ETV Bharat / sports

New Cricket Rules: ହାଇରିସ୍କ ପୋଜିସନରେ ହେଲମେଟ ବାଧ୍ୟତାମୂଳକ, ହଟିଲା ଅମ୍ପାୟାରଙ୍କ ସଫ୍ଟ ସିଗ୍‌ନାଲ

author img

By

Published : May 15, 2023, 9:26 PM IST

କ୍ରିକେଟରେ ବର୍ତ୍ତମାନ ପ୍ରଚଳିତ ନିୟମରେ ବଡ଼ ପରିବର୍ତ୍ତନ ଆଣିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) । ପରିବର୍ତ୍ତୀତ ନିୟମ ଅନୁସାରେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବ୍ୟାଟର, ୱିକେଟ କିପର ଓ ଫିଲ୍‌ଡରଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ହେବ । ସେହିଭଳି ଅମ୍ପାୟାରଙ୍କ ସଫ୍ଟ ସିଗ୍‌ନାଲକୁ ନିଷିଦ୍ଧ କରାଯାଇଛି । ଫ୍ରି-ହିଟ୍ ବଲରେ ବ୍ୟାଟର କରୁଥିବା ସ୍କୋର ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଅଧିକ ପଢ଼ନ୍ତୁ

ବଦଳିଲା କ୍ରିକେଟ ନିୟମ
ବଦଳିଲା କ୍ରିକେଟ ନିୟମ

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଖେଳ ନିୟମରେ ତିନୋଟି ବଡ଼ ପରିବର୍ତ୍ତନ ଆଣିଛି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି କ୍ରିକେଟ କମିଟିର ସୁପାରିସ ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଏହି ନୂଆ ନିୟମକୁ ଲାଗୁ କରିବା ପାଇଁ ଗ୍ରୀନ ସିଗ୍‌ନାଲ ଦେଇଛି । ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଜୁନ୍ ପ୍ରଥମ ସପ୍ତାହରୁ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପରେ ଏହି ପରିବର୍ତ୍ତୀତ ନିୟମ କାର୍ଯ୍ୟକାରୀ ହେବ । ତେବେ ଏହି ପରିବର୍ତ୍ତୀତ ନିୟମ ଅନୁସାରେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବ୍ୟାଟର, ୱିକେଟ କିପର ଓ ହାଇରିସ୍କ ଫିଲ୍‌ଡରଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଅମ୍ପାୟାରଙ୍କ ସଫ୍ଟ ସିଗ୍‌ନାଲକୁ ନିଷିଦ୍ଧ କରାଯାଇଥିବା ବେଳେ ଫ୍ରି-ହିଟ୍ ବଲରେ ବ୍ୟାଟର କରୁଥିବା ସ୍କୋର ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି ।

ହେଲମେଟ୍ ବାଧ୍ୟତାମୂଳକ: ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଅନୁସାରେ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହେବା ସମୟରେ ବ୍ୟାଟରଙ୍କୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ଏହା ସହିତ ଦ୍ରୁତ ବୋଲିଂ ବିପକ୍ଷରେ ଷ୍ଟମ୍ପ ପଛରେ ୱିକେଟ୍ କିପିଂ କରୁଥିବା କିପରଙ୍କ ପାଇଁ ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଏହାଛଡ଼ା ବ୍ୟାଟରଙ୍କ ନିକଟରେ ଫିଲ୍ଡିଂ କରୁଥିବା ଫିଲ୍ଡର ମାନଙ୍କ ପାଇଁ ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ।

ଫ୍ରି-ହିଟ୍‌ ରନ୍: ପୂର୍ବରୁ ଫ୍ରି ହିଟ୍ ବଲରେ ବ୍ୟାଟର ଆଉଟ୍ ହେଲେ ମଧ୍ୟ ସେହି ବଲରେ ବ୍ୟାଟର ସ୍କୋର କରିଥିବା ରନ ସେହି ବ୍ୟାଟରଙ୍କ ଖାତାରେ ଗଣା ହେଉନଥିଲା । ଅର୍ଥାତ ଏହି ରନ କେବଳ ଦଳୀୟ ସ୍କୋରରେ ହିସାବ ହେଉଥିଲା । ଏବେ କିନ୍ତୁ ସେହି ନିୟମରେ ପରିବର୍ତ୍ତନ ଆଣିଛି ଆଇସିସି । ଏଣିକି ଫ୍ରି ହିଟ୍ ବଲରେ ବୋଲ୍ଡ କିମ୍ବା କ୍ୟାଚ୍‌ ଆଉଟ ହେଲେ ମଧ୍ୟ, ବ୍ୟାଟର ଯାହା ରନ୍ ନେଇଥିବେ, ସେହି ରନ୍ ବ୍ୟାଟରଙ୍କ ବ୍ୟକ୍ତିଗତ ଖାତାରେ ମଧ୍ୟ ଯୋଡାଯିବ ।

ଅମ୍ପାୟାରଙ୍କ ସଫ୍ଟ ସିଗନାଲ: ଅନେକ ସମୟରେ ଅମ୍ପାୟାରଙ୍କ ସଫ୍ଟ ସିଗ୍‌ନାଲକୁ ନେଇ ଚର୍ଚ୍ଚା ହୋଇଥାଏ । ଅନେକ ସମୟରେ ଏନେଇ ଅମ୍ପାୟାରଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । କିନ୍ତୁ ଏବେ ଫିଲ୍ଡ ଅମ୍ପାୟାରମାନଙ୍କୁ ନିଜ ନିଷ୍ପତ୍ତିକୁ ତୃତୀୟ ଅମ୍ପାୟାରଙ୍କ ନିକଟକୁ ପଠାଇବା ପାଇଁ ସଫ୍ଟ ସିଗନାଲର ଆବଶ୍ୟକତା ପଡ଼ିବ ନାହିଁ । ଆସନ୍ତା ଜୁନ୍ ପହିଲାରୁ ଫିଲ୍ଡ ଅମ୍ପାୟାରମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଟିଭି ଅମ୍ପାୟାରଙ୍କ ସହ ପରାମର୍ଶ କରିବେ । ଏହା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଅର୍ଥାତ୍ ଏବେ ଅମ୍ପାୟାରଙ୍କ ସଫ୍ଟ ସିଗନାଲ ନିୟମ ଶେଷ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.