ETV Bharat / sports

IPL 2022: KKR ସାମ୍ନାରେ ଦିଲ୍ଲୀର ବିଶାଳ ଟାର୍ଗେଟ ୨୧୬ - କୋଲକାତା ନାଇଟ ରାଇଡର୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୧୫ ରନ୍‌ ସଂଗ୍ରହ କରିଛି । ଫଳରେ KKR ସାମ୍ନାରେ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: Warner, Shaw guide DC to 215/5 against KKR
IPL 2022: KKR ସାମ୍ନାରେ ରନ୍‌ର ଦିଲ୍ଲୀର ବିଶାଳ ଟାର୍ଗେଟ ୨୧୬
author img

By

Published : Apr 10, 2022, 5:42 PM IST

Updated : Apr 10, 2022, 5:58 PM IST

ମୁମ୍ବାଇ: ଆଇପିଏଲ ୨୦୨୨ର ୧୯ତମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୧୫ ରନ୍‌ ସଂଗ୍ରହ କରିଛି । ଫଳରେ KKR ସାମ୍ନାରେ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ଷ୍ଟାର ଓପନର ପୃଥ୍ବୀ ଶ ଓ ଡେଭିଡ ୱାର୍ଣ୍ଣର ଦମଦାର ଇଂନିସ ଖେଳିଛନ୍ତି ।

ବିସ୍ଫୋରକ ବ୍ୟାଟିଂ ସହ ଉଭୟ ୱାର୍ଣ୍ଣର ଓ ଶ ପ୍ରଥମ ୱିକେଟ ଯୋଡିରେ ୮.୪ ଓଭରରେ ୯୩ ରନ୍‌ ଯୋଡିଥିଲେ । ପୃଥ୍ବୀ ୨୯ ବଲ୍‌ରୁ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୫୧ ରନ୍‌ ଓ ଭେଟେରାନ ୱାର୍ଣ୍ଣର ୪୫ ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୬୧ ରନ୍‌ର ମାରାଥନ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

କ୍ୟାପଟେନ ଋଷଭ ପନ୍ତ ୧୪ ବଲ୍‌ରୁ ୨୭ ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି । ଶେଷ ଭାଗରେ ଅକ୍ଷର ପଟେଲ ଓ ଶାର୍ଦ୍ଦୁଳ ଠାକୁର ଅପରାଜିତ ଅର୍ଦ୍ଧଶତକୀୟ ଭାଗିଦାରୀ ସହ ଦିଲ୍ଲୀର ସ୍କୋର ୨୦୦ ପାର୍‌ କରାଇଥିଲେ । ଅକ୍ଷର ୧୪ ବଲ୍‌ରୁ ୨୨ ଓ ଠାକୁର ୧୧ ବଲ୍‌ରୁ ୨୯ ରନ୍‌ର ଉପଯୋଗୀ ଇଂନିସ ଖେଳିଛନ୍ତି । ଅନ୍ୟପଟେ କୋଲକାତା ନାଇଟ ରାଇଡର୍ସ(KKR) ପକ୍ଷରୁ ସର୍ବାଧିକ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ଷ୍ଟାର ସ୍ପିନର ସୁନୀଲ ନାରିନ । ଉମେଶ ଯାଦବ, ଆନ୍ଦ୍ରେ ରସେଲ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

Last Updated : Apr 10, 2022, 5:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.