ETV Bharat / sports

IPL-2022: ଲଗାତାର ପଞ୍ଚମ ବିଜୟ ସହ ପ୍ଲେ-ଅଫ୍‌ ନିକଟତର ଗୁଜରାଟ - ଆଇପିଏଲ 2022

ଚଳିତ IPL 2022 ରେ ଗୁଜୁରାଟ ଟାଇଟନ୍ସର ବିଜୟ ଧାରା ଜାରି । ନବମ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ପ୍ଲେ-ଅଫ୍‌ ନିକଟତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ । ଅଧିକ ପଢନ୍ତୁ

IPL-2022: 6 ୱିକେଟରେ RCB ହରାଇଲା ଗୁଡୁରାଟ ଟାଇଟନ୍ସ
6 ୱିକେଟରେ RCBକୁ ହରାଇଲା ଗୁଜୁରାଟ
author img

By

Published : Apr 30, 2022, 7:43 PM IST

Updated : Apr 30, 2022, 8:36 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ(IPL 2022) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଗୁଜୁରାଟ ଟାଇଟନ୍ସର ବିଜୟ ଧାରା ଜାରି ରହିଛି । ଶନିବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୩ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ(RCB) ୬ ୱିକେଟରେ ହରାଇଛି ଟାଇଟନ୍ସ । ୧୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଗୁଜୁରାଟ ପୁଣି ଶେଷ ଓଭରରେ ବିଜୟୀ ହୋଇଛି ।

ରାହୁଲ ତେୱାତିଆ ଓ ଡେଭିଡ ମିଲର ପୁଣି ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରିଛନ୍ତି । ତେୱାତିଆ ୨୫ ବଲ୍‌ରୁ ୪୩ ଓ ମିଲର ୨୪ ବଲ୍‌ରୁ ୩୯ ରନ୍‌ର ଧୁଆଁଧାର ଇଂନିସ ଖେଳି ଗୁଜରାଟକୁ ଆଉ ଏକ ଦମଦାର ବିଜୟ ଭେଟି ଦେଇଛନ୍ତି । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଏହା ଗୁଜରାଟର ନବମ ମ୍ୟାଚ୍‌ରୁ ଅଷ୍ଟମ ଓ ଲଗାତାର ପଞ୍ଚମ ବିଜୟ । ଫଳରେ ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ ପ୍ଲେ-ଅଫ୍‌ ନିକଟତର ହୋଇଛି ।

ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଖେଳିଥିବା ଶେଷ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଫଳରେ ପ୍ରଦର୍ଶନକୁ ଦେଖିଲେ RCBର ପ୍ଲେ-ଅଫ୍‌(Playoffs) ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବାନେଇ ଆଶଙ୍କା ଦେଖାଦେଇଛି । ତେବେ ଷ୍ଟାର ବ୍ୟାଟ୍‌ର ବିରାଟ କୋହଲି ଅର୍ଦ୍ଧଶତକୀୟ ଇଂନିସ ଖେଳି ଫର୍ମକୁ ଫେରିଥିବାରୁ ଟିମ ପାଇଁ ଶୁଭଙ୍କର ହୋଇଛି । ବିରାଟ କୋହଲିଙ୍କ ୫୮ ଓ ରଜତ ପଟିଦାରଙ୍କ ୫୨ ରନ୍‌ ସହାୟତାରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭୦ ରନ୍‌ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2022, 8:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.