ETV Bharat / sports

IPL 2022: ଗୁଜୁରାଟ ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ

ଆଇପିଏଲ ୨୦୨୨ର ୨୧ତମ ମ୍ୟାଚ୍‌ରେ ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତି ନେବାସହ ଗୁଜୁରାଟକୁ ବ୍ୟାଟିଂ ଆମନ୍ତ୍ରଣ କରିଛି । ଅଧିକ ପଢନ୍ତୁ

author img

By

Published : Apr 11, 2022, 7:11 PM IST

Updated : Apr 11, 2022, 7:37 PM IST

IPL 2022: Sunrisers Hyderabad won the toss elect to bat against Gujarat Titans
IPL 2022: ଗୁଜୁରାଟ ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ର ୨୧ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତି ନେବାସହ ଗୁଜୁରାଟକୁ ବ୍ୟାଟିଂ ଆମନ୍ତ୍ରଣ କରିଛି । ଉଭୟ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟାନ୍ସର ଚୁଡାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି । କେନ ୱିଲିୟମସନଙ୍କ ନେତୃତାଧୀନ ହାଇଦ୍ରାବାଦ ଟିମ ଖେଳିଥିବା ଶେଷ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଅନ୍ୟପଟେ ଟାଇଟନ୍ସ ହ୍ୟାଟ୍ରିକ୍‌ ବିଜୟ ହାସଲ କରି ଦମଦାର ଫର୍ମରେ ରହିଛି । ଫଳରେ ଉଭୟ ଟିମ ବିଜୟ ଧାରା ବଜାୟ ଲକ୍ଷ୍ୟରେ ରହିଥିବାରୁ ସଂଘର୍ଷପୂର୍ଣ୍ଣ ମୁକାବିଲା ସମ୍ଭାବନା ରହିଛି ।

ଚୁଡାନ୍ତ ଏକାଦଶ:

ସନରାଇଜର୍ସ ହାଇଦ୍ରାବାଦ: ଅଭିଶେକ ଶର୍ମା, କେନ ୱିଲିୟମସନ(କ୍ୟାପଟେନ୍‌), ରାହୁଲ ତ୍ରିପାଠୀ, ନିକୋଲାସ ପୋରୋନ(ୱିକେଟ କିପର), ଆଡନ ମାର୍କ୍ରମ, ଶଶାଙ୍କ ସିଂ, ୱାସିଂଟନ ସୁନ୍ଦର, ଭୁବନେଶ୍ବର କୁମାର, ମାର୍କୋ ଜାନସେନ, ଉରମାନ ମଲିକ, ଟି ନଟରାଜନ ।

ଗୁଜୁରାଟ ଟାଇଟନ୍ସ: ମାଥ୍ୟୁ ୱେଡ୍‌(ୱିକେଟ କିପର), ଶୁଭମନ ଗିଲ୍‌, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍‌), ଡେଭିଡ ମିଲର, ରାହୁଲ ତେୱାତିଆ, ଅଭିନବ ମନୋହର, ରସିଦ ଖାନ, ଲୋକି ଫର୍ଗୁସନ, ମହମ୍ମଦ ସାମି, ଦର୍ଶନ ନାଲକାଣ୍ଡେ ।

Last Updated : Apr 11, 2022, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.