ETV Bharat / sports

IPL 2022: CSKକୁ ବଡ ଝଟ୍‌କା, ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ଦୀପକ ଚହର ବାଦ୍‌ - କେକେଆରରେ ଯୋଗ ଦେଲେ ହର୍ଷିତ ରାଣା

ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗ୍‌ସ(CSK)କୁ ଏକ ବଡ଼ ଝଟକା ଲାଗିଛି । ଆହତଜନିତ ସମସ୍ୟା ଯୋଗୁଁ ଚଳିତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ଷ୍ଟାର ବୋଲର ଦୀପକ ଚହର । ଅଧିକ ପଢନ୍ତୁ

IPL 2022: ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଲେ ଦୀପକ ଚହର

author img

By

Published : Apr 15, 2022, 8:06 PM IST

ହାଇଦ୍ରାବାଦ: ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଏକ ବଡ଼ ଝଟକା ଲାଗିଛି । ଆହତଜନିତ ସମସ୍ୟା ଯୋଗୁଁ ଚଳିତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ଷ୍ଟାର ବୋଲର ଦୀପକ ଚହର । ସେପଟେ କୋଲକାତା ନାଇଟ ରାଇଡର୍ସର ଯୁବ ଫାଷ୍ଟ ବୋଲର ରାସିକ ସଲାମ ମଧ୍ୟ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ।

  • 🚨 NEWS 🚨: Deepak Chahar ruled out of #TATAIPL 2022, Harshit Rana joins Kolkata Knight Riders as a replacement for Rasikh Salam.

    More Details 🔽https://t.co/HbP0FKpyhA

    — IndianPremierLeague (@IPL) April 15, 2022 " class="align-text-top noRightClick twitterSection" data=" ">

ଦୀପକ ଚହରଙ୍କୁ ଚେନ୍ନାଇ ଟିମ୍‌ ମେଗା ନିଲାମୀ ପୂର୍ବରୁ ୧୪ କୋଟି ଟଙ୍କାରେ ରିଟେନ କରିଥିଲା । କିନ୍ତୁ ଦୀପକ ଚଳିତ ସିଜିନର ଗୋଟିଏ ମଧ୍ୟ ମ୍ୟାଚ ଖେଳି ପାରିଲେ ନାହିଁ । ସେପଟେ କୋଲକାତା ଦଳରେ ରାସିକ ସଲାମଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଦୀପକ ଚହର ଚେନ୍ନାଇ ସୁପର କିଙ୍ଗ୍‌ସ୍‌ର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ ।

୨୯ ବର୍ଷୀୟ ଦୀପକ ଚହର ଗତ ଫେବ୍ରୁଆରୀ ମାସରେ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ରେ ଆହତ ହୋଇଥିଲେ । ଏହାପରେ ସେ NCAରେ ଅଭ୍ୟାସ କରିବା ସହ ସୁସ୍ଥ ହେବାକୁ ଲାଗିଥିଲେ । ତେବେ ସେଠାରେ ଅଭ୍ୟାସ ସମୟରେ ତାଙ୍କ ପିଠିରେ ପୁନଃ ଆଘାତ ଲାଗିଥିବା ଖବର ଆସିଥିଲା । ଏହାପରେ ସେ ସଂପୂର୍ଣ୍ଣ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ତାଙ୍କୁ ୪ ମାସ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଏଭଳି ହେଲେ ସେ ଆଗାମୀ ଟି-୨୦ ବିଶ୍ବକପ୍‌ରୁ ମଧ୍ୟ ବାଦ ପଡ଼ି ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ବ୍ୟୁର ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.