ETV Bharat / sports

IPL 2021: ଦୁବାଇ ଅଭିମୁଖେ ସାମି ଓ ଶାହା - ଦ୍ରୁତ ବୋଲର ମହମ୍ମଦ ସାମି

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ମାଞ୍ଚେଷ୍ଟରରୁ ଦୁବାଇ ଅଭିମୁଖେ ଉଡାଣ ଭରିଛନ୍ତି । ଅଧିକ ପଢନ୍ତୁ...

IPL 2021: Mohammed Shami and Wriddhiman Saha head to Dubai from Manchester
IPL 2021: ଦୁବାଇ ଅଭିମୁଖେ ସାମି ଓ ଶାହା
author img

By

Published : Sep 11, 2021, 8:27 PM IST

ଆବୁଧାବି: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ମାଞ୍ଚେଷ୍ଟରରୁ ଦୁବାଇ ଅଭିମୁଖେ ଉଡାଣ ଭରିଛନ୍ତି । ସାମି ପଞ୍ଜାବ କିଙ୍ଗ୍ସ ଟିମର ପ୍ରମୁଖ ସଦସ୍ୟ ରହିଥିବାବେଳେ ଶାହା ଆଇପିଏଲ ଫ୍ରାଞ୍ଜାଇଜ ସନରାଇଜର୍ସ ହାଇଦ୍ରାବାଦର ସଦସ୍ୟ ରହିଛନ୍ତି ।

ଦୁବାଇରେ ପହଞ୍ଚିବା ପରେ ଟିମ ହୋଟେଲରେ ଉଭୟଙ୍କୁ ୬ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବାକୁ ହେବ । ପରେ ଟିମ ଜୈବ ସୁରକ୍ଷା ବଳରେ ସାମିଲ ହୋଇପାରିବେ । ମାଞ୍ଚେଷ୍ଟରରୁ ଉଡାଣ ଭରିବା ପୂର୍ବରୁ ସାମି ଓ ଶାହାଙ୍କ COVID-19 ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି ।

ପୂର୍ବରୁ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ସକାଳେ କ୍ୟାପଟେନ ରୋହିତ ଶର୍ମା, ଜଶପ୍ରୀତ ବୁମରା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସେମାନଙ୍କର ପରିବାର ସହିତ ଏକ ସ୍ବତନ୍ତ୍ର ବିମାନ ମାଞ୍ଚେଷ୍ଟରରୁ ଆବୁଧାବି ନେଇଛି ।

ମାଞ୍ଚେଷ୍ଟରର ଛାଡିବା ପୂର୍ବରୁ ଓ ଆବୁଧାବିରେ ପହଞ୍ଚିବା ପରେ ରୋହିତ, ସୂର୍ଯ୍ୟ ଓ ବୁମରାଙ୍କ RT-PCR COVID-19 ରିପୋର୍ଟ ନେଗେଟିଭ ରହିଛି । ସମସ୍ତେ ଆବୁଧାବିରେ ୬ ଦିନ କ୍ବାରେଣ୍ଟିନରେ ରହିବାପରେ ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡରେ ସାମିଲ ହେବେ । ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ବାତିଲ ପରେ ଆଇପିଏଲ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳିଙ୍କୁ ଚାଟାର୍ଡ ବିମାନ ଯୋଗେ ମାଞ୍ଚେଷ୍ଟରରୁ UK ଉଡାଇନେବାରେ ଲାଗିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କୁ ଦୁବାଇ ନେବାକୁ ରବିବାର ସକାଳେ ଏକ ଚାଟାର୍ଡ ବିମାନର ବ୍ୟବସ୍ଥା କରିଛି ।

COVID-19 ମହାମାରୀ ଯୋଗୁଁ ଆଇପିଏଲର ୧୪ତମ ସଂସ୍କରଣ ଚଳିତ ବର୍ଷ ମେ ମାସରେ ସ୍ଥଗିତ ହୋଇଥିଲା । ସେପ୍ଟେମ୍ବର ୧୯ରୁ ପୁନଃ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.