ETV Bharat / sports

IPL 2021: ଟସ ଜିତିଲେ ରାହୁଲ, ପ୍ରଥମେ ବୋଲିଂ ନିଷ୍ପତ୍ତି

author img

By

Published : Sep 21, 2021, 7:13 PM IST

Updated : Sep 21, 2021, 7:20 PM IST

ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗର ୩୨ତମ ମୁକାବିଲା ରହିଛି । ଅଧିକ ପଢନ୍ତୁ...

IPL 2021: PBKS won the toss opt to bat against RR
IPL 2021: ଟସ ଜିତିଲେ ରାହୁଲ, ପ୍ରଥମେ ବୋଲିଂ ନିଷ୍ପତ୍ତି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୩୨ତମ ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ରହିଛି । ପ୍ଲେ-ଅଫ୍‌ ଦୌଡରେ ରହିବାକୁ ଉଭୟ ଟିମ ନିଶ୍ଚିନ୍ତ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।

ଫଳରେ ଦର୍ଶକଙ୍କୁ ଏକ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ତେବେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି, ପଞ୍ଜାବ କ୍ୟାପଟେନ କେଏଲ ରାହୁଲ । ଫଳରେ ପ୍ରଥମେ ବ୍ୟାଟିଂ କରିବ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ।

ଉଭୟ PBKS ଓ RR ୩ଟି ଲେଖାଏଁ ବିଜୟରୁ ୬ ପଏଣ୍ଟ ହାସଲ କରି ତାଲିକାର ଶେଷ ଭାଗରେ ରହିଛନ୍ତି । ତେବେ ରାଜସ୍ଥାନ ଠାରୁ କେଏଲ ରାହୁଲଙ୍କ ପଞ୍ଜାବ ଅଧିକ ଗୋଟିଏ ମ୍ୟାଚ୍‌ ଖେଳିଥିବାରୁ ଏହି ମ୍ୟାଚରେ ବିଜୟ ସହ ଅଧିକ ବିଜୟ ଆବଶ୍ୟକ ରହିଛି ।

ଚୂଡାନ୍ତ ଏକାଦଶ:

ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରୋନ, ଆଡାମ ମାର୍କ୍ରମ, ଦୀପକ ହୁଡ୍ଡା, ଫିନ ଆଲେନ, ଇଶାନ ପୋରେଲ, ଏଚ୍‌ ବ୍ରାର, ମହମ୍ମଦ ସାମି, ଆଦିଲ ରସିଦ, ଏ. ଅଙ୍କିତ ।

ରାଜସ୍ଥାନ ରୟାଲ୍ସ: ଇଭିନ ଲିୱିସ, ଜସଶ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ, ଏମ ଲୋମର, ଲିଆମ ଲିଭିଂଷ୍ଟୋନ, ରିଆନ ପରାଗ, ରାହୁଲ ତେୱାତିଆ, କ୍ରିସ ମୋରିସ, କେ ତ୍ୟାଗୀ, ସି ସାକାରିୟା, ମୁସ୍ତାଫିଜୁର ରେହମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2021, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.