ETV Bharat / sports

IPL 2022: ପଞ୍ଜାବକୁ ୧୮୦ ରନ୍‌ରେ ରୋକିଲା ସୁପରକିଙ୍ଗ୍ସ

author img

By

Published : Apr 3, 2022, 9:31 PM IST

Updated : Apr 3, 2022, 10:38 PM IST

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୦ ରନ୍‌ ସଂଗ୍ରହ କରିଛି । ଫଳରେ CSK ସାମ୍ନାରେ ୧୮୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022:livingstone fifty help Punjab kings to set a target of 181 against csk
IPL 2022: ପଞ୍ଜାବକୁ ୧୮୦ ରନ୍‌ରେ ରୋକିଲା ସୁପରକିଙ୍ଗ୍ସ

ମୁମ୍ବାଇ: ଆଇପିଏଲ ୨୦୨୨ର ଏକାଦଶତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୦ ରନ୍‌ ସଂଗ୍ରହ କରିଛି । ଫଳରେ CSK ସାମ୍ନାରେ ୧୮୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବ ପକ୍ଷରୁ ଲିଆମ ଲିଭିଂଷ୍ଟୋନ ୩୨ ବଲ୍‌ରୁ ସର୍ବାଧିକ ୬୦ ରନ୍‌ର ଇଂନିସ ଖେଳିଛନ୍ତି । ଅନ୍ୟପଟେ CSK ପକ୍ଷରୁ ଡ୍ବାଇନ ପ୍ରିଟୋରିସ ଓ କ୍ରିସ ଜୋର୍ଡାନ ଦୁଇଟି ଲେଖାଏଁ ୱିକେଟ ହାତେଛନ୍ତି ।

ମ୍ୟାଚ୍‌ର ଦ୍ବିତୀୟ ବଲ୍‌ରେ ମୁକେଶ ଚୌଧୁରୀ, ପଞ୍ଜାବ କ୍ୟାପଟେନ ମୟଙ୍କ ଅଗ୍ରୱାଲଙ୍କୁ ଆଉଟ୍‌ କରି CSK କ୍ୟାପଟେନ ଜାଡେଜାଙ୍କ ଟସ୍‌ ଜିତି ବୋଲିଂ ନିଷ୍ପତିକୁ ସଠିକ୍‌ ପ୍ରମାଣିତ କରିଥିଲେ । ପରେ ଭାନୁକା ରାଜପକ୍ସାଙ୍କୁ ଧୋନି ରନଆଉଟ୍‌ କରିବା ପରେ ପଞ୍ଜାବର ସ୍କୋର ୧୪/୨ ହୋଇଥିଲା ।

ତେବେ ଓପନର ଶିଖର ଧାୱନ ଓ ଲିଆମ ଲିଭିଂଷ୍ଟୋନଙ୍କ ମଧ୍ୟରେ ୯୫ ରନ୍‌ର ଭାଗିଦାରୀ ହୋଇଥିଲା । ଧାୱନ ୨୪ ବଲ୍‌ରୁ ୩୩ରନ୍‌ର ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ତେବେ ଲିଭିଂଷ୍ଟୋନ ଚେନ୍ନାଇ ବୋଲରଙ୍କୁ ନିରାଶ କରିବା ସହ ୩୨ ବଲ୍‌ରୁ ଧୁଆଁଧାର ୬୦ ରନ୍‌ର ଇଂନିସ ଖେଳିଥିଲେ । ଫଳରେ ଚେନ୍ନାଇ ସାମ୍ନାରେ ୧୮୧ ରନ୍‌ର ବଡ ଟାର୍ଗେଟ ରଖିପାରିଥିଲା ପଞ୍ଜାବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 3, 2022, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.