ETV Bharat / sports

WTC Final: IPLରେ ଥିଲେ ସାଥି ଖେଳାଳି, ଏବେ ପ୍ରତିଦ୍ବନ୍ଦ୍ବୀ

author img

By

Published : Jun 6, 2023, 4:26 PM IST

ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସାଥୀ ଖେଳାଳି ଥିବା ଅଧିନାୟକ ରୋହିତ ଶର୍ମା ଓ କାମେରନ୍ ଗ୍ରୀନ୍‌ ଏବେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ପାଇଁ ପାଲଟିଛନ୍ତି ପ୍ରତିଦ୍ବନ୍ଦ୍ବୀ । ଅଧିକ ପଢ଼ନ୍ତୁ

IPLରେ ଥିଲେ ସାଥି ଖେଳାଳୀ, ଏବେ ପ୍ରତିଦ୍ବନ୍ଦୀ

ହାଇଦ୍ରାବାଦ: ଆସନ୍ତା ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ହାଇ ପ୍ରୋଫାଇଲ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ । ତେବେ ଆଇପିଏଲ ୨୦୨୩ରେ ଗୋଟିଏ ଦଳର ସାଥୀ ଖେଳାଳି ଏବେ ସାଜିଛନ୍ତି ପ୍ରତିଦ୍ବନ୍ଦ୍ବୀ । ପରସ୍ପର ବିରୋଧରେ ମୁହାଁମୁହିଁ ହେବେ ରୋହିତ ଶର୍ମା ଓ କାମେରନ୍ ଗ୍ରୀନ୍‌ । ଆଇପିଏଲ ୨୦୨୩ରେ ଏହି ଦୁଇ ଖେଳାଳି ଗୋଟିଏ ଦଳରେ ଥିଲେ ଏବଂ ଆଇପିଏଲ୍‌ ଟ୍ରଫି ଜିତିବାକୁ ଲାଗି ପଡ଼ିଥିଲେ । ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବାବେଳେ ଦଳର ପ୍ରମୁଖ ଅଲରାଉଣ୍ଡର୍‌ ଥିଲେ କାମେରନ୍ ଗ୍ରୀନ୍‌ । ରୋହିତଙ୍କ ମୁମ୍ବାଇକୁ ପ୍ଲେ ଅଫ୍‌ରେ ‌ପହଞ୍ଚାଇବାରେ ଗ୍ରୀନ୍‌ଙ୍କର ପ୍ରମୁଖ ଭୂମିକା ରହିଥିଲା । ଏବେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ ପାଇଁ ଉଭୟ ଉଭୟଙ୍କର ପ୍ରତିଦ୍ବନ୍ଦ୍ବୀ ପାଲଟିବାକୁ ଯାଉଛନ୍ତି ଏହି ଦୁଇ ଖେଳାଳି ।

ତେବେ ମୁମ୍ବାଇ କ୍ୟାମ୍ପ୍‌ରେ ରୋହିତଙ୍କ ସହ କଟାଇଥିବା ସମୟରୁ ଗ୍ରୀନ୍‌ ଢେର ଅଭିଜ୍ଞତା ଅର୍ଜନ କରିଛନ୍ତି ଓ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ୍‌ରେ ଏହାକୁ ଉପଯୋଗ କରିବା ଆଶାରେ ରହିଛନ୍ତି । ରୋହିତଙ୍କ ଶାନ୍ତ ସ୍ବଭାବ ଗୁଣ ପ୍ରଭାବିତ କରିଥିବା ଗ୍ରୀନ୍‌ କହିଛନ୍ତି । ସେ କହିଛନ୍ତି, "ଗତ ୧୦ ବର୍ଷ ଧରି ରୋହିତ ମୁମ୍ବାଇରେ ଅଛନ୍ତି । ସେ ଯେଭଳି ପରିସ୍ଥିତିକୁ ସାମ୍ନା କରନ୍ତି, ଏହା ଅତି ଚମତ୍କାର । ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଆକ୍ରମଣାତ୍ମକ ଖେଳ ଖେଳିବା ଥିଲା ମୋ ଭୂମିକା । ନିଜ ପସନ୍ଦରେ ବୋଲରଙ୍କୁ ଚୟନ କରି ମୁଁ ପ୍ରହାର କରିବାକୁ ଚେଷ୍ଟା କରିଥିଲି ।" ଆଇପିଏଲ୍‌ ଅଭିଯାନ ଶେଷ କରିବା ପରେ ଗ୍ରୀନ୍ ବିଳମ୍ବରେ ଅଷ୍ଟ୍ରେଲିଆ ଦଳ ସହ ଯୋଗ ଦେଇଛନ୍ତି । ଏହି ହାଇ ପ୍ରୋଫାଇଲ ଫାଇନାଲ୍‌ ମ୍ୟାଚ୍‌ରେ ବିରାଟ କୋହଲି ନିଶ୍ଚିତ ଅଷ୍ଟ୍ରେଲିଆ ପାଇଁ ବଡ଼ ବିପଦ ହେବେ ବୋଲି ଗ୍ରୀନ୍‌ ସ୍ବୀକାର କରିଛନ୍ତି ।

ଅଷ୍ଟ୍ରେଲିଆ ସ୍କାଡ୍‌ରୁ ହାଜଲ୍‌ଉଡ୍‌ ବାଦ୍‌, ନେସର୍ ସାମିଲ: ଦୃତ ବୋଲର ଜୋସ୍ ହାଜଲଉଡ୍‌ ଅଷ୍ଟ୍ରେଲିଆ ସ୍କାଡ୍‌ରୁ ବାହାର ହୋଇଛନ୍ତି । ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇଥିଲେ ମଧ୍ୟ WTC ଫାଇନାଲ୍‌ରେ ଖେଳିବେ ନାହିଁ । ଏହି ଫାଇନାଲ୍‌ ପର ସପ୍ତାହରେ ଅଷ୍ଟ୍ରେଲିଆ ୫ ଟେଷ୍ଟ୍ ବିଶିଷ୍ଟ ଆସେସ୍ ସିରିଜ୍‌‌ ଖେଳିବ । ଏହାକୁ ଦୃଷ୍ଟିରେ ରଖି ହାଜଲଉଡ୍‌ଙ୍କ ଉପରେ ଅଧିକା ଚାପ ନପକାଇବା ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ WTC ଫାଇନାଲ ସ୍କାଡ୍‌ରୁ ଦୂରେଇ ରଖିଛି । ତାଙ୍କ ସ୍ଥାନରେ ୩୩ ବର୍ଷୀୟ ଦୃତ ବୋଲର ମାଇକେଲ ନେସର୍‌ଙ୍କୁ ଦଳରେ ସାମିଲ କରାଯାଇଛି । ୨୦୨୧-୨୨ ଘରୋଇ ଆସେସ୍ ସିରିଜ୍‌ରେ ନେସର୍ ପଦାର୍ପଣ କରିଥିଲେ ମଧ୍ୟ ସେତେ ପ୍ରଭାବୀ ସାବ୍ୟସ୍ତ ହୋଇପାରିନଥିଲେ । ଏବେ ସ୍କଟ୍ ବୋଲାଣ୍ଡ ଅଷ୍ଟ୍ରେଲିଆ କ୍ୟାମ୍ପରେ ଉପଲବ୍ଧ ଥିବାରୁ ସେ ହାଜଲ୍‌ଉଡ୍‌ଙ୍କ ସ୍ଥାନରେ ଖେଳିବା ଏକ ପ୍ରକାର ନିଶ୍ଚିତ । ନେସର୍ ଦଳରେ ସାମିଲ ହୋଇଥିଲେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ନହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.