ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ଦୁଇଟି ନୂଆ ଟିମ ସାମିଲ କରିବାକୁ ଯୋଜନା କରିଛି, ଏଥିପାଇଁ ଅଗଷ୍ଟ ମାସରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ ପ୍ରକାର ଯାଞ୍ଚ ପରେ ଅକ୍ଟୋବର ସୁଦ୍ଧା ନୂଆ ଟିମର ନାମ ଘୋଷଣା ହେବାର ସମ୍ଭାବନା ରହିଛି । ଏଥିସହ ବୋର୍ଡ ଖେଳାଳିଙ୍କ ରିଟେନସନ, ଫ୍ରାଞ୍ଚାଇଜ ଟିମର ବଜେଟ ରାଶି ଓ ମିଡିଆ ଅଧିକାରୀଙ୍କ ପାଇଁ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି ।
ଆରପି-ସଞ୍ଜୀବ ଗୋୟନକା ସମୂହ(କୋଲକାତା), ଆଦାନୀ ଗ୍ରୁପ(ଅହମ୍ମଦାବାଦ), ଅରବିନ୍ଦ ଫାର୍ମା ଲିମିଟେଡ(ହାଇଦ୍ରାବାଦ) ଓ ଟରେଣ୍ଟ ସମୂହ(ଗୁଜୁରାଟ) ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିସହ ଅନ୍ୟ କର୍ପୋରେଟ ସଂସ୍ଥା, ନିଜର ଇକ୍ବିଟି ଓ ନିବେଶ ପରାମର୍ଶଦାତା ଫାର୍ମ ମଧ୍ୟ ଯୋଗାଯୋଦରେ ଥିବା ଜଣାପଡିଛି ।
ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁୟାୟୀ, ବିସିସିଆଇ ବଜେଟ ରାଶିକୁ 85 କୋଟିରୁ ବୃଦ୍ଧିକରି 90 କୋଟି ଟଙ୍କା କରିବାକୁ ପ୍ରସ୍ତୁତ । ଏହାର ଅର୍ଥ 10 ଫ୍ରାଞ୍ଜାଇଜ ମଧ୍ୟରେ ମୋଟ ବଜେଟ ରାଶିରେ 5 କୋଟି ଟଙ୍କା ଯୋଡି ହେବ । ପ୍ରତ୍ୟେକ ଫ୍ରାଞ୍ଜାଇଜକୁ 75 ପ୍ରତିଶତ ଆବଣ୍ଟିତ ରାଶି ବାଧ୍ୟତାମୂଳକ ଖର୍ଚ୍ଚ କରିବାକୁ ହେବ । ଫଳରେ ଆସନ୍ତ 3 ବର୍ଷ ମଧ୍ୟରେ ବଜେଟ ରାଶି 90 କୋଟିରୁ ବୃଦ୍ଧିହୋଇ 95 କୋଟି ହୋଇଯିବ । ବର୍ଷ 2024 ସଂସ୍କରଣରୁ ବଜେଟ ରାଶି ବୃଦ୍ଧିପାଇ 100 କୋଟି ଟଙ୍କା ହୋଇଯିବ ।
ଖେଳାଳିଙ୍କ ରିଟେନସନକୁ ମଧ୍ୟ ପ୍ରାୟତଃ ଚୁଡାନ୍ତ କରାଯାଇସାରିଛି । ମେଗା ନିଲାମ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଜାଇଜ 4 ଖେଳାଳିଙ୍କୁ ରିଟେନ କରିପାରିବେ । ମାତ୍ର ଏଥିପାଇଁ ମଧ୍ୟ କିଛି ସର୍ତ୍ତ ରଖାଯାଇଛି । ଟିମ 3ଜଣ ଭାରତୀୟ ଖେଳାଳି କିମ୍ବା ଜଣେ ବିଦେଶୀ ଖେଳାଳିଙ୍କୁ ରଖିପାରିବେ ନଚେତ, ଦୁଇଜଣ ଭାରତୀୟ ଓ ଦୁଇଜଣ ବିଦେଶୀ ଖେଳାଳିଙ୍କୁ ରଖିପାରିବେ ।
ବର୍ତ୍ତମାନର ନିୟମ ଅନୁୟାୟୀ, ଯଦି କୌଣସି ପ୍ରାଞ୍ଜାଇଜ 3ଜଣ ଖେଳାଳିଙ୍କୁ ରିଟେନ କରନ୍ତି, ତେବେ ତା'ର ବଜେଟ ରାଶିରୁ 15କୋଟି, 11 କୋଟି ଓ 7 କୋଟି ଟଙ୍କା କମ କରାଯାଏ । ଯଦି ଟମ ଦୁଇଜଣ ଖେଳାଳିଙ୍କୁ ରିଟେନ କରେ ତେବେ 12.5 କୋଟି ଓ 8.5 କୋଟି ଟଙ୍କା କମ କରାଯାଏ । ସେହିପରି ଯଦି ଟିମ ଜଣେ ଖେଳାଳିଙ୍କୁ ରିଟେନ କରନ୍ତି ତେବେ ବଜେଟ ରାଶିରୁ 12.5 କୋଟି କାଟିବାର ପ୍ରାବଧାନ ରହିଛି ।
ମାତ୍ର ବିସିସିଆଇ ଯେହେତୁ ଅଧିକ 5 କୋଟି ଟଙ୍କା ସହ 4 ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ଦେବ, ସେଥିପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
କିଛି ଖେଳାଳି ରିଟେନ ନହେବା କାରଣରୁ ନିଲାମ ପ୍ରକ୍ରିୟାରେ ଯିବାକୁ ପସନ୍ଦ କରିପାରନ୍ତି । ଏହାର କାରଣ ବଜେଟ ରାଶିରେ ବୃଦ୍ଧି ହେବାସହ ଦୁଇଟି ନୂଆ ଟିମ ମଧ୍ୟ ଯୋଡିହେଉଛି । ଏପରିସ୍ଥିତିରେ ଫ୍ରାଞ୍ଚାଇଜ ଟିମ ଖେଳାଳିଙ୍କୁ କିଣିବା ପାଇଁ ଅଧିକ ଆଗ୍ରହ ଦେଖାଇପାରନ୍ତି । କିଛି ପ୍ରମୁଖ ଭାରତୀୟ କ୍ରିକେଟର ମଧ୍ୟ ନିଲାମିରେ ନିଜର ନାମ ସାମିଲ କରିପାରନ୍ତି ।
ବିସିସିଆଇ 2021 ଶେଷ ସୁଦ୍ଧା ମିଡିଆ ଅଧିକାରୀଙ୍କ ନିଲାମୀ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛି । 2013ରୁ ମାର୍ଚ୍ଚ ମାସରେ ଆଇପିଏଲ ଆରମ୍ଭ ନେଇ ଉପଲବ୍ଧ ହେବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ 10 ଟିମ ମଧ୍ୟରେ 90 ମୁକାବିଲା ଆୟୋଜିତ କରିବା ସହଜ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ