ETV Bharat / sports

IPL 2023: ମନ ଜିତୁଛି ମୁମ୍ବାଇ, ଆଜି ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଦେଖିବେ 1900 ବାଳିକା

ଆଇପିଏଲ 16 ତମ ସଂସ୍କରଣରେ ଆଜି ୱାଙ୍ଖଡରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ମଧ୍ୟରେ ଖେଳାଯିବ ମ୍ୟାଚ୍‌ । ଏଥିରେ 1900 ବାଳିକା ମୁମ୍ବାଇକୁ ଚିୟରଅଫ କରିବେ । ଅଧିକ ପଢନ୍ତୁ

author img

By

Published : Apr 16, 2023, 1:50 PM IST

IPL 2023
ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଦେଖିବେ 1900 ବାଳିକା

ମୁମ୍ବାଇ: 5ଥର ଆଇପିଏଲ ଚମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଜି ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଜି ଏହି ମ୍ୟାଚରେ 19000 ବାଳିକା ଷ୍ଟାଡିୟମରେ ବସି ମ୍ୟାଚ ଦେଖିବା ସହ ମୁମ୍ବାଇକୁ ଚିୟରଅଫ କରିବେ । ରିଲାଏନ୍ସ ଫାଉଣ୍ଡେସନ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଏଜୁକେସନ ଆଣ୍ଡ ସ୍ପୋର୍ଟ୍ସ ଫର ଅଲ କାର୍ଯ୍ୟକ୍ରମ ଅଧୀନରେ ଏହି ବାଳିକାମାନଙ୍କୁ ମ୍ୟାଚ ଦେଖିବାର ସୁଯୋଗ ମିଳିବ ।

36ଟି ଏନଜିଓର ବାଳିକାମାନଙ୍କ ସମେତ 200ଜଣ ଭିନ୍ନକ୍ଷମ ବାଳିକା ମ୍ୟାଚ ଦେଖିବାକୁ ସୁଯୋଗ ପାଇବେ । ଏହି ବାଳିକାମାନଙ୍କ ଯାତାୟତ ପାଇଁ ମୁ୍ମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 500ଟି ବସରେ ସେମାନଙ୍କୁ ବସରେ ଷ୍ଟାଡିୟମ ଅଣାଯିବ । ଏବଂ 2 ହଜାର ଭଲ୍ୟୁଣ୍ଟର ଏଥିରେ ନିୟୋଜିତ ହେବେ । 100,000 ଫୁଡ ବକ୍ସ ଏବଂ ଆବଶ୍ୟକୀୟ ପିଇବା ପାଣି ମହଜୁତ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ଜର୍ସି ପିନ୍ଧି ଖେଳାଳିଙ୍କୁ ଉତ୍ସାହିତ କରିବେ । ମ୍ୟାଚ ଦେଖିବାକୁ ସୁଯୋଗ ପାଇଥିବାରୁ ବାଳିକା ମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ହାରୁଥିଲେ ବି ତାର ଏହି ପ୍ରୟାସ ପାଇଁ ସେ ସମସ୍ତଙ୍କ ମନ ଜିଣିଛି ।

ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ମାଲିକାଣୀ ନୀତା ଅମ୍ବାନୀ କହିଛନ୍ତି, ''ବାଳିକା ଓ ମହିଳାଙ୍କ ପାଇଁ ଆମେ ଏକ ଉତ୍ସବ ପାଳନ କରିବାକୁ ଯାଉଛୁ । ଏହା ଏକ ସ୍ବତନ୍ତ୍ର ମୂହୂର୍ତ୍ତ ହେବାକୁ ଯାଉଛି । ବାଳିକାମାନଙ୍କ ଶିକ୍ଷା ଓ ଖେଳ ଅଧିକାରକୁ ଅଗ୍ରାଧିକାର ଦେବା ଆମର ଲକ୍ଷ୍ୟ । ଏନେଇ ବିଭିନ୍ନ ଏନଜିଓ ଏବଂ ଭିନ୍ନକ୍ଷମ ବାଳିମାନଙ୍କୁ ଆଇପିଏଲ ମ୍ୟାଚ ଦେଖେଇବାର ବ୍ୟବସ୍ଥା କରିଛୁ ।''

ଏହା ବି ପଢନ୍ତୁ...IPL 2023: ଆଜି ଡବଲହେଡରରେ MI-KKR ଓ RR-GT ମୁକାବିଲା

ପ୍ରକାଶଥାଉ କି, 5 ଥର ଆଇପିଏଲ ବିଜୟ ମୁକୁଟ ପିନ୍ଧିଥିବା ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ପୂର୍ବ ସଂସ୍କରଣରେ ଦଳ ପଏଣ୍ଟ ଟେବୁଲ ଶେଷରେ ରହି ଅଭିଯାନ ଶେଷ କରିଥିଲା । ଚଳିତ ସଂସ୍କରଣରେ ମଧ୍ୟ ଦଳର ପ୍ରଦର୍ଶନ ଏତେ ଭଲ ନାହିଁ । ଏଯାବଦ୍‌ ଦଳ 3ଟି ମ୍ୟାଚ ଖେଳି 1ଟିରେ ବିଜୟୀ ହୋଇଛି । 2 ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ କରି ଖାତା ଖୋଲିଥିଲା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟ ରଖିଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.