ମୁମ୍ବାଇ: ଚଳିତ TATA IPL 2022ର ନବମ ମୁକାବିଲା ଦୁଇ ଶକ୍ତିଶାଳୀ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ସଞ୍ଜୁ ସାମସନଙ୍କ ନେତୃତାଧୀନ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୯୩ ରନ୍ ସଂଗ୍ରହ କରିଛି । ଫଳରେ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳତମ ଟିମ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୯୪ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
-
Innings Break!
— IndianPremierLeague (@IPL) April 2, 2022 " class="align-text-top noRightClick twitterSection" data="
A brilliant 100 from @josbuttler and quick-fire knocks of 35 and 30 from Hetmyer and Samson, propel #RR to a total of 193/8 on the board.
Scorecard - https://t.co/VsJIgyi126 #MIvRR #TATAIPL pic.twitter.com/SwsS1jZ0kH
">Innings Break!
— IndianPremierLeague (@IPL) April 2, 2022
A brilliant 100 from @josbuttler and quick-fire knocks of 35 and 30 from Hetmyer and Samson, propel #RR to a total of 193/8 on the board.
Scorecard - https://t.co/VsJIgyi126 #MIvRR #TATAIPL pic.twitter.com/SwsS1jZ0kHInnings Break!
— IndianPremierLeague (@IPL) April 2, 2022
A brilliant 100 from @josbuttler and quick-fire knocks of 35 and 30 from Hetmyer and Samson, propel #RR to a total of 193/8 on the board.
Scorecard - https://t.co/VsJIgyi126 #MIvRR #TATAIPL pic.twitter.com/SwsS1jZ0kH
ରାଜସ୍ଥାନ ଓପନର ଜସ୍ ବଟଲରଙ୍କ ବ୍ୟାଟ୍ରୁ ଏହି ମ୍ୟାଚ୍ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକୀୟ ଇଂନିସ ଦେଖିବାକୁ ମିଳିଛି । ଫଳରେ TATA IPLର ପ୍ରଥମ ଶତକୀୟ ଇଂନିସ ବଟଲରଙ୍କ ନାମରେ ହୋଇଛି । ଏହା ବଟଲରଙ୍କ ବ୍ୟକ୍ତିଗତ ଦ୍ବିତୀୟ ଓ ରାଜସ୍ଥାନ ପାଇଁ ମଧ୍ୟ ଦ୍ବିତୀୟ ଆଇପିଏଲ ଶତକ । ମାତ୍ର ୬୮ ବଲ୍ରୁ ୧୧ ଚୌକା ଓ ୫ଟି ଛକା ସହାୟତାରେ ମାରାଥନ ୧୦୦ ରନ୍ର ଇଂନିସ ଖେଳିଛନ୍ତି ଏହି ଇଂଲିସ ବ୍ୟାଟ୍ର । ସେହିପରି କ୍ୟାପଟେନ୍ ସଞ୍ଜୁ ସାମସନ ୨୧ ବଲ୍ରୁ ୩୦ ଓ ସିମ୍ରନ ହେଟମେୟର ୧୪ ବଲ୍ରୁ ୩୫ ରନ୍ର ଦ୍ରୁତ ଇଂନିସ ଖେଳିଛନ୍ତି ।
ମୁମ୍ବାଇ ପକ୍ଷରୁ ଜଶପ୍ରୀତ ବୁମରା ଓ ତାଇମିଲ ମିଲ୍ସ ସର୍ବାଧିକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । କିରଣ ପୋଲାର୍ଡଙ୍କୁ ଗୋଟିଏ ୱିକେଟ ମିଳିଛି । ନିଜର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ମୁମ୍ବାଇ ପରାସ୍ତ ହୋଇଥିବାରୁ ଏହି ମ୍ୟାଚ୍ରେ ବିଜୟ ଲକ୍ଷ୍ୟରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ