ETV Bharat / sports

ଆଇପିଏଲ 14: ଡବଲହେଡର ଦ୍ବିତୀୟ ମ୍ୟାଚରେ ଦିଲ୍ଲୀକୁ ଭେଟିବ କେକେଆର

author img

By

Published : Apr 29, 2021, 1:24 PM IST

ଆଇପିଏଲର 14ତମ ସଂସ୍କରଣର ଡବଲ ହେଡର ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟକ୍କର । ଚଳିତ ଆଇପିଏଲର ଏହି 25ତମ ମ୍ୟାଚରେ ଉଭୟ ଦଳ ବିଜୟୀ ହେବାକୁ ଜୋର ଲଗାଇବେ । ଅଧିକ ପଢ଼ନ୍ତୁ...

ଆଇପିଏଲ 14: ଡବଲ ହେଡର ଦ୍ବିତୀୟ ମ୍ୟାଚରେ ଦିଲ୍ଲୀକୁ ଭେଟିବ କେକେଆର

ଗାନ୍ଧୀନଗର: ଆଇପିଏଲର 14ତମ ସଂସ୍କରଣର ଡବଲ ହେଡର ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟକ୍କର । ଚଳିତ ଆଇପିଏଲର ଏହି 25ତମ ମ୍ୟାଚରେ ଉଭୟ ଦଳ ବିଜୟୀ ହେବାକୁ ଜୋର ଲଗାଇବେ । ଦୁଇଦଳ ବର୍ତ୍ତମାନ ସୁଦ୍ଧା 6ଟି ଲେଖାଁ ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ପଏଣ୍ଟ ତାଲିକାରେ କୋଲାକାତା ନାଇଟ ରାଇଡର୍ସ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ତାଲିକ ତୃତୀୟ ସ୍ଥାନରେ ରହିଛି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏକ ରନରେ ପରାସ୍ତ ହୋଇଥିଲା । ଦଳ ଲଢ଼ୁଆ ପ୍ରଦର୍ଶନ ମ୍ୟାଚରେ ପରାଜିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଛି । ଓପନର ଶିଖର ଧୱନ ଓ ପୃଥ୍ବୀ ଶ ଦଳକୁ ଭଲ ଆରମ୍ଭ ଦେବାରେ ସଫଳ ହୋଇଛନ୍ତି । ତେବେ ଗତ ମ୍ୟାଚରେ ଦୁଇ ବ୍ୟାଟସମ୍ୟାନ ଅସଫଳ ରହିଥିଲେ । ଏହାପରେ ଅଧିନାୟକ ଋଷଭ ପନ୍ତ ଓ ଶିମରୋନ ହେଟମେୟର ବିସ୍ଫୋଟକ ଇନିଂଶ ଖେଳିଥିଲେ ।

ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କୁ ରୋକିବା କୋଲାକାତା ନାଇଟ ରାଇଡର୍ସ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଅଧିନାୟକ ଇଅନ ମୋର୍ଗାନ ଫର୍ମକୁ ଫେରି ଆସିବା କୋଲକାତା ପାଇଁ ଖୁସି ଖବର ହୋଇଛି । ପଞ୍ଜାବ ବିପକ୍ଷରେ ସେ ଅପରାଜିତ 47 ରନ କରି ଦଳକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ । ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ 5 ୱିକେଟରେ ମାତ ଦେଇଥିଲା କୋଲକାତା। ଏହାପୂର୍ବରୁ କୋଲକାତା ଲଗାତାର 4ଟି ମ୍ୟାଚରେ ପରାଜିତ ହୋଇଥିଲା। ସେପେଟ ପ୍ରସିଦ୍ଧ କ୍ରୀଷ୍ଣାଓ ଶିଭମ ମାଭି ମଧ୍ୟ ଗତ ମ୍ୟାଚରେ ଲୟରେ ବୋଲିଂ କରିଥିଲେ । ଆଜିର ମ୍ୟାଚରେ 2 ଅଙ୍କ ହାସଲ କରିବାକୁ ଦୁଇ ଦଳ ସମସ୍ତ ପ୍ରୟାସ କରିବେ ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ଋଷଭ ପନ୍ତ (ଅଧିନାୟକ/ ୱିକେଟ କିପର), ଶିଖର ଧୱନ, ପୃଥ୍ବୀ ଶ, ଆଜିଙ୍କ୍ୟ ରାହାଣେ, ଶିମରୋନ ହେଟମାୟେର, ମାର୍କସ୍ ଷ୍ଟୋଇନିସ୍, କ୍ରିସ୍ ୱୋକସ୍, ଆର ଅଶ୍ବିନ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଏନରିଚ ନର୍କିଆ, ଇଶାନ୍ତ ଶର୍ମା, ଆବେଶ ଖାନ, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କୁରାନ, ସାମ ବିଲିଂସ୍ ।

କୋଲକାତା ନାଇଟ ରାଇଡର୍ସ

ଇଅନ ମୋର୍ଗାନା (ଅଧିନାୟକ) ଶୁଭମାନ ଗିଲ, ନୀତିଶ ରାଣା, ଟିମ ସେଫର୍ଟ, ରାହୁଲ ତ୍ରୀପାଠି, ରିଙ୍କୁ ସିଂ, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରେସେଲ, ସୁନିଲ ନାରିନ, ଶିଭମ ମାଭି, କୂଲଦୀପ ଯାଦବ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ, କମଲେଶ ନାଗରକୋଟି, ବରୁଣ ସିବି,ସନ୍ଦୀପ ୱାରିଅର, ପ୍ରସିଦ୍ଧ କୃଷ୍ଣା, ସକିବ ଓଲ ହାସନ, ସେଲଡନ ଜ୍ୟାକସନ, ବୈଭବ ଆରୋଡା, କରୁଣା ନାୟାର, ହରଭଜନ ସିଂ, ବେନ କଟିଙ୍ଗ, ଭେଙ୍କଟେସ ଆୟର, ପବନ ନେଗୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.