ମୁମ୍ବାଇ: ଚଳିତ ଆଇପିଏଲ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ(SRH) ପ୍ରଥମ ବିଜୟ ହାସଲ କରିଛି । ଅଭିଶେକ ଶର୍ମା(୭୫) ଓ ରାହୁଲ ତ୍ରିପାଠୀଙ୍କ (ଅପରାଜିତ ୩୯) ଦମଦାର ବ୍ୟାଟିଂ ବଳରେ ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୨ର ୧୭ତମ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୮ ୱିକେଟରେ ହରାଇଛି ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ।
ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୫୪ ରନ୍ କରିଥିଲା । ଜବାବରେ ୧୭.୪ ଓଭରରେ ଦୁଇଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ହାଇଦ୍ରାବାଦ ପକ୍ଷରୁ ଅଭିଶେକ ଓ କ୍ୟାପଟେନ ୱିଲିୟମସନ ୭୩ ବଲ୍ରୁ ୮୧ ରନ୍ର ମ୍ୟାଚ୍ ବିଜୟୀ ଭାଗିଦାରୀ କରିଥିଲେ । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ଓ ଡିଜେ ବ୍ରାଭୋ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।
-
.@SunRisers win by 8 wickets to register their first win in #TATAIPL 2022.#CSKvSRH pic.twitter.com/aupL3iKv5v
— IndianPremierLeague (@IPL) April 9, 2022 " class="align-text-top noRightClick twitterSection" data="
">.@SunRisers win by 8 wickets to register their first win in #TATAIPL 2022.#CSKvSRH pic.twitter.com/aupL3iKv5v
— IndianPremierLeague (@IPL) April 9, 2022.@SunRisers win by 8 wickets to register their first win in #TATAIPL 2022.#CSKvSRH pic.twitter.com/aupL3iKv5v
— IndianPremierLeague (@IPL) April 9, 2022
ଲକ୍ଷ୍ୟର ପିଛା କରି ସନରାଇଜର୍ସ ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲା ଓ ପାୱରପ୍ଲେରେ ବିନା ୱିକେଟ ହରାଇ ୩୭ ରନ୍ ସଂଗ୍ରହ କରିଥିଲା । ଚେନ୍ନାଇକୁ ପ୍ରଥମ ୱିକେଟ ପଇଁ ୧୩ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । କେନ ୱିଲିୟମସନ ଓ ଅଭିଶେକ ଶର୍ମା ପ୍ରଥମ ୱିକେଟ ଯୋଡିରେ ୮୯ ରନ୍ ଭାଗିଦାରୀ କରିଥିଲେ । ତେବେ ଯୁବ ବୋଲର ମୁକେଶ ଚୌଧୁରୀ ୱିଲିୟମସନଙ୍କୁ ୩୨ ରନ୍ରେ ବ୍ୟାଟିଂ କରୁଥିବାସମୟରେ ଆଉଟ୍ କରି CSKକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ତ୍ରିପାଠୀଙ୍କ ସହ ମିଶି ଓପନର ଅଭିଶେକ ହାଇଦ୍ରାବାଦକୁ ବିଜୟ ନିକଟତର କରାଇଥିଲେ । ତ୍ରିପାଠୀ ୩୯ ରନ୍ର ଅପରାଜିତ ଉପଯୋଗୀ ଇଂନିସ ଖେଳିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ