ETV Bharat / sports

IPL: ପଛରେ ପଡିବେ ବିରାଟ-ରୋହିତ, ଧୋନି ହେବେ ନମ୍ବର ୧ - ଇଣ୍ଡିଆନ ପ୍ରିମିୟର ଲିଗ

ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ୨୦୦ଟି ମ୍ୟାଚରେ ଅଧିନାୟକତ୍ବ କରିବାରେ ପ୍ରଥମ ଖେଳାଳି ହେବେ ମହେନ୍ଦ୍ର ସିଂହ ଧୋନି । ଅଧିକ ପଢନ୍ତୁ...

IPL 2021: MS Dhoni eyes major captaincy milestone
IPL: ପଛରେ ପଡିବେ ବିରାଟ-ରୋହିତ, ଧୋନି ହେବେ ନମ୍ବର ୧
author img

By

Published : Sep 19, 2021, 7:26 PM IST

ହାଇଦ୍ରାବାଦ: ମହେନ୍ଦ୍ର ସିଂହ ଧୋନି, ଏହି ନାମ କ୍ରିକେଟ ଦୁନିଆରେ ସର୍ବଜନବିଦିତ । ଦୀର୍ଘ ୪ ମାସ ପରେ ପୁଣି ପ୍ରତିଯୋଗିତା ମୂଳକ କ୍ରିକେଟ ମଇଦାନରେ ନଜର ଆସିବେ ଧୋନି । UAE ରେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ଆଜିଠାରୁ(ସେପ୍ଟେମ୍ବର ୧୯)ରୁ ଆରମ୍ଭ ହେଉଛି । ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।

ତେବେ ଆଇପିଏଲରେ ଏକ ବିରଳ କିର୍ତ୍ତୀମାନର ଅଧିକାରୀ ହେବାକୁ ଯାଉଛନ୍ତି ଧୋନି । ରବିବାର ମୁମ୍ବାଇ ବିପକ୍ଷ ମ୍ୟାଚ ଧୋନିଙ୍କ ପାଇଁ ଅଧିନାୟକ ଭାବେ ୧୯୬ତମ ମ୍ୟାଚ୍‌ ହେବ । ଫଳରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ୨୦୦ଟି ମ୍ୟାଚରେ ଅଧିନାୟକତ୍ବ କରିବାରେ ପ୍ରଥମ ଖେଳାଳି ହେବେ । IPL ୨୦୨୧ର ପ୍ଲେ-ଅଫ୍‌ ପର୍ଯ୍ୟାୟ ପୂର୍ବରୁ ଧୋନି ଏହି ବିରଳ ମାଇଲଷ୍ଟୋନକୁ ଅତିକ୍ରମ କରିବା ସମ୍ଭାବନା ରହିଛି । ଏଯାବତ ୧୯୫ଟି ମ୍ୟାଚ୍‌ରେ ଓ ବିରାଟ କୋହଲିଙ୍କ ଠାରୁ ୬୩ ଥର ଅଧିକ ଅଧିନାୟକ ରହିସାରିଛନ୍ତି ଧୋନି । ଏହି ତାଲିକାର ଦ୍ବିତୀୟରେ ରହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଅଧିନାୟକ ବିରାଟ କୋହଲି । ଚେନ୍ନାଇ ସୁପର କିଙ୍ଗ୍ସ ଏହି ସଂସ୍କରଣରେ ୭ଟି ମ୍ୟାଚ୍‌ ଖେଳିସାରିଛି । ଫଳରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ସୁଦ୍ଧା ଧୋନି, ଏହି ଅଧିନାୟକ ମାଇଲଷ୍ଟୋନକୁ ଅତିକ୍ରମ କରିପାରନ୍ତି ।

ବର୍ଷ ୨୦୦୮ ଠାରୁ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ଧୋନିଙ୍କ ହାତରେ ରହିଛି । ୨୦୧୬ରେ ରାଇଜିଂ ପୁନେ ସୁପରଜିଆଣ୍ଟସ କ୍ୟାମ୍ପରେ ମଧ୍ୟ ସାମିଲ ହୋଇଥିଲେ । ତେବେ ପରେ ୨୦୧୮ରେ ପୁଣି CSK କୁ ଫେରିବା ସହ ଟିମକୁ ତୃତୀୟ ଟ୍ରଫି ବିଜୟୀ କରାଇଥିଲେ । IPL ରେ ୧୨୯ ଥର ଅଧିନାୟକ ସହ ଏହି ତାଲିକାର ତୃତୀୟରେ ରହିଛନ୍ତି ଗୌତମ ଗମ୍ଭୀର । ସେହିପରି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ୧୨୩ ଥର ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇସାରିଛନ୍ତି ।

IPLରେ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ୍‌

ମହେନ୍ଦ୍ର ସିଂହ ଧୋନି - ୧୯୫

ବିରାଟ କୋହଲି - ୧୩୨

ଗୌତମ ଗମ୍ଭୀର - ୧୨୯

ରୋହିତ ଶର୍ମା - ୧୨୩

ଆଡାମ ଗିଲଖ୍ରୀଷ୍ଟ - ୭୪

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.