ETV Bharat / sports

ଆଇପିଏଲ 14: ୱାଙ୍ଖଡ଼େରେ ରାଜସ୍ଥାନ-ଦିଲ୍ଲୀ ମଧ୍ୟରେ ଲଢ଼େଇ - ଆରଆର ବନାମ ଡିସି ମ୍ୟାଚ

ୱାଙ୍ଖଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲ 14ର ଏହି ସପ୍ତମ ମ୍ୟାଚରେ ବିଜୟ ହାସଲ କରିବ ଲକ୍ଷ୍ୟରେ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ। ଅଧିକ ପଢ଼ନ୍ତୁ...

ଆଇପିଏଲ 14: ୱାଙ୍ଖେଡ଼େରେ ରାଜସ୍ଥାନ-ଦିଲ୍ଲୀ ମଧ୍ୟରେ ଲଢ଼େଇ

author img

By

Published : Apr 15, 2021, 4:57 PM IST

ମୁମ୍ବାଇ: ୱାଙ୍ଖଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲ 14ର ଏହି ସପ୍ତମ ମ୍ୟାଚରେ ବିଜୟ ହାସଲ କରିବ ଲକ୍ଷ୍ୟରେ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ। ସେପଟେ ପ୍ରଥମ ମ୍ୟାଚ ବିଜୟୀ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ମନୋବଳ ସୁଦୃଢ଼ ରହିଛି। ଆଙ୍ଗୁଠିରେ ଆଘାତ ଯୋଗୁଁ ଆଇପିଏଲରୁ ବାଦ ପଡ଼ିଛନ୍ତି ବେନ ଷ୍ଟୋକସ। ଫଳରେ ରାଜସ୍ଥାନକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି।

ଯୁବ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ବରେ ଦିଲ୍ଲୀ ଦଳ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ ଦେଇ ଦିଲ୍ଲୀ ତାର ପରକାଷ୍ଠା ଦେଖାଇଛି। ସେପଟେ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲା। ପଞ୍ଜାବ ବିପକ୍ଷରେ 222 ରନ ବିଜୟ ଲକ୍ଷ୍ୟ ପିଛା କରି 4 ରନରେ ହାରିଥିଲା ଦଳ।

ବେନ ଷ୍ଟୋକସ୍ଙ୍କ ଅନୁପସ୍ଥିତିରେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ଦାୟିତ୍ବ ଶିଭମ ଦୁବେ, ରିୟାନ ପରାଗ ଓ ଜୋଶ ବଟଲରଙ୍କ ଉପରେ ରହିବ। ସଞ୍ଜୁ ସାମସନ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ସେପଟେ ଆଇପିଏଲ ଡେବ୍ୟୁ ମ୍ୟାଚରେ 31 ରନ ଦେଇ 3 ୱିକେଟ ନେଇଥିବା ଚେତନ ସକାରିୟାଙ୍କ ଉପରେ ଦଳର ଭରସା ବୃଦ୍ଧି ପାଇଛି। ରାଜସ୍ଥାନ ପାଇଁ ସ୍ପିନର ବୋଲରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ 4ଥରର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସକୁ ମାତ ଦେଇ ଅନ୍ୟ ଦଳକୁ ନିଜ ଦମ୍ ଦେଖାଇଛି। ପୃଥ୍ବୀ ଶ ଓ ଶିଖର ଧବନ ଦଳ ପାଇଁ ଭଲ ଓପେନି ଯୋଡ଼ି ସାବ୍ୟସ୍ତ ହୋଇଛନ୍ତି। ଗତ ମ୍ୟାଚରେ ଦୁହିଁଙ୍କ ମଧ୍ୟରେ 54 ବଲରେ 58ରନ ଭାଗିଦାରୀ ହୋଇଥିଲା।

ସେପଟେ ବୋଲିଂରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିଛି। କ୍ରିଶ ୱୋକ୍ସଙ୍କ ବଲରେ ରନ କରିବା ପାଇଁ ପ୍ରତିପକ୍ଷ ଖେଳାଳି ଫେଲ ମାରିଛନ୍ତି। ସେପଟେ ଆବେଶ ଖାନ ମଧ୍ୟ କ୍ରୀଶ ୱୋକ୍ସଙ୍କ ସହାୟତା ଦେଉଛନ୍ତି। ଉଭୟ ମିଶି ଗତ ମ୍ୟାଚରେ 4ଟି ୱିକେଟ ନେଇଥିଲେ। ତେବେ ଆଜିର ମ୍ୟାଚେ ମାର୍କସ ଷ୍ଟୋଇନିସ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ।

ରାଜସ୍ଥାନ ରୟାଲ୍ସ ଦଳ

ସଞ୍ଜୁ ସାମସନ(ଅଧିନାୟକ), ଜୋଶ ବଟଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନଦକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୈସୱାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ୍ ଭୋହରା , ରବିନ ଉଥ୍ଥାପା, ଶିଭମ୍ ଦୁବେ, କ୍ରିଶ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସକାରିଆ, କେସି କାରିଆପ୍ପା, ଲିଆମ୍ ଲିଭିଙ୍ଗଷ୍ଟୋନ୍, କୁଲଦୀପ ଯାଦବ ଓ ଆକାଶ ସିଂ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ଋଷଭ ପନ୍ତ (ଅଧିନାୟକ), ଶିଖର ଧୱନ, ପୃଥ୍ବୀ ଶ, ଆଜିଙ୍କ୍ୟ ରାହାଣେ, ଶିମରୋନ ହେଟମାୟେର, ମାର୍କସ୍ ଷ୍ଟୋଇନିସ୍, କ୍ରିସ୍ ୱୋକସ୍, ଆର ଅଶ୍ବିନ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଏନରିଚ ନର୍କିଆ, ଇଶାନ୍ତ ଶର୍ମା, ଆବେଶ ଖାନ, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କୁରାନ, ସାମ ବିଲିଂସ୍।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.