ETV Bharat / sports

IPL Fixing: ସ୍ବାମୀଙ୍କ ସଙ୍ଗୀନ ଅଭିଯୋଗ, ଫିକ୍ସିଂ ଥିଲା ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚ୍‌ ! - ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ

ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚ୍‌କୁ ନେଇ BJP ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଫିକ୍ସିଂ ଅଭିଯୋଗ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ(BCCI) ଟାର୍ଗେଟ । ଅଧିକ ପଢନ୍ତୁ

IPL FIXING SUBRAMANIAN SWAMY ALLEGATIONS AGAINST IPL 2022 FINAL AND BCCI
IPL Fixing: ସ୍ବାମୀଙ୍କ ସଙ୍ଗୀନ ଅଭିଯୋଗ, ଫିକ୍ସିଂ ଥିଲା ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚ୍‌ !
author img

By

Published : Jun 4, 2022, 6:39 PM IST

ହାଇଦ୍ରାବାଦ: ଆଇପିଏଲରେ ସର୍ବଦା ମ୍ୟାଚ୍‌ ଫିକ୍ସିଂ ଓ ବେଟିଂକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହୋଇଥାଏ । ନିକଟରେ ଶେଷ ହୋଇଥିବା ଆଇପିଏଲ ୨୦୨୨ ଫାଇନାଲ ମୁକାବିଲା ଫିକ୍ସିଂ ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଆଇପିଏଲ ୨୦୨୨ର ଫାଇନାଲ ମୁକାବିଲାରେ ନୂଆ ଆଇପିଏଲ ଟିମ ଗୁଜରାଟ ଟାଇଟନ୍ସ, ସବୁଠୁ ପୁରୁଣା ରାଜସ୍ଥାନ ରୟାଲ୍ସକୁ ହରାଇ ଟାଇଟେଲ ନିଜ ନାମରେ କରିଥିଲା । ଏବେ ଆଇପିଏଲ ଫାଇନାଲ ମ୍ୟାଚ୍‌କୁ ନେଇ BJP ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଫିକ୍ସିଂ ଅଭିଯୋଗ ଆଣିଛନ୍ତି ।

  • There is widespread feeling in intelligence agencies that the Tata IPL Cricket outcomes were rigged. It may require a probe to clear the air for which PIL may be necessary since Govt will not do it as Amit Shah’s son is defacto dictator of BCCI

    — Subramanian Swamy (@Swamy39) June 2, 2022 " class="align-text-top noRightClick twitterSection" data=" ">

ସୁବ୍ରମଣ୍ୟମ ସ୍ବାମୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ(BCCI) ସିଧାସଳଖ ଟାର୍ଗେଟ କରିଛନ୍ତି । ସ୍ବାମୀ ଆଇପିଏଲ ୨୦୨୨ର ଫାଇନାଲ ମୁକାବିଲା ଫିକ୍ସିଂ ହୋଇଥିବା ଅଭିଯୋଗ କରିଛନ୍ତି । ନିଜ ଟ୍ବିଟ୍‌ର ଆକାଉଣ୍ଟରେ ସ୍ବାମୀ ସୁବ୍ରମଣ୍ୟମ ଏକ ଟ୍ବିଟ୍‌ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ଯେ, ଇଣ୍ଟେଲିଜେନ୍ସ ଏଜେନ୍ସି ଅନୁଯାୟୀ IPLର ଫଳାଫଳରେ ଫିକ୍ସିଂ କରାଯାଇଛି । ଏଥିପାଇଁ ତଦନ୍ତର ଆବଶ୍ୟକତା ରହିଛି ଓ ଯାଞ୍ଚ ପାଇଁ ଜନହିତ ଯାଚିକା ଦାଏର କରିବା ଜରୁରୀ ।

ସୁବ୍ରମଣ୍ୟମ ସ୍ବାମୀଙ୍କ ଅଭିଯୋଗ ପରେ ଆଇପିଏଲରେ ଫିକ୍ସିଂ ଚର୍ଚ୍ଚାକୁ ବଳ ମିଳିଛି । ସ୍ବାମୀଙ୍କ ପୋଷ୍ଟ ପରେ ସୋସିଆଲ ମିଡିଆ ୟୁଜର୍ସ BCCI ଓ ରାଜସ୍ଥାନ ରୟାଲ୍ସକୁ ପ୍ରଶ୍ନ କରିବାରେ ଲାଗିଛନ୍ତି । ଜଣେ ୟୁଜର୍ସ ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନଙ୍କୁ ଟ୍ୟାଗ୍‌ କରି ଲେଖଛନ୍ତି, ପ୍ରଶ୍ନ ଏହା ଯେ ସଞ୍ଜୁ ସାମସନ ଟସ୍‌ ଜିତି ମଧ୍ୟ ଅପ୍ରତ୍ୟାଶିତ ରୂପରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି କାହିଁକି ନେଲେ ?

IPL 2022ର ଫାଇନାଲ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଟାଇଟେଲ ନିଜ ନାମରେ କରିଥିଲା । ରାଜସ୍ଥାନ ଟିମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୦ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ୧୮.୧ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.