ମୁମ୍ବାଇ: ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ IPL 2022ର ୪୨ତମ ମ୍ୟାଚ ଜାରି(LSG Vs PBKS) । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୩ ରନ୍ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । ଫଳରେ ପଞ୍ଜାବ ଆଗରେ ୧୫୪ ରନର ଟାର୍ଗେଟ ରହିଛି ।
-
Innings Break!
— IndianPremierLeague (@IPL) April 29, 2022 " class="align-text-top noRightClick twitterSection" data="
Disciplined bowling from #PBKS restricts #LSG to a total of 153/8 on the board.
Scorecard - https://t.co/H9HyjJPgvV #TATAIPL #PBKSvLSG pic.twitter.com/wsP8JrqOvx
">Innings Break!
— IndianPremierLeague (@IPL) April 29, 2022
Disciplined bowling from #PBKS restricts #LSG to a total of 153/8 on the board.
Scorecard - https://t.co/H9HyjJPgvV #TATAIPL #PBKSvLSG pic.twitter.com/wsP8JrqOvxInnings Break!
— IndianPremierLeague (@IPL) April 29, 2022
Disciplined bowling from #PBKS restricts #LSG to a total of 153/8 on the board.
Scorecard - https://t.co/H9HyjJPgvV #TATAIPL #PBKSvLSG pic.twitter.com/wsP8JrqOvx
LSG ପକ୍ଷରୁ ଓପନର କ୍ବିଣ୍ଟନ ଡି କକ୍ ସର୍ବାଧିକ ୪୬ ରନ୍ର ଇଂନିସ ଖେଳିଛନ୍ତି । କ୍ୟାପଟେନ କେଏଲ ରାହୁଲ ଓ ମାର୍କସ ଷ୍ଟୋଇନିସ ଫେଲ୍ ମାରିଥିଲେ । କ୍ରୁଣାଳ ପାଣ୍ଡ୍ୟା ଓ ଅୟୁସ ବଦୋନୀ ମଧ୍ୟ ଶୀଘ୍ର ପାଭିଲୟନ ଫେରିଛନ୍ତି । ତେବେ ଦୀପକ ହୁଡ୍ଡା ୩୪ ରନ୍ର ଉପଯୋଗୀ ଯୋଗଦାନ କରିଛନ୍ତି ।
ଅନ୍ୟପଟେ ପଞ୍ଜାବର ସମସ୍ତ ବୋଲର ମାପିଚୁପି ବୋଲିଂ କରିଥିଲେ । କାଗିସୋ ରବାଡା ସର୍ବାଧିକ ୪ଟି ୱିକେଟ ଓ ରାହୁଲ ଚହର ଦୁଇଟି ୱିକେଟ ହାତେଇଛନ୍ତି । ସନ୍ଦୀପ ଶର୍ମାଙ୍କୁ ଗୋଟିଏ ୱିକେଟ ମିଳିଛି ।