ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲର ନିଲାମୀରେ ଭାରତର ପୂର୍ବତନ ସ୍ପିନର ଦିଲ୍ଲୀପ ଦୋଶୀଙ୍କ ପୁଅ ନୟନ ଦୋଶୀ ସାମିଲ ହୋଇଛନ୍ତି । ନିଲାମୀରେ ସବୁଠାରୁ ବୟସ୍କ ଖେଳାଳି ହେଉଛନ୍ତି ନୟନ । ତାଙ୍କର ବୟସ 42ବର୍ଷ । ଅନ୍ୟପଟେ ସବୁଠାରୁ ୟଙ୍ଗ ପ୍ଲେୟାର ଭାବେ 16ବର୍ଷୀୟ ନୁର ଅହମ୍ମଦ ଯୁବ ଖେଳାଳି ଭାବେ ଚଳିତ ଆଇପିଏଲ ନିଲାମୀରେ ସାମଲି ହୋଇଛନ୍ତି ।
ନୟନ ଓ ନୁର ଅହମ୍ମଦଙ୍କ ବେସ୍ ପ୍ରାଇସ୍ 20-20 ଲକ୍ଷରେ ରହିଛି । ନୟନ ସୌରାଷ୍ଟ୍ର, ରାଜସ୍ଥାନ ରୟାଲ୍ସ ଓ ସରେ ପାଇଁ 2001ରୁ 2013 ମଧ୍ୟରେ ମୋଟ 70ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । 16ବର୍ଷର ନାଗାଲାଣ୍ଡର ଖିରିଏବିତସୋ କେନ୍ସ ବି 292 ନିଲାମୀ ଖେଳାଳିଙ୍କ ଲିଷ୍ଟରେ ସାମିଲ ଅଛନ୍ତି । ସେ ଗତ ସୟେଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ 7ଟି ଓ୍ବିକେଟ ନେଇଛନ୍ତି । ତାଙ୍କର ବେସ୍ ପ୍ରାଇସ 20 ଲକ୍ଷ ରହିଛି ।
ସୂଚନାଥାଉକି, ଆଜିର ନିଲାମୀରେ 292 ଖେଳାଳି ଅଂଶଗ୍ରହଣ କରିବେ ଓ ସେମାନଙ୍କ ମଧ୍ୟରୁ 164ଜଣ ଭାରତୀୟ ଖେଳାଳି ଓ 125ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି ।