ଆବୁଧାବି: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ବିଜୟ ପାଇଁ ଆବଶ୍ୟକୀୟ ରନ କରି କୋହଲି ବାହିନୀକୁ ପରାସ୍ତ କରିଛି ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୪୧ରନ କରିଥିଲା ଟିମ ହାଇଦ୍ରାବାଦ । ଏହା ଜବାବରେ ବାଙ୍ଗାଲୋର ୬ ୱିକେଟ ହରାଇ ୧୩୭ରନ କରିବାକୁ ସକ୍ଷମ ହୋଇଥିଲା । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ଆଶା ଚୁରମାର ହୋଇଥିଲା ।
-
Kane Williamson is adjudged Man of the Match as #SRH win by 4 runs.
— IndianPremierLeague (@IPL) October 6, 2021 " class="align-text-top noRightClick twitterSection" data="
Scorecard - https://t.co/EqmOIV0UoV #RCBvSRH #VIVOIPL pic.twitter.com/xj1rgbVvI9
">Kane Williamson is adjudged Man of the Match as #SRH win by 4 runs.
— IndianPremierLeague (@IPL) October 6, 2021
Scorecard - https://t.co/EqmOIV0UoV #RCBvSRH #VIVOIPL pic.twitter.com/xj1rgbVvI9Kane Williamson is adjudged Man of the Match as #SRH win by 4 runs.
— IndianPremierLeague (@IPL) October 6, 2021
Scorecard - https://t.co/EqmOIV0UoV #RCBvSRH #VIVOIPL pic.twitter.com/xj1rgbVvI9
ଆରସିବି ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା । ଜାସନ ରୟ ଓ ଅଭିଷେକ ଶର୍ମା ପାଳି ଆରମ୍ଭ କରିଥିଲେ । ଦଳ ଦ୍ବିତୀୟ ଓଭରରେ ହିଁ ପ୍ରଥମ ୱିକେଟ ହରାଇଥିଲା । ସେତେବେଳେ ଦଳୀୟ ସ୍କୋର୍ ମାତ୍ର ୧୪ ରନ୍ ହିଁ ହୋଇଥିଲା । ଏହାପରେ ଅଧିନାୟକ କେନ ୱିଲିୟମସନ୍ ଓ ଜେଶନ ରୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ କେନ୍ ୱିଲିୟମସନ୍ଙ୍କୁ ୩୧ ରନ୍ରେ ଆଉଟ୍ କରିଥିଲେ ହର୍ଷଲ ପଟେଲ । ଏହାପରେ ପ୍ରିୟମ ଗର୍ଗ ମଧ୍ୟ ମାତ୍ର ୧୩ ରନ୍ କରି ପାଭେଲିୟନ ଫେରିଥିଲେ । ୱିଲିୟମସନ୍ଙ୍କ ପରେ କୌଣସି ବ୍ୟାଟସ୍ମ୍ୟାନ ପଡି଼ଆରେ ବଡ଼ ସଟ୍ ଖେଳି ପାରିନଥିଲେ । ଦଳ ପକ୍ଷରୁ ଓପନର ଜେଶନ ରୟ ସର୍ବାଧିକ ୪୪ ରନ୍ କରିଥିଲେ ।
ମ୍ୟାଚଟି ଚମତ୍କାର ମୋଡ ନେଇଥିଲା । ୧୪୨ରନ ବିଜୟ ଲକ୍ଷର ପିଛା କରି ବାଙ୍ଗଲୋର ବିପର୍ଯ୍ୟୟ ଶିକାର ହୋଇଥିଲା । ମ୍ୟାଚ ମଝିରେ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ କରିଥିଲେ । ଓପନର ଦେବତ୍ତତ ପାଡିକଲ ମଧ୍ୟ ତାଙ୍କୁ ସହାୟତା କରିଥିଲେ । ଉଭୟଙ୍କ ୱିକେଟ ପତନ ପରେ ମ୍ୟାଚଟି ହାଇଦ୍ରାବାଦ ଆଡକୁ ଢଳିଥିଲା । ଶେଷ ଓଭରରେ ବିଜୟ ପାଇଁ ୧୩ ରନ ଦରକାର ଥିଲା । ଶେଷ ବଲରେ ଭୁବନେଶ୍ବର କୁମାର ଚତୁରତାର ସହିତ ବୋଲିଂ କରି ଆରିସିବିର ବିଜୟ ଆଶାକୁ ଚୁରମାର କରିଥିଲେ । ପ୍ରଥମ ୩ଟି ବଲରେ ମାତ୍ର ୧ ରନ ହାସଲ ହୋଇଥିଲା । ଚତୁର୍ଥ ବଲରେ ଡି ଭିଲର୍ସ ଛକା ମାରିଥିଲେ । ପଞ୍ଚମ ବଲରେ କିଛି ରନ ହୋଇନଥିଲା । ଶେଷ ବଲରେ କିଛି ଚମତ୍କାର ହୋଇ ପାରି ନଥିଲା ଫଳ ସୂରୁପ ହାଇଦ୍ରାବାଦ ମ୍ୟାଚକୁ ହାତେଇଥିଲା । କେନ ୱିଲିୟମସନ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ