ETV Bharat / sports

ଡିସେମ୍ବରରେ IPL ନିଲାମୀ, ନଭେମ୍ବର 15 ସୁଦ୍ଧା ଖେଳାଳିଙ୍କ ତାଲିକା ଦେବେ ଫ୍ରାଞ୍ଚାଇଜ - ଆଇପିଏଲ ନିଲାମୀ

ଇଣ୍ଡିଆନ ପ୍ରିମିୟଲ ଲିଗର ପରବର୍ତ୍ତୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଡିସେମ୍ବରରେ ଆଇପିଏଲ ନିଲାମୀ ହେବ । ନଭେମ୍ବର 15 ସୁଦ୍ଧା ଖେଳାଳିଙ୍କ ତାଲିକା ଦାଖଲ କରିବେ ଫ୍ରାଞ୍ଚାଇଜ । ଅଧିକ ପଢନ୍ତୁ

ଡିସେମ୍ବରରେ ଆଇପିଏଲ ନିଲାମୀ
ଡିସେମ୍ବରରେ ଆଇପିଏଲ ନିଲାମୀ
author img

By

Published : Oct 17, 2022, 10:28 AM IST

ନୂଆଦିଲ୍ଲୀ: ଫଟାଫଟା କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସଂସ୍କରଣ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଡିସେମ୍ବରରେ ଆଇପିଏଲ ନିଲାମୀ ହେବ । ଇତିମଧ୍ୟରେ ନଭେମ୍ବର 15 ସୁଦ୍ଧା ସମସ୍ତ 10ଟି ଫ୍ରାଞ୍ଚାଇଜ ଦଳକୁ ଖେଳାଳିଙ୍କ ତାଲିକା ଦାଖଲ କରିବାକୁ କୁହାଯାଇଛି । ଏଯାଏଁ ଆଇପିଏଲ 2023 ନିଲାମୀ ପାଇଁ ତାରିଖ ଚୂଡାନ୍ତ ହୋଇନାହିଁ ।

ତେବେ ଡିସେମ୍ବର ମାସ ତୃତୀୟ ସପ୍ତାହରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଆଇପିଏଲ 2022ରେ ମେଗା (ବଡ) ନିଲାମୀ ହୋଇଥିଲା । ତେଣୁ ଏଥର ମିନି (ଛୋଟ) ନିଲାମୀ ହେବ । ଆଇପିଏଲ 2023 ପୁରୁଣା ଫର୍ମାଟରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଥିଲେ । ତେଣୁ ପ୍ରତ୍ୟେକ ଦଳ ଘରୋଇ ଏବଂ ବାହାର ଭେନ୍ୟୁରେ ମ୍ୟାଚ ଖେଳିବେ । ପୂର୍ବ ସଂସ୍କରଣରେ ଫ୍ରାଞ୍ଚାଇଜଙ୍କ ମୂଳ ଟଙ୍କା 90 କୋଟି ଟଙ୍କା ରହିଥିଲା । ଆସନ୍ତାବର୍ଷ ଏହା 95 କୋଟିକୁ ବୃ୍ଦ୍ଧି ପାଇବ।

ଗତବର୍ଷ ମେଗା ନିଲାମୀରେ ସବୁ ଫ୍ରାଞ୍ଚାଇଜ ଅଧିକ ବ୍ୟୟ କରି ଖେଳାଳି କିଣିଥିଲେ । ପଞ୍ଜାବ କିଙ୍ଗସ ନିକଟରେ 3.45 କୋଟି, ଚେନ୍ନାଇ ସୁପରକିଙ୍ଗସ ପାଖରେ 2.95 କୋଟି, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର 1.55 କୋଟି, ରାଜସ୍ଥାନ ରୟାଲ୍ସ ପାଖରେ 95 ଲକ୍ଷ, ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ପାଖରେ 15 ଲକ୍ଷ, ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ 10 ଲକ୍ଷ ଟଙ୍କା ବଳକା ରହିଛି ।

ଏହା ବି ପଢନ୍ତୁ...ICC T20 WC: ଜିତିଲା ନାମିବ୍ୟା, ନାମ ୟାଦ୍‌ ରଖନା ଟ୍ବିଟ କଲେ ମାଷ୍ଟରବ୍ଲାଷ୍ଟର

ପୂର୍ବ ବର୍ଷ ମେଗା ନିଲାମୀରେ ଓଡିଆ ଖେଳାଳି ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପରକିଙ୍ଗସ କିଣିଥିଲା । 20 ଲକ୍ଷ ଟଙ୍କାରେ ସିଏସକେ ଶୁଭ୍ରାଂଶୁଙ୍କୁ ନେଇଥିଲା । ସବୁଠୁ ଦାମୀ ଖେଳାଳି ଥିଲେ ଇଷାନ କିଶନ । 15.25 କୋଟିରେ କିଣିଥିବା ମୁମ୍ବାଇ । 2022 ସଂସ୍କରଣରେ ଟ୍ରଫି ହାତେଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବଧିନ ଦଳ ଗୁଜୁରାଟ ଟାଇଟନ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.