ETV Bharat / sports

ଆଇପିଏଲ 2021: ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ - ipl 2021 match 8

ଆଇପିଏଲ 2021ର ଅଷ୍ଟମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ଟକ୍କର । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଚେନ୍ନାଇ । ଅଧିକ ପଢ଼ନ୍ତୁ...

ଆଇପିଏଲ 14: ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ

author img

By

Published : Apr 16, 2021, 4:07 PM IST

ମୁମ୍ବାଇ: ଆଇପିଏଲ 2021ର ଅଷ୍ଟମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ଟକ୍କର । ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରି ପଞ୍ଜାବ କିଙ୍ଗ୍ସର ମନୋବଳ ସୁଦୃଢ଼ ରହିଛି । ସେପଟେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ କରି ମ୍ୟାଚ ହାରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଗତ ମ୍ୟାଚରେ ଦଳ ଭଲ ବ୍ୟାଟିଂ କରିଥିଲେ ସୁଦ୍ଧା ଫିଲ୍ଡିଂ ଓ ବୋଲିଂ କ୍ଷେତ୍ରରେ ଦଳ ଫେଲ ମାରିଥିଲା ।

ଗତ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସରେ ଯୁବ କ୍ରିକେଟରଙ୍କ ଅଭାବ ଥିବା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା । ବରିଷ୍ଠ କ୍ରିକେଟରମାନେ ଏହି ସିଜିନରେ ସେତେଟା କ୍ରିକେଟ ଅଭ୍ୟାସ କରି ନାହାଁନ୍ତି । ରବିନ୍ଦ୍ର ଜାଡେଜା ଓ ମୋଇନ ଅଲିଙ୍କ ବଲରେ ଧାର ଦେଖାଯାଇନଥିଲା । ଏହାସହ ମୋଇନ ଅଲିଙ୍କ ବଲରେ ପୃଥ୍ବୀ ଶ'ଙ୍କ ଦୁଇଟି କ୍ୟାଚ ଛାଡ଼ିଥିଲା ଦଳ।

ଆଜିର ମ୍ୟାଚରେ ଚେନ୍ନାଇର ଓପନରଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଗତମ୍ୟାଚରେ ସାମ କରନ ଲୋୟର ଅର୍ଡରରେ ବ୍ୟାଟିଂ କରିବାକୁ ଆସି 15ଟି ବଲରେ 34 ରନ କରି ଦଳକୁ ଲଢ଼ିବା ଭଳି ଏକ ବିଜୟ ଲକ୍ଷ୍ୟ ଦେଇଥିଲେ। ତେବେ ମ୍ୟାଚ ପରେ ବିଜୟ ପାଇଁ ଦଳ 200 ରନ ଆବଶ୍ୟକ କରୁଥିଲା ବୋଲି ମନ୍ତବ୍ୟ ଦେଇଥିଲେ ଅଧିନାୟକ ମହେନ୍ଦ୍ର ସିହଂ ଧୋନୀ।

ସେପେଟ ପଞ୍ଜାବ କିଙ୍ଗ୍ସକୁ ମଧ୍ୟ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବାକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା । 222 ରନ ବିଜୟ ଲକ୍ଷ୍ୟ ଦେଇଥିଲେ ସୁଦ୍ଧା ରାଜସ୍ଥାନ ରୟାଲ୍ସ ବିଜୟ ହାତେଇବାକୁ ବସିଥିଲା । ଆଜିର ମ୍ୟାଚ ଜିତିବାକୁ ହେଲେ ଦଳକୁ ବୋଲିଂ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ରିଲେ ମେରେଡିଥ ଓ ଜାଇ ରିଚାର୍ଡସନଙ୍କ ବୋଲିଂ ଗତ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ସେପଟେ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ଲାଇନ ସୁଦୃଢ଼ ରହିଛି । ଅଧିନାୟକ କେ.ଏଲ ରାହୁଲଙ୍କ ସହ କ୍ରିଶ ଗେଲ, ନିକୋଲାସ ପୁରନ ଓ ଦୀପକ ହୁଡ୍ଡା ଭଲ ଫର୍ମରେ ରହିଛନ୍ତି। ଏହି ବ୍ୟାଟ୍ସମ୍ୟାନ ଚେନ୍ନାଇ ପାଇଁ ଘାତକ ହୋଇ ପାରନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ ଦଳ

ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ ଆସିଫ, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫ ଡୁ ପ୍ଲେସି, ଇମରାନ ତାହିର, ଏନ ଜଗଦିଶନ, କର୍ଣ୍ଣ ଶର୍ମା, ଲୁଙ୍ଗି ନିଗିଡି, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ଋତୁରାଜ ଗାୟକୱାଡ, ଶାର୍ଦ୍ଦୁଲ ଠାକୁର, ସାମ କୁରାନ, ଆର ସାଇ କିଶୋର, ମୋଇନ ଅଲି, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭାଗନାଥ ବର୍ମା, ସି ହରି ନିଶାନ୍ତ।

ପଞ୍ଜାବ କିଙ୍ଗ୍ସ ଦଳ

କେ.ଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ, ମନଦୀପ ସିଂ, ପ୍ରଭାସୀମରନ୍ ସିଂ, ନିକୋଲାସ୍ ପୁରାନ୍, ସରଫରାଜ ଖାନ୍, ଡିପେନ୍ଦ୍ର ହୁଡା, ମୁରୁଗାନ୍ ଅଶ୍ବିନ୍, ରବି ବିଷ୍ଣୋଇ, ହରପ୍ରୀତ ବରାଡ଼, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ ଜୋର୍ଡାନ, ଡେଭିଡ ମଲାନ, ଜାଏ ରିଚାର୍ଡସନ, ଶାହାରୁଖ ଖାନ, ରିଲେ ମେରେଡିଥ, ମୋଇସେସ ହେନ୍ରିକ୍ସ, ଜଲଜ ସକ୍ସେନା, ଉତ୍କଳ ସିଂ, ଫୈବିୟନ ଆଲେନ ଓ ସୌରଭ କୁମାର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.