ETV Bharat / sports

IPL 2022: ଆଜି କ୍ୟାପିଟାଲ୍ସ-ସୁପରଜିଆଣ୍ଟ୍ସ ଓ ସୁପରକିଙ୍ଗସ-ସନରାଇଜର୍ସ ମୁକାବିଲା - ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ସୁପର ସନଣ୍ଡେରେ ଆଜି ଦୁଇ ଦୁଇଟି ଆଇପିଏଲ ମୁକାବିଲା ଅଛି । 45 ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଅନ୍ୟଟି 46 ତମ ଲିଗ ମ୍ୟାଚରେ ଚେନ୍ନାଇ ସୁପରସିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବ । ଅଧିକ ପଢନ୍ତୁ

IPL 2022
IPL 2022
author img

By

Published : May 1, 2022, 12:40 PM IST

ମୁମ୍ବାଇ: ସୁପର ସନଣ୍ଡେରେ ଆଜି ଦୁଇ ଦୁଇଟି ଆଇପିଏଲ ମୁକାବିଲା ଅଛି । 45 ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଅନ୍ୟଟି 46 ତମ ଲିଗ ମ୍ୟାଚରେ ଚେନ୍ନାଇ ସୁପରସିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବ । କଡା ମୁକାବିଲା ହେବ ।

ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ...

ଆଜିର ମ୍ୟାଚକୁ ଜିତି ସୁପରଜିଆଣ୍ଟ୍ସ ତାର ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଦିଲ୍ଲୀ ଏହି ମ୍ୟାଚକୁ ଜିତି ପଏଣ୍ଟ ଟେବୁଲ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପୂର୍ବ 2ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଆଜିର ମ୍ୟାଚକୁ ଜିତି ହ୍ୟାଟ୍ରିଟ ବିଜୟ ଲକ୍ଷ୍ୟ ରଖିଛି ଦଳ । ଏଯାଏଁ 9ଟି ମ୍ୟାଚ ଖେଳି ସେଥିରୁ 6ଟିରେ ବିଜୟ ଓ 3ଟିରେ ପରାସ୍ତ ହୋଇଛି ନବାଗତ ଲକ୍ଷ୍ନୌ । ଲୋକେଶ ରାହୁଲଙ୍କ ନେତୃତ୍ବାଧୀନ ଦଳ ଗତ 7 ତାରିଖରେ ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀକୁ 6 ୱିକେଟରେ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ମଧ୍ୟ କବଜା କରିବା ଲକ୍ଷ୍ୟରେ ଲକ୍ଷ୍ନୌ ।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ମୋଟ 8ଟି ମ୍ୟାଚରୁ 4ଟିରେ ବିଜୟ ହାସଲ କରିଛି । 8 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ଦଳ । ପୂର୍ବ ମ୍ୟାଚରେ ଦଳ ନାଇଟରାଇଡର୍ସକୁ 4 ୱିକେଟରେ ହରାଇଥିଲା । ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ହରାଇବାକୁ ହେଲେ ପନ୍ତଙ୍କୁ ଆଜି ସଫଳ ହେବାକୁ ପଡିବ । ସ୍ପିନର କୁଳଦୀପ ଯାଦବଙ୍କ ଉପରେ ନଜର ରହିବ ।

ଚେନ୍ନାଇ ସୁପରକିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବାଦ...

46 ତମ ଲିଗ ମ୍ୟାଚରେ ସୁପରକିଙ୍ଗସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହେବ । ଆଜିର ମ୍ୟାଚର ନେତୃତ୍ବ ନେବେ ମହେନ୍ଦ୍ର ସିଂ ଧୋନୀ । ଚଳିତ ସଂସ୍କରଣ ଆରମ୍ଭରୁ ଦଳର ଅଧିନାୟକ ହୋଇଥିଲେ ଜାଡେଜା । ମାତ୍ର ଧୋନୀ ପୁଣି ଅଧିନାୟକ ଭାର ନେଇଛନ୍ତି । ଆଜିର ମ୍ୟାଚକୁ ଜିତି ଦଳ ତାର ତୃତୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ବିଜୟଧାରାକୁ ଫେରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଡିଫେଣ୍ଡିଂ ଚମ୍ପିଅନ ସୁପରକିଙ୍ଗସ ପାଇଁ ଆଜିର ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ମୋଟ 8ଟି ମ୍ୟାଚ ଖେଳି ମାତ୍ର 2ଟିରେ ବିଜୟ ହାସଲ କରିଛି ଦଳ । ଧୋନୀ ପୁଣି ନେତୃତ୍ବ ନେଇଥିବାରୁ ଦଳର ଭାଗ୍ୟ ପରବର୍ତ୍ତନ ହେବା ନେଇ ଆଶାବାଦୀ ଅଛନ୍ତି ଫ୍ୟାନ୍ସ ।

ଏହା ବି ପଢନ୍ତୁ...IPL 2022: ହିଟ୍‌ ମ୍ୟାନଙ୍କୁ ଜନ୍ମଦିନ ଉପହାର, ଲଗାତାର 8 ଥର ହାରିବା ପରେ ଜିତିଲା ମୁମ୍ବାଇ

ସେପଟେ ସନରାଇଜର୍ସ ହାଇଦ୍ରାବାଦ 8ଟି ମ୍ୟାଚ ଖେଳି 5ଟି ଜିତି 10 ପଏଣ୍ଟ ସହ ଟେବୁଲ ତାଲିକାର ଚତୁର୍ଥରେ ରହିଛି । ଦଳ ଲଗାତାର 5ଟି ମ୍ୟାଚ ଜିତିବା ପରେ 27 ତାରିଖରେ ଅନୁଷ୍ଠିତ ମୁକାବିଲାରେ ଗୁଜୁରାଟଠୁ ପରାସ୍ତ ହୋଇଥିଲା । ଉମ୍ରାନ ମଲିକଙ୍କ ସଫଳ 5 ୱିକେଟ ଅକ୍ତିଆର କରିବା ପରେ ବି ଦଳ ପରାସ୍ତ ହୋଇଥିଲା । ଆଜି ସୁପରକିଙ୍ଗସ ବ୍ୟାଟରଙ୍କ ପାଇଁ ଉମ୍ରାନ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.