ETV Bharat / sports

IPL 2022: ଆଜି LSG - RCB ମୁକାବିଲା - ଆଇପିଏଲ 2022

ଆଜି ଆଇପିଏଲର 31ତମ ଲିଗ ମ୍ୟାଚ ଖେଳାଯିବ । ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

IPL 2022
IPL 2022
author img

By

Published : Apr 19, 2022, 8:32 AM IST

ମୁମ୍ବାଇ: ଆଜି ଆଇପିଏଲର 31ତମ ଲିଗ ମ୍ୟାଚ ଖେଳାଯିବ । ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଉଭୟ ଦଳ 6ଟି ଲେଖାଏଁ ମ୍ୟାଚ ଖେଳି ସମାନ 8 ପଏଣ୍ଟ ପାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚକୁ ଜିତିବାକୁ ଉଭୟ ଦଳ ସବୁ ଶକ୍ତି ଖଟାଇବେ ।

ଗତ 16 ତାରିଖରେ ବାଙ୍ଗାଲୋର ଓ ଲକ୍ଷ୍ନୌ ନିଜ ନିଜ ଶେଷ ମ୍ୟାଚ ଖେଳିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ 16 ରନରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସୁପରଜିଆଣ୍ଟସ 18 ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲେ । ଦୁଇ ଦଳ ବ୍ୟାଟିଂ ବିଭାଗ ଉପରେ ନିର୍ଭରଶୀଳ । ବାଙ୍ଗାଲୋର ବିଜୟରେ ଦିନେଶ କାର୍ତ୍ତିକଙ୍କ ଜବରଦସ୍ତ ଭୂମିକା ରହିଛି । ଦଳର ମ୍ୟାଚ ଫିନିସର ଦାୟିତ୍ବକୁ ସଠିକ ଭାବେ ତୁଲାଇ ଚର୍ଚ୍ଚାରେ ଅଛନ୍ତି । ଆଜିର ମ୍ୟାଚରେ ଅଧିନାୟକ ଡୁ ପ୍ଲେସି ଓ ବିରାଟ କୋହଲି ସଫଳ ହେଲେ ଦଳ ପାଇଁ ବିଜୟ ସହଜ ହେବ ।

ଏହା ବି ପଢନ୍ତୁ...IPL 2022: ଚହଲ ଚମକରେ ଫିକା କୋଲକାତା, 7 ରନରେ ହରାଇଲା ରାଜସ୍ଥାନ

ସେପଟେ ନବାଗତ ଟିମ ଲକ୍ଷ୍ନୌ କିଛି କମରେ ନାହିଁ । ଦଳର ସବୁ ବିଭାଗର ପ୍ରଦର୍ଶନ ଭଲ ରହିଛି । ମୁମ୍ବାଇ ବିପକ୍ଷରେ ଲୋକେଶ ରାହୁଲ ଅପରାଜିତ ଶତକ (103) ହାସଲ କରିଥିଲେ ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ଭଲ ରନ ଆଶା କରାଯାଉଛି । ବାଙ୍ଗାଲୋରର ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂରେ ବ୍ରେକ ଦେବାକୁ ଦଳ ସ୍ବତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବ । ସଂନ୍ଧ୍ୟା 7ଟା 30ରେ ଆରମ୍ଭ ହେବ ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.