ହାଇଦ୍ରାବାଦ: ବାଜି ସାରିଛି ଆଇପିଏଲ ବିଗୁଲ । ଏଥର ଆଇପିଏଲ ମିନି ଅକ୍ସନ ପାଇଁ ୪୦୫ ଖେଳାଳିଙ୍କ ନାମକୁ ସର୍ଟଲିଷ୍ଟ କରାଯାଇଛି । ଏହି ସମସ୍ତ ଖେଳାଳିଙ୍କୁ ନେଇ ୧୦ ଦଳର ନିଲାମ ପ୍ରକ୍ରିୟା ଚାଲିବ । ଆଇପିଏଲର ଏହି ମିନି ଅକ୍ସନ ଡିସେମ୍ବର ୨୩ ତାରିଖ କୋଚିରେ ଆୟୋଜିତ ହେବ । ଏହି ମିନି ଅକ୍ସନ ଭାରତୀୟ ସମୟାନୁସାରେ ୨.୩୦ PM ରେ ଆରମ୍ଭ ହେବ ।
ଏଥର ମିନି ଅକ୍ସନ ପାଇଁ ୭୧୪ ଭାରତୀୟ ଖେଳାଳିଙ୍କ ସହିତ ବିଦେଶୀ ଖେଳାଳିଙ୍କୁ ମିଶାଇ ୯୯୧ କ୍ରିକେଟରଙ୍କ ନାମ ରେଜିଷ୍ଟେସନ କରାଯାଇଥିଲା । ସେଥିମଧ୍ୟରୁ ଆଇପିଏଲର ୧୦ ଟି ଫ୍ରାଞ୍ଚାଇଜ୍ ଟିମ୍ ୩୬୯ ଖେଳାଳିଙ୍କ ନାମକୁ ସର୍ଟଲିଷ୍ଟ କରିଥିଲେ । ଏହା ପରେ ଆଉ ୩୬ ଜଣଙ୍କ ନାମ ସର୍ଟଲିଷ୍ଟରେ ସାମିଲ କରାଯାଇଥିଲା । ୧୦ ଟି ଫ୍ରାଞ୍ଚାଇଜ୍ ଟିମ୍ ମଧ୍ୟରୁ ପ୍ରାୟ ୮୭ ସ୍ଥାନ ଖାଲି ରହିଛି ।
ସର୍ଟଲିଷ୍ଟ କରାଯାଇଥିବା ୪୦୫ ଖେଳାଳିଙ୍କ ମଧ୍ୟରୁ ୨୭୩ ଭାରତୀୟ ଖେଳାଳି ଓ ୧୩୨ ବିଦେଶୀ ଖେଳାଳି ରହିଛନ୍ତି । ଆଇସିସିର ଆସୋସିଏଟ ଦେଶରୁ ଚାରି ଖେଳାଳିଙ୍କୁ ନାମକୁ ମଧ୍ୟ ଚୟନ କରାଯାଇଛି । ଏହି ଚାରି ଖେଳାଳିଙ୍କ ବ୍ୟତୀତ ୧୧୯ କେପ୍ଡ ଏବଂ ୨୮୨ ଅନକେପ୍ଡ ଖେଳାଳିଙ୍କ ପାଇଁ ଅକ୍ସନ ହେବ । ୧୦ ଟି ଫ୍ରାଞ୍ଚାଇଜ୍ ଟିମ୍ ମଧ୍ୟରୁ ପ୍ରାୟ ୮୭ ସ୍ଥାନ ଖାଲିଥିବା ବେଳେ ସେଥିରୁ ୩୦ ଜଣ ବିଦେଶୀ ଖେଳାଳି ରହିପାରିବେ ।
୧୯ ଜଣ ଖେଳାଳି ଦୁଇ କୋଟି ଟଙ୍କା ତାଙ୍କର ବେସ୍ ପ୍ରାଇସ୍ ରଖିଛନ୍ତି । ୧୧ ଜଣ ଖେଳାଳି ୧.୫ କୋଟି ଟଙ୍କା ଏବଂ ୨୦ ଜଣ ଖେଳାଳି ଏକ କୋଟି ଟଙ୍କା ସେମାନଙ୍କ ବେସ୍ ପ୍ରାଇସ୍ ରଖିଛନ୍ତି । ଭାରତର ଦୁଇ ଜଣ ଖେଳାଳି ମନୀଷ ପାଣ୍ଡେ ଓ ମୟଙ୍କ ଏକ କୋଟି ଟଙ୍କା ବେସ୍ ପ୍ରାଇସ୍ ରଖିଛନ୍ତି । ପ୍ରଥମେ କେପ୍ଡ ଖେଳାଳିଙ୍କ ନିଲାମି ଆରମ୍ଭ ହେବ । ବ୍ୟାଟର, ଅଲରାଉଣ୍ଡର, ୱିକେଟ କିପର-ବ୍ୟାଟର, ଫାଷ୍ଟ ବୋଲର, ସ୍ପିନର । ଏହି ଅର୍ଡରରେ ନିଲାମ ପ୍ରକ୍ରିୟା ଚାଲିବ । ଅନକେପ୍ଡ ଖେଳାଳିଙ୍କ ପାଇଁ ମଧ୍ୟ ଏହି ଅର୍ଡର ରହିବ ।
ତେବେ ନଜର ପକାନ୍ତୁ କେଉଁ ଫ୍ରାଞ୍ଚାଇଜ୍ ପର୍ସରେ ଏବେ କେତେ ଟଙ୍କା ରହିଛି
୧. ଗୁଜୁରାଟ ଟାଇଟନ୍ସ - ୧୯.୨୫ କୋଟି ଟଙ୍କା
୨. ରାଜସ୍ତାନ ରୟାଲ୍ସ - ୧୩. ୨ କୋଟି ଟଙ୍କା
୩. ଲକ୍ଷ୍ନୌ ସୁପର ଜିଆନ୍ଟସ - ୨୩.୩୫ କୋଟି ଟଙ୍କା
୪. ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ୮.୭୫ କୋଟି ଟଙ୍କା
୫. ଦିଲ୍ଲୀ କ୍ୟାପିଟାଲ୍ସ - ୧୯.୪୫ କୋଟି ଟଙ୍କା
୬. ପଞ୍ଜାବ କିଙ୍ଗ୍ସ - ୩୨.୨ କୋଟି ଟଙ୍କା
୭. କୋଲକାତା ନାଇଟ ରାଇଡର୍ସ - ୭.୦୫ କୋଟି ଟଙ୍କା
୮. ସନରାଇଜର୍ସ ହାଇଦ୍ରାବାଦ - ୪୨. ୨୫ କୋଟି ଟଙ୍କା
୯. ଚେନ୍ନାଇ ସୁପର କିଙ୍ଗ୍ସ - ୨୦. ୪୫ କୋଟି ଟଙ୍କା
୧୦. ମୁମ୍ବାଇ ଇଣ୍ଡିଆନ୍ସ - ୨୦. ୫୫ କୋଟି ଟଙ୍କା