ପୁନେ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପୁଣି ଟିମର ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL) ଟୁର୍ଣ୍ଣାମେଣ୍ଟର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ନିର୍ଦ୍ଧାରିତ ସମୟ ଠାରୁ ଧିମା ବୋଲିଂ(Slow Over Rate) ପାଇଁ ରୋହିତଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମାନା ଲାଗିଛି । ଏନେଇ ଗୁରୁବାର ଆଇପିଏଲ ଘୋଷଣା କରିଛି ।
କେବଳ କ୍ୟାପଟେନ ରୋହିତ ଶର୍ମା ନୁହଁନ୍ତି, ବରଂ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇର ଚୂଡାନ୍ତ ଏକାଦଶରେ ଥିବା ସମସ୍ତ ସଦସ୍ୟଙ୍କ ମ୍ୟାଚ୍ ପାଉଣାର ୨୫ ପ୍ରତିଶତ ଅର୍ଥାତ ୬ ଲକ୍ଷ ଟଙ୍କା ଜୋରିମାନା ଗଣିଛନ୍ତି । ବୁଧବାର MCA ଷ୍ଟାଡିୟମ ପୁନେରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ନିଜର ବୋଲିଂ ଇଂନିସ ଶେଷ କରିଛନ୍ତି ।
ଏହି ସଂସ୍କରଣରେ ଏହା ଟିମର ଦ୍ବିତୀୟ ଅପରାଧ ଥିଲା, ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ନ୍ୟୁନତମ ଓଭର ରେଟ୍ ଅପରାଧ(minimum over rate offence) ସମ୍ବନ୍ଧିତ IPLର ଆଚାର ସଂହିତା (Code Of Conduct) ଅନୁଯାୟୀ ଅଧିକତମ ଜୋରିମାନା ଲଗାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଖେଳିଥିବା ସମସ୍ତ ୫ଟି ମ୍ୟାଚ୍ରେ ପରାଜିତ ହୋଇସାରିଛି । ପଞ୍ଜାବ ପକ୍ଷରୁ ଶିଖର ଧାୱନ ଓ ମୟଙ୍କ ଅଗ୍ରୱାଲଙ୍କ ଦମଦାର ବ୍ୟାଟିଂ ଓ ଓଡିନ ସ୍ମିଥଙ୍କ(୪/୩୦) ଘାତକ ବୋଲିଂ ପ୍ରଦର୍ଶନ ସହାୟତାରେ ବୁଧବାର ଆଇପିଏଲ ୨୦୨୨ର ୨୩ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ୧୨ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା ।
IANS