ୍ଡେ 27 ଓ ରିପଲ ପଟେଲ 10 ରନ କରି ପାଭିଲିୟନ ଫେରିଥିଲେ । ରିଲେ ରୁଷୋ ଦଳ ପାଇଁ ସର୍ବାଧିକ 35 ସଙ୍ଘର୍ଷପୂର୍ଣ୍ଣ ରନ କରିଥିଲେ । ଅକ୍ଷର ପଟେଲ 12 ବଲରୁ 21 ଓ ଲଳିତ ଯାଦବ 5 ବଲରୁ 12 ରନର ଧୂଆଁଧାର ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟ ଦେବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ 140 ରନରେ ଅଟକି ଯାଇଥିଲା ।

ସେପଟେ ଚେନ୍ନାଇ ପକ୍ଷରୁ ମାଥିଶା ପାଥିରାନା ସର୍ବାଧିକ 3 ୱିକେଟ ସଫଳତା ପାଇଥିଲେ । ତେବେ ସେ 4 ଓଭରରେ ଦଳ ପକ୍ଷରୁ ସର୍ବାଧିକ 37 ରନ ମଧ୍ୟ ବ୍ୟୟ କରିଥିଲେ । ସେହିଭଳି 3 ଓଭରରେ 28 ରନ ଖର୍ଚ୍ଚ କରି ଦୀପକ ଚହର 2ଟି ୱିକେଟ ହାସଲ କରିଥିଲେ । ରବିନ୍ଦ୍ର ଜାଡେଜା କିନ୍ତୁ 4 ଓଭରରେ କେବଳ 19 ରନ ଖର୍ଚ୍ଚ କରି ଗୋଟିଏ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.