ETV Bharat / sports

IPL 2021: ଆଜି ଦିଲ୍ଲୀ-କୋଲକାତା, ମୁମ୍ବାଇ-ପଞ୍ଜାବ ମୁକାବିଲା

ଆଜି(ମଙ୍ଗଳବାର) ଆଇପିଏଲ୍-୨୦୨୧ ଦ୍ବିତୀୟ ସଂସ୍କରଣରେ ହେବ ଆଉ ଏକ ରୋମାଞ୍ଚକର ମୁକାବିଲା । ଦିଲ୍ଲୀ-କୋଲକାତା ଏବଂ ମୁମ୍ବାଇ-ପଞ୍ଜାବ ମଧ୍ୟରେ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ...

author img

By

Published : Sep 28, 2021, 1:00 PM IST

IPL 2021: ଦିଲ୍ଲୀ-କୋଲକାତା, ମୁମ୍ବାଇ-ପଞ୍ଜାବ ମୁକାବିଲା

ଦୁବାଇ: ଆଜି(ମଙ୍ଗଳବାର) ଆଇପିଏଲ୍-୨୦୨୧ ଦ୍ବିତୀୟ ସଂସ୍କରଣରେ ହେବ ଆଉ ଏକ ରୋମାଞ୍ଚକର ମୁକାବିଲା । ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଭେଟିବ । ୧୦ ମ୍ୟାଚ୍‌ରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇ ଦିଲ୍ଲୀ ଏକପ୍ରକାର ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି । ହେଲେ କେକେଆର୍‌ ୧୦ ମ୍ୟାଚ୍‌ରୁ ମାତ୍ର ୪ରେ ବିଜୟ ହୋଇ କେବଳ ୮ ପଏଣ୍ଟ୍‌ରେ ରହିଛି ।

ପ୍ଲେ ଅଫ୍‌ ଟିକେଟ୍‌ ହାସଲ କରିବା ପାଇଁ କେକେଆର ପାଇଁ ଏହି ମ୍ୟାଚ୍ ଗୁରୁତ୍ବ ବହନ କରିବ । ଦିଲ୍ଲୀ ପାଇଁ ମଧ୍ୟ ମ୍ୟାଚ୍‌ ଗୁରୁତ୍ବ ରଖୁଛି । କାରଣ ପ୍ଲେ ଅଫ୍‌ ପ୍ରବେଶକୁ ସୁନିଶ୍ଚିତ କରିବା ପରେ ଏହି ଦଳ ଏବେ ପଏଣ୍ଟ୍‌ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ନିଜ ଲିଗ୍ ପର୍ଯ୍ୟାୟ ଅଭିଯାନ ‌ଶେଷ କରିବା ଲକ୍ଷ୍ୟରେ ରହିଛି । ଏଥିପାଇଁ କିନ୍ତୁ ଦିଲ୍ଲୀକୁ ଅତି କମରେ ଦୁଇଟିକୁ ଜିତିବା ଦରକାର ।

ସେହିପରି ଦ୍ବିତୀୟ ମୁକାବିଲାରେ ହ୍ୟାଟ୍ରିକ୍‌ ପରାଜୟ ବରଣ କରିଥିବା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆବୁଧାବିରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ୟୁଏଇରେ ଲଗାତାର ୩ ମ୍ୟାଚ୍‌ ହାରିବା ପରେ ସଂପ୍ରତି ମୁମ୍ବାଇ ୧୦ ମ୍ୟାଚ୍‌ ଖେଳି ୮ ପଏଣ୍ଟ୍‌ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି । ତେବେ ମୁମ୍ବାଇ ଆଗକୁ ଆଉ ୪ ମ୍ୟାଚ୍‌ ଖେଳିବାକୁ ଥିବାବେଳେ ସବୁତକ ଜିତିବା ଆବଶ୍ୟକ । ଏହାସହ ହ୍ୟାଟ୍ରିକ ପରାଜୟ ବରଣ କରିଥିବା ମୁମ୍ବାଇ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିବ ।

ଅନ୍ୟପକ୍ଷରେ ‌ଗତ ମ୍ୟାଚ୍‌ରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ପଞ୍ଚମକୁ ଉଠିଥିଲା ପଞ୍ଜାବ କିଙ୍ଗ୍ସ । ମାତ୍ର ପଞ୍ଜାବ ମଧ୍ୟ ମୁମ୍ବାଇ ପରି ୧୦ ମ୍ୟାଚ୍‌ ଖେଳି ୮ ପଏଣ୍ଟ ପାଇଛି । ତଥାପି ‌ନେଟ୍‌ ରନ୍‌ରେଟ୍‌ରେ ଆଗରେ ରହିଛି । ଏଥିପାଇଁ ପଞ୍ଜାବ ପାଇଁ ମଧ୍ୟ ଏହି ମ୍ୟାଚ ଗୁରୁତ୍ବ ବହନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.