ETV Bharat / sports

ଆଗାମୀ ମ୍ୟାଚ୍‌ ଖେଳିବେ ରାଇଡୁ, ଗୁରୁତର ନୁହେଁ କହୁଣୀ ଆଘାତ - ଚେନ୍ନାଇ ସୁପର କିଙ୍ଗ୍‌ସର ଆମ୍ବାତି ରାୟୁଡୁ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବେ ଆମ୍ବାତି ରାଇଡୁ଼ । କହୁଣୀ ଆଘାତ ସଙ୍ଗୀନ ନୁହେଁ ବୋଲି କହିଲେ CSKର CEO କାଶୀ ବିଶ୍ବନାଥନ । ଅଧିକ ପଢ଼ନ୍ତୁ...

ଆଗାମୀ ମ୍ୟାଚ୍‌ ଖେଳିବେ ରାୟୁଡ଼ୁ, ସଙ୍ଗୀନ ନୁହେଁ କହୁଣୀ ଆଘାତ

author img

By

Published : Sep 20, 2021, 9:21 PM IST

ନୂଆଦିଲ୍ଲୀ: ୟୁଏଇରେ ଆରମ୍ଭ ହୋଇଛି IPL ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ । ପ୍ରଥମ ମ୍ୟଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଠାରୁ ୨୦ ରନ୍‌ରେ ପରାଜିତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଆଡାମ ମିଲନଙ୍କ ବଲରେ କହୁଣୀରେ ଆଘାତ ପାଇଥିଲେ ଚେନ୍ନାଇ ବ୍ୟାଟ୍ସମ୍ୟାନ ଆମ୍ବାତି ରାଇଡୁ । ଏହାପରେ ସେ ରିଟାୟର୍ଡ ହଟ୍‌ ହୋଇ ପଡ଼ିଆ ବାହାରକୁ ଚାଲି ଯାଇଥିଲେ । ତେବେ ତାଙ୍କ କହୁଣୀ ଭାଙ୍ଗିନଥିବା କଥା କହିଛନ୍ତି CSKର CEO କାଶୀ ବିଶ୍ବନାଥନ ।

ଏକ ସାକ୍ଷାତାକାରରେ ସେ କହିଛନ୍ତି ଯେ, "ରାଇଡୁ଼ଙ୍କ ଏକ୍ସ-ରେ ରିପୋର୍ଟରେ ସବୁକିଛି ଠିକ୍‌ ଥିବା ଜଣାପଡ଼ିଛି । ଆଗାମୀ ଖେଳିବାରେ କୌଣସି ସମସ୍ୟା ନାହିଁ । ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବେ ରାଇଡ଼ୁ ।"

ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦୀପକ ଚହର ମଧ୍ୟ ଆହତ ହୋଇଥିଲେ । ଶେଷ ଓଭର ବୋଲିଂ ବେଳେ ସେ ମଧ୍ୟ କିଛି ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଥିଲା । ତେବେ ସେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି CSKର CEO କାଶୀ ବିଶ୍ବନାଥନ ।

ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଜିତିବା ପରେ ପଏଣ୍ଟ ତାଲିକାର ଟପ୍‌ରେ ରହିଛି ଚେନ୍ନାଇ ସୁପର କିଙ୍ଗ୍‌ସ । ଏହି ମ୍ୟାଚରେ ଋତୁରାଜୟ ଗାୟକୱାର୍ଡଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସ୍କୋର୍‌କୁ ୧୨୦ କିମ୍ବା ୧୩୦ ରନ୍ ପାର କରିବାକୁ ଚାହୁଁଥିଲେ ଋତୁରାଜ ଗାୟକୱାର୍ଡ । ଏହାକୁ ନେଇ ମ୍ୟାଚ ସରିବା ପରେ ସେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.