ETV Bharat / sports

IPL 2022: ରାଜସ୍ଥାନକୁ ୧୬୫ ରନ୍‌ରେ ରୋକିଲା ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ

ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି । ଫଳରେ ଲକ୍ଷ୍ନୌ ସାମ୍ନାରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: Lucknow Super Giants restrict Lucknow Super Giants at 165/6
IPL 2022: ରାଜସ୍ଥାନକୁ ୧୬୫ ରନ୍‌ରେ ରୋକିଲା ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ
author img

By

Published : Apr 10, 2022, 9:32 PM IST

Updated : Apr 10, 2022, 10:46 PM IST

ମୁମ୍ବାଇ: ଆଇପିଏଲ ୨୦୨୨ର ୨୦ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଛି । ଫଳରେ ଲକ୍ଷ୍ନୌ ସାମ୍ନାରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ରାଜସ୍ଥାନ ପକ୍ଷରୁ ଷଅଟାର ବ୍ୟାଟ୍‌ର ସିମ୍ରନ ହେଟମେୟର ସର୍ବାଧିକ ୫୯ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୩୬ ବଲ୍‌ରୁ ଗୋଟିଏ ଚୌକା ଓ ୬ଟି ଛକା ସହାୟତାରେ ୫୯ ରନ୍‌ର ଉପଯୋଗୀ ଇଂନିସ ଖେଳିଛନ୍ତି କାରବିୟନ ପାୱରହିଟର । ସେହପରି ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୨୩ ବଲ୍‌ରୁ ଦ୍ରୁତ ୨୮ ରନ୍‌ର ଇଂନିସ ଖେଳିଛନ୍ତି ।

ଓପନର ଜସ ବଟଲର ମାତ୍ର ୧୩ ରନ୍‌ରେ ଆଉଟ୍‌ ହେବାପରେ ଅନ୍ୟତମ ଯୁବ ଓପନର ଦେବଦତ୍ତ ପାଦିକ୍କଲ ମଧ୍ୟ ୨୯ ରନ୍‌ କରି ପାଭିଲିୟନ ଫେରିଥିଲେ । କ୍ୟାପଟେନ ସଞ୍ଜୁ ସାମସନ ପୁଣି ଫେର୍‌ ମାରିଥିଲେ । ଅନ୍ୟପଟେ ସୁପରଜିଆଣ୍ଟ୍‌ସ ପକ୍ଷରୁ କେ ଗୌତମ ଓ ଜେସନ ହୋଲ୍ଡର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି । ଷ୍ଟାର ବୋଲର ଅଭେଶ ଖାନଙ୍କୁ ଗୋଟିଏ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 10, 2022, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.